ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ଇଣ୍ଟର୍ନଶିପ୍ ଅନୁମତି

ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ଇଣ୍ଟର୍ନଶିପ୍ ଅନୁମତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀ ଭାରତରେ ଇଣ୍ଟର୍ନଶିପ୍ ସମ୍ପୂର୍ଣ୍ଣ କରିପାରିବେ। କୋଭିଡ୍-୧୯ ମହାମାରୀ ଏବଂ ୟୁକ୍ରେନ୍ ସଙ୍କଟ ଅାଦି ସ୍ଥିତି ଯୋଗୁ ଇଣ୍ଟର୍ନଶିପ୍ ସମ୍ପୂର୍ଣ୍ଣ କରିପାରି ନ ଥିବା ବିଦେଶୀ ଛାତ୍ରୀଛାତ୍ରଙ୍କୁ ଭାରତରେ ଏହା ଶେଷ କରିବା ଲାଗି ନ୍ୟାଶନାଲ ମେଡିକାଲ କମିଶନ (ଏନ୍ଏମ୍ସି) ଅନୁମତି ପ୍ରଦାନ କରିଛନ୍ତି। ତେବେ ଏଥତ୍ପାଇଁ କମିଶନ କେତେକ ସର୍ତ୍ତ ରଖିଛନ୍ତି ଭାରତରେ ଇଣ୍ଟର୍ନଶିପ୍ ପାଇଁ ଅାବେଦନ କରିବା ପୂର୍ବରୁ ଛାତ୍ରୀଛାତ୍ର ବିଦେଶରେ ମେଡିକାଲ ଗ୍ରାଜୁଏଟ୍ ପରୀକ୍ଷା (ଏଫ୍ଏମ୍ଜିଇ) ସମ୍ପୂର୍ଣ୍ଣ କରିଥତ୍ବା ଅାବଶ୍ୟକ କୋଭିଡ୍ ଏବଂ ଯୁଦ୍ଧ ସ୍ଥିତି ଯୋଗୁ କେତେଜଣ ବିଦେଶୀ ମେଡିକାଲ ସ୍ନାତକ (ଏଫ୍ଏମ୍ଜି) ସେମାନଙ୍କ ଇଣ୍ଟର୍ନଶିପ୍ ସମ୍ପୂର୍ଣ୍ଣ କରି ନ ଥିବା ଦେଖାଯାଇଛି । ସେମାନଙ୍କ କଥାକୁ ବିଚାରକୁ ନେଇ ଏଠାରେ ଇଣ୍ଟର୍ନଶିପ୍ ଶେଷ କରିବା ଲାଗି ସୁଯୋଗ ଦିଅାଯିବ ବୋଲି ଏନ୍ଏମ୍ସି ବିଜ୍ଞପ୍ତିରେ କୁହାଯାଇଛି । ଏନେଇ କମିଶନଙ୍କ ପକ୍ଷରୁ ରାଜ୍ୟ ମେଡିକାଲ କାଉନସିଲଗୁଡ଼ିକ ପାଇଁ ଖୁବଶୀଘ୍ର ଗାଇଡ୍ ଲାଇନ ଜାରି କରାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: