ବଲିଉଡର ବଦନାମ ‘ବିଷକନ୍ୟା’: ସମ୍ପତ୍ତି ଲୁଟି ଝୁଲେଇ ଦେଲେ !

ବଲିଉଡର ବଦନାମ ‘ବିଷକନ୍ୟା’: ସମ୍ପତ୍ତି ଲୁଟି ଝୁଲେଇ ଦେଲେ !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ : ବଲିଉଡ୍ ଫିଲ୍ମର ଚିତ୍ରନାଟ୍ୟ ଭଳି ଏବେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏପିସୋଡ୍ ରେ ନୂଆ ନୂଆ ଟ୍ୱିଷ୍ଟ ଆସିବାରେ ଲାଗିଛି । ଏବେ ଏହି ଏପିସୋଡରେ ଏଣ୍ଟ୍ରି ମାରିଛନ୍ତି ଜଣେ ବିଷକନ୍ୟା । ହଁ ଆମେ ଏଇଥି ପାଇଁ ବିଷକନ୍ୟା ଆଖ୍ୟା ଦେଇଛୁ କାହିଁକିନା ଜଣେ ବିଷକନ୍ୟା ସିଏ ହୋଇଥାଏ ଯିଏ ଅତି ନିଜର ବୋଲି ପ୍ରମାଣିତ ତ କରନ୍ତି କିନ୍ତୁ ଅଣ୍ଟିଛୁରୀ ତଣ୍ଟି କାଟିଲା ଭଳି ଜୀବନରୁ ଶେଷ କରିଦିଅନ୍ତି । ସେମିତି ବୋଧେ କିମ୍ବା ତାଠାରୁ ଅଧିକ କିଛି ହୋଇଛି ସୁଶାନ୍ତ ସିଂ ରାଜପୁତଙ୍କ ସହ ଯାହାକୁ ନେଇ ଏବେ ଗଣମାଧ୍ୟମର ଶୀର୍ଷକ ପାଲଟି ଯାଇଛନ୍ତି ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ।

ସୁଶାନ୍ତଙ୍କ ଜୀବନରେ କାମିନୀ ସାଜି ଆସିଥିବା ରିୟା, ପ୍ରେମିକାରୁ ଚାଲବାଜି ଚାରସୋବିସ୍ ସାଜି ଏବେ ସେ ପାଲଟି ଯାଇଛନ୍ତି ବିଷକନ୍ୟା । ସୁଶାନ୍ତଙ୍କ ସମ୍ପତ୍ତି ଲୁଟି ସାରିଲା ପରେ ନିଜ ବିଷଦାନ୍ତରେ ଏହି ଏନରଜେଟିକ୍ ଷ୍ଟାର (ପ୍ରତିଭାବାନ ତାରକା)ଙ୍କ ସୁରୁଆତ (ଉଜ୍ୱଳ ଭବିଷ୍ୟତ)ଙ୍କୁ ଶେଷ କରିଦେଇଛନ୍ତି । ଯିଏ ହଜାରେ ସ୍ୱପ୍ନ ଦେଖିଥିଲେ ତାଙ୍କର ଅଧା ସ୍ୱପ୍ନବି ପୂରଣ ହୋଇପାରିଲା ନାହିଁ । ସବୁ କିଛି ଥାଇ ବି ସର୍ବହରା ହୋଇସାରିଥିଲେ ସୁଶାନ୍ତ । କାହିଁକିନା ସୁଶାନ୍ତଙ୍କ ସବୁ ଜମାପୁଞ୍ଜି ଉପରେ ନିୟନ୍ତ୍ରଣ ନେଇସାରିଥିଲେ ପ୍ରେମିକା ରିୟା ଚକ୍ରବର୍ତ୍ତୀ । ସବୁ ସମ୍ପତ୍ତି ଲୁଟି ନେବା ପରେ ବୋଧେ ସୁଶାନ୍ତଙ୍କୁ ଶେଷ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବିଷକନ୍ୟା ରିୟା । ଯୋଜନା ବଦ୍ଧ ଭାବେ ମାନସିକ ଦୁଶ୍ଚିନ୍ତା ଦେଇ ଦେଇ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେବାକୁ ସୁଶାନ୍ତଙ୍କୁ ବାଧ୍ୟ କରାଯାଇଥିଲା ।

ସୁଶାନ୍ତଙ୍କ ଆତ୍ମହତ୍ୟାର ଏତେ ଦିନ ପରେ ତାଙ୍କ ବାପା କେକେ ସିଂ ପୋଲିସ ଥାନାରେ ଆତ୍ମହତ୍ୟା ପାଇଁ ଉସୁକାଇବା, ସମ୍ପତ୍ତି ଲୁଟି ନେବା, ପାରିବାରିକ ସମ୍ପର୍କ ଛିନ୍ନ କରାଇବା ପାଇଁ ପ୍ରୟାସ କରିବା , ଚୋରୀ ଭଳି ଇତ୍ୟାଦି ସଙ୍ଗିନ ଅଭିଯୋଗ ଆଣି ରିୟାଙ୍କ ଅସଲ ମୁଖାର ପର୍ଦ୍ଦାଫାସ କରିଛନ୍ତି । ଆଉ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ ଆଧାରରେ ବିହାର ପୋଲିସ ମୁମ୍ବାଇ ଯାଇଛି । ସେଠାରେ ମହାରାଷ୍ଟ୍ର ପୋଲିସ ସହ ଏକାଠି ହୋଇ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବେ ଏବଂ ଆସିଥିବା ଅଭିଯୋଗର ସମସ୍ତ ଦିଗକୁ ଧ୍ୟାନରେ ରଖି ରିୟାଙ୍କୁ ପୁଣି କାଠଗଡ଼ାକୁ ଟାଣିବେ । ହୁଏତ ନିଜ ଗାତରେ ନିଜେ ଫସି ପାରନ୍ତି ରିୟା ଯାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ପୋଲିସ ଥାନାରେ ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂଙ୍କ ଅଭିଯୋଗକୁ ନେଇ ଏ ପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି ପ୍ରେମିକା ରିୟା ଚକ୍ରବର୍ତ୍ତୀ । ଏମିତିରେ ବି ପୂର୍ବରୁ ରିୟାଙ୍କୁ ନେଇ ସମସ୍ତଙ୍କ ସନ୍ଦେହ ରହିଥିଲା  । ଆଉ ଏବେ ଖୋଦ୍ ସୁଶାନ୍ତଙ୍କ ବାପାଙ୍କ ଏଭଳି ଗୁରୁତର ସଙ୍ଗିନ ଅଭିଯୋଗ ଯେ ରିୟାଙ୍କ ପାଇଁ ଗଳାର ଜହର ପରି ନ ହେବ କିଏ କହିବ? ଯେଉଁ ବିଷକନ୍ୟା ନିଜ ବିଷ ଦାନ୍ତରେ ସୁଶାନ୍ତଙ୍କୁ ଶେଷ କରିଦେଉଥିବା ଚର୍ଚ୍ଚା ହେଉଛି ଏବେ ସେ ବିଷ ପାନ କରି ରିୟା ବି ଦଣ୍ଡ ପାଇବା ଯୋଗ୍ୟ ବୋଲେ ଲୋକେ ଚାହୁଁଛନ୍ତି ।

ଯେମିତିକି ଆପଣ ଜାଣନ୍ତି ଗତକାଲିଠାରୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ । ସେ କୁଆଡ଼େ ସୁଶାନ୍ତ ସିଂଙ୍କ ସମ୍ପତ୍ତି ଉପରେ ଆଖି ପକାଇଥିଲେ , ଧନ ସମ୍ପତ୍ତି ଲୁଟି ବି ନେଇଥିଲେ । ଏପରିକି ସୁଶାନ୍ତଙ୍କୁ ମାନସିକ ଚାପରେ ରଖିଥିଲେ । ଏପରିକି ରିୟାଙ୍କ ପରିବାର ସଦସ୍ୟମାନେ ମଧ୍ୟ ସୁଶାନ୍ତଙ୍କ ସମ୍ପତ୍ତି ଲୁଟିବାରେ ସାଥ୍ ଦେଇଥିଲେ ବୋଲି ଶୁଣିବାକୁ ମିଳେ । ତେବେ ଜାଣନ୍ତୁ ସୁଶାନ୍ତଙ୍କ ବାପା ରିୟାଙ୍କ ବିରୋଧରେ କଣ ସବୁ ଅଭିଯୋଗ ଆଣିଛନ୍ତି ।….

ଣ ରହିଛି ଅଭିଯୋଗ?

  1. ରିୟା ସୁଶାନ୍ତଙ୍କ ଠାରୁ ରୀତିମତ ଟଙ୍କା ନେବା ସହ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିଲେ।
  2. ସୁଶାନ୍ତଙ୍କ ବ୍ୟତୀତ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚର୍କବର୍ତ୍ତୀ ମଧ୍ୟ ତାଙ୍କ କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ବ୍ୟବହାର କରୁଥିଲେ ।
  3. ଗତ ୧୧ ମାସ ହେବ ରିୟା ସୁଶାନ୍ତଙ୍କ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ସପିଂ କରୁଥିବା ଜଣାଯାଇଛି ।
  4. ଗତ ବର୍ଷ ରିୟା ୟୁରୋପ ଗସ୍ତରେ ଯାଇଥିବା ବେଳେ ତାଙ୍କର ସମସ୍ତ ଖର୍ଚ୍ଚ ମଧ୍ୟ ସୁଶାନ୍ତ ଉଠାଇଥିଲେ।
  5. ରିୟାଙ୍କୁ ଉଭୟ କାର୍ଡର ପିନ୍‌ କୋଡ୍‌ ଓ ପାସ୍‌ ଓ୍ଵାର୍ଡ ମଧ୍ୟ ଜଣାଥିଲା।
  6. ଗୋଟିଏ ବର୍ଷ ମଧ୍ୟରେ ରିୟାଙ୍କ ପରିବାର ସୁଶାନ୍ତଙ୍କଠାରୁ ୧୪ କୋଟି ୫୦ ଲକ୍ଷ ଟଙ୍କା ଠକି ନେଇଥିଲେ ।
  7. ସୁଶାନ୍ତଙ୍କ ସହ ସଂପର୍କ ବଢାଇବା ପରେ ରିୟା ଓ ତାଙ୍କ ପରିବାର ସବୁ କାମ ଓ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ଆରମ୍ଭ କରିଥିଲେ।
  8. ସେମାନଙ୍କ ପାଇଁ ସୁଶାନ୍ତ ନିଜ ପରିବାରଠାରୁ ଦୁରେଇ ଯାଇଥିଲେ ।
  9. ସୁଶାନ୍ତ ଆଗରୁ ଯେଉଁ ଘର କିଣିଥିଲେ ତାକୁ ବିକ୍ରି କରିବା ପଛରେ ରିୟାଙ୍କ ଭୂମିକା ଥିଲା ।
  10. ସୁଶାନ୍ତ ପୁରୁଣା ଘର ଛାଡି ଭଡା ଘରକୁ ଆସିଥିଲେ।

ଏହା ସହ ଆହୁରି କିଛି କଥା ଏଫଆଇରରେ ଲେଖାଅଛି..

11. ୨୦୧୯ରେ ରିୟାଙ୍କୁ ଭେଟିବା ପୂର୍ବରୁ ସୁଶାନ୍ତ କୌଣସି ମାନସିକ ରୋଗରେ ପୀଡିତ ନଥିଲେ । ଯଦିଓ ରିୟାଙ୍କୁ ଭେଟିବା ପରେ ସୁଶାନ୍ତ କାହିଁକି ମାନସିକ ସ୍ତରରେ ବିବ୍ରତ ହେଲେ ? ଏହାର ଅନୁସନ୍ଧାନ କରାଯିବା ଉଚିତ୍ ।

12. ରିୟା ଚିକିତ୍ସା ସମୟରେ ସୁଶାନ୍ତଙ୍କୁ ତାଙ୍କ ଘରକୁ ନେଇଥିଲେ । କାରଣ ଔଷଧ ଅଧିକ ନେବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। କିନ୍ତୁ ରିୟା ସମସ୍ତଙ୍କୁ କହିଥିଲେ ଯେ ସୁଶାନ୍ତଙ୍ଗୁ ଡେଙ୍ଗୁ ହୋଇଛି ।

13. ସୁଶାନ୍ତଙ୍କ ବିଶ୍ୱାସଯୋଗ୍ୟ ଏବଂ ପୁରୁଣା କର୍ମଚାରୀଙ୍କୁ ରିୟା ବଦଳାଇ ଦେଇଥିଲେ । ଏହା ବଦଳରେ ସେ ତାଙ୍କର ଜଣାଶୁଣା ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ଯାହାଫଳରେ ସେ ସୁଶାନ୍ତଙ୍କ ଉପରେ ନଜର ରଖିପାରିବେ ।

14. ୨୦୧୯ ମସିହାରେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ମାତ୍ର ଏକ ମାସ ମଧ୍ୟରେ ୧୫ କୋଟି ଟଙ୍କା ଏଭଳି ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା, ଯାହା ସୁଶାନ୍ତଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ ନଥିଲା । ରିୟା ଏବଂ ତାଙ୍କ ସହଯୋଗୀମାନେ କିପରି ଏମିତି ଟଙ୍କା ନେଇଗଲେ ତାହା ଅନୁସନ୍ଧାନ କରାଯିବା ଉଚିତ୍।

ସୁଶାନ୍ତ ସିଂ ରାଜପୁତ ଚଳିତ ବର୍ଷ ୧୪ ଜୁନରେ ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ​​ଏବଂ ବଲିଉଡରେ ନେପୋଟିଜିମ୍ ଏବଂ ଗ୍ୟାଙ୍ଗବାଜିକୁ ନେଇ ଏକ ବିତର୍କ ମଧ୍ୟ ହୋଇଥିଲା। ଏହି ମାମଲାରେ ପୋଲିସ ବହୁ ବଡ ନିର୍ଦ୍ଦେଶକଙ୍କୁ ମଧ୍ୟ ପଚରାଉଚରା କରୁଛି । ଏହି ସମୟରେ ସୁଶାନ୍ତଙ୍କ ପିତା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କ ଉପରେ ଅଭିଯୋଗ ଆଣିଛନ୍ତି  । ଫଳରେ ମାମଲାର ମୋଡ ସମ୍ପୂର୍ଣ୍ଣ ବଦଳିଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: