ଶିଳ୍ପପତୀ ମହିମା ମିଶ୍ରଙ୍କ ଘରେ CBI ଚଢାଉ

ଶିଳ୍ପପତୀ ମହିମା ମିଶ୍ରଙ୍କ ଘରେ CBI ଚଢାଉ

ପ୍ରିଜମ ନ୍ୟୁଜ ବ୍ୟୁରୋ: ସିବିଆଇ ପଞ୍ଝାରେ ପ୍ରତିଷ୍ଠିତ ଶିଳ୍ପପତୀ ମହିମା ମିଶ୍ର। ଆଜି କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଉଥିବା ସୂଚନା ମିଳିଛି । ଏହାସହ କଟକ ଓ ପାରାଦୀପ ସ୍ଥିତ OSL ଅଫିସରେ ଏକକାଳୀନ ଚାଲିଛି ଚଢ଼ାଉ। ଓଡ଼ିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଉଛି । ତେବେ କେଉଁ କାରଣ ପାଇଁ ରେଡ୍ କରାଯାଉଛି ତାହା ଜଣାପଡି ନାହିଁ ।

ଉଲ୍ଲେଖ ଯୋଗ୍ୟ ଯେ, ବହୁଚର୍ଚ୍ଚିତ ସିୱେଜ ସିପିଙ୍ଗ୍‌ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ୨୦୨୧ ନଭେମ୍ୱର ମାସରେ ମିଳିଥିଲା ଜାମିନ୍‌ । ବ୍ୟବସାୟିକ ଶତ୍ରୁତା କାରଣରୁ ସିୱେଜ ସିପିଙ୍ଗ୍‌ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦୀପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କୁ ୨୬ ଅକ୍ଟୋବର ୨୦୧୬ରେ ତାଙ୍କ କାର୍ଯ୍ୟାଳୟକୁ ଯିବାବେଳେ ବୋମା ଫିଙ୍ଗି ହତ୍ୟା କରାଯାଇଥିଲା । ଯାହାର ମୁଖ୍ୟ ସୂତ୍ର ଧର ମହିମା ମିଶ୍ର ରହିଥିଲେ ବୋଲି ଜଣାପଡିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: