୪ ଦିନ ପରେ ଖୋଲିଲା ମାର୍କେଟ ବିଲଡିଂ, ସ୍ୱାଭାବିକ ହେଲା କିଣାବିକା

୪ ଦିନ ପରେ ଖୋଲିଲା ମାର୍କେଟ ବିଲଡିଂ, ସ୍ୱାଭାବିକ ହେଲା କିଣାବିକା

ପ୍ରିଜମ ନ୍ୟୁଜ ବ୍ୟୁରୋ: ୪ ଦିନ ପରେ ଆଜି ଖୋଲିଛି ମାର୍କେଟ ବିଲଡିଂ । ମାର୍କେଟ ବିଲଡିଂ ଖୋଲିବା ପରେ ଲୋକ ଗହଳି ହେବା ସହ କିଣାବିକା ସ୍ୱାଭାବିକ ହୋଇଛି। ତେବେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍‌ର ଦାବି କରିଥିଲା ଯେ, ମାର୍କେଟ ବିଲ୍‌ଡିଂ ପରିସରରେ କୌଣସି ଉଠାଦୋକାନୀଙ୍କୁ ବସିବାକୁ ଦିଆଯିବନାହିଁ। BMC ଏହି ଦାବି ମାନିବା ପରେ ଆଜି ମାର୍କେଟ ବିଲ୍‌ଡିଂ ଖୋଲିବାକୁ ଆସୋସିଏସନ୍‌ ରାଜି ହୋଇଥିବାର ଜଣାପଡିଛି। ବିଏମସି ଓ ପୋଲିସ ପକ୍ଷରୁ ପ୍ରତି ସପ୍ତାହରେ ତନାଘନା ସହ ଉଚ୍ଛେଦ କାର୍ଯ୍ୟ ଜାରି ରହିବ । ଏହାସହ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯିବା ନେଇ ବିଏମସି ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ବିଏମସି ତରଫରୁ ପ୍ରତିଶ୍ରୁତି ପାଇବା ପରେ ମାର୍କେଟ ଖୋଲିବା ନେଇ ନିଷ୍ପତି ନେଇଥିଲା ବ୍ୟବସାୟୀ ସଂଘ ।

ସେପଟେ ଦୀର୍ଘ ୪ ଦିନ ହେବ ମାର୍କେଟ ବନ୍ଦ ହେବା କାରଣରୁ ଅନେକ ଆର୍ଥିକ କ୍ଷତି ସହିଛନ୍ତି ବ୍ୟବସାୟୀ ଓ ହନ୍ତସନ୍ତ ହୋଇଛନ୍ତି ଲୋକେ । ୧୫ ଦିନ ପର୍ଯ୍ୟନ୍ତ ମାର୍କେଟ ବିଲ୍‌ଡିଂ ପରିସରରେ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବା ସହ ୨ଜଣ BMC ସ୍କ୍ଵାର୍ଡ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ ଯେ, ବ୍ୟବସାୟୀ ସଙ୍ଘ ସଦସ୍ୟ ଓ ଓଠା ଦୋକାନୀଙ୍କ ମଧ୍ୟରେ ଉଛେଦକୁ ନେଇ ଗଣ୍ଡଗୋଳ ପରେ ଜୁଲାଇ ୩୧ ତାରିଖରେ ମାର୍କେଟ ବିଲ୍‌ଡିଂ ବନ୍ଦ ରହିଥିଲା।ତେବେ ମାର୍କେଟ ବିଲ୍‌ଡିଂରେ ଉଠାଦୋକନୀଙ୍କୁ ପ୍ରବେଶ ପଛରେ କିଛି କୁଜିନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ଜଣା ପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: