କନ୍ଯା ସନ୍ତାନର ବାପା ହେଲେ ଆଦିତ୍ୟ ନାରାୟଣ

କନ୍ଯା ସନ୍ତାନର ବାପା ହେଲେ ଆଦିତ୍ୟ ନାରାୟଣ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗାୟକ ଆଦିତ୍ୟ ନାରାୟଣ ଆଜି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନ ଜନ୍ମ କରି ମୋ ଜୀବନରେ ଆହୁରି ଅଧିକ ଖୁସି ଆଣି ଦେଇଛନ୍ତି ବୋଲି ସେ କହିଛନ୍ତି । ମୋ ବନ୍ଧୁ ବାନ୍ଧବ ଏକ ପୁତ୍ର ସନ୍ତାନ ଚାହୁଁଥିଲେ, ମୁଁ କିନ୍ତୁ ମନେ ମନେ ଭଗବାନଙ୍କୁ କନ୍ୟା ରତ୍ନ ମାଗୁଥିଲି । ଜଣେ ଭଲ ବାପା ହେବା ପାଇଁ ମୁଁ ଯଥାସମ୍ଭବ ଉଦ୍ୟମ କରିବି ବୋଲି ଆଦିତ୍ୟ କହିଛନ୍ତି । ଆଦିତ୍ୟ ଓ ଶ୍ୱେତା ୧ ଡିସେମ୍ବର ୨୦୨୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଫେବୃଆରୀ ୨୪ରେ ସେ କନ୍ଯା ସନ୍ତାନର ସୌଭାଗ୍ଯ ହାସଲ କରିଥିବା ଆଜି ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଉଭୟଙ୍କ କେମିଷ୍ଟ୍ରିକୁ ପ୍ରଶଂସକଙ୍କମାନେ ବେଶ ପସନ୍ଦ କରିଛନ୍ତି । ପରିବାରର ସମସ୍ତ ସଦସ୍ୟ ଲାଗି ପଡି ମୋ ଝିଅକୁ ସଙ୍ଗୀତ ଜ୍ଞାନ ଦେଇଦେବେ ବୋଲି ଆଦିତ୍ୟ ମଜାରେ କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: