ମୋବାଇଲ୍ ଦେଖି ଯିବା ବଳେ ଡ୍ରେନକୁ ଖସିପଡ଼ିଲେ ବ୍ୟକ୍ତି ଏବଂ ପରେ…

ମୋବାଇଲ୍ ଦେଖି ଯିବା ବଳେ ଡ୍ରେନକୁ ଖସିପଡ଼ିଲେ ବ୍ୟକ୍ତି ଏବଂ ପରେ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଘଟଣା ହେଉ କି ଦୁର୍ଘଟଣା । ଆଜିକାଲି ଯାହା ବି ଘଟୁଛି, ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । କେତେକ ଭିଡିଓ ଲୋକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଉଛି ତ ଆଉ କେତେକ ଭିଡିଓ ସମାଲୋଚନାର ଶିକାର ହେଉଛି । ଆଉ କିଛି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ସଚେତନ ମଧ୍ୟ ହେଉଛନ୍ତି । ତେବେ ଏବେ ସେମିତି ଏକ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ନିଜର ଅସାବଧାନତାକୁ ନେଇ ପରିହାସର ପାତ୍ର ପାଲଟିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ ଆପଣ ବି ନିଜର ହସକୁ ବନ୍ଦ କରି ପାରିବେନାହିଁ ।

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ,  ରାସ୍ତାରେ ପାଣି ଚାଲୁଛି । ପାଣି ଭର୍ତ୍ତି ରାସ୍ତାରେ ମୋବାଇଲକୁ ଦେଖି ଦେଖି ବେଶ ମଜାର ସହ ଯାଉଛନ୍ତି ଯୁବକ। ସେ ଟିକିଏ ଦୂରକୁ ଯିବା ପରେ ହଠାତ୍ ଏକ ଗଭୀର ଗାତରେ ପଡ଼ି ଯାଉଛନ୍ତି । ସବୁଠାରୁ ମଜାଦାର କଥା ହେଉଛି, ଏହି ବ୍ୟକ୍ତି ଏତେ ଦଶା ଭୋଗିବା ପରେ ନିଜ ଅପେକ୍ଷା ମୋବାଇଲକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ ବହୁତ ମାତ୍ରାରେ ଦେଖିବା ସହ ଉପଭୋଗ କରୁଛନ୍ତି ।

https://www.instagram.com/dennys_gonzalez85/?utm_source=ig_embed&ig_rid=278960df-fe25-4038-bca3-d2191c01b7f0

   ଭିଡିଓଟି ଆଜିର ମୋବାଇଲ୍ ପାଗଳ ଲୋକଙ୍କୁ ବହୁତ କିଛି ଶିକ୍ଷା ଦେଇଛି । ଯେତେବେଳେ ଆପଣ ରାସ୍ତାରେ କୌଣସି ସ୍ଥାନକୁ ଯାଉଛନ୍ତି, ସେ ଚଳିକି ହେଉ କିମ୍ବା ଯାନବାହାନରେ, ଆପଣ ମୋବାଇଲରେ କଥାବାର୍ତ୍ତା କରିବା ଉଚିତ୍ ନୁହେଁ । ଏବଂ ମୋବାଇଲ୍ ଦେଖିବା ଉଚିତ୍ ନୁହେଁ। କାରଣ ଏଭଳି କରିବା ଦ୍ୱାରା ବଡ ବିପଦରେ ପଡ଼ି ପାରନ୍ତି। ମୋବାଇଲ୍ ସହ ଜଡିତ ଏଭଳି ଅନକ ବିପଦପୂର୍ଣ୍ଣ ଘଟଣା ଦେଖିବାକୁ ମିଳୁଛି । ଟିକିଏ ଭୁଲ୍ ପାଇଁ କାହାର ଜୀବନ ଚାଲି ଯାଇଛି ତ ଆଉ କିଏ ଅର୍କମଣ୍ୟ ହୋଇପଡୁଛି । ତେବେ ଏଥିରେ ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: