ମାଙ୍କଡ଼ କରୁଛି ଲୁଗା ସଫା, ଭିଡିଓ ଦେଖି ହସି ହସି ଗଡ଼ିବେ….

ମାଙ୍କଡ଼ କରୁଛି ଲୁଗା ସଫା, ଭିଡିଓ ଦେଖି ହସି ହସି ଗଡ଼ିବେ….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମାଙ୍କଡ଼ରୁ ମଣିଷ ଜାତିର ଜନ୍ମ ବୋଲି କୁହାଯାଏ । ଯେଉଁଥିପାଇଁ ସେମାନେ ଅନେକ କାମ ମଣିଷ ପରି କରନ୍ତି । ତେବେ ମାଙ୍କଡ଼ ମାନଙ୍କର ଅନେକ ମଜାଳିଆ ଭିଡିଓ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବାର ଦେଖିବାକୁ ମିଳିଥାଏ ।  ଏପରି ଏକ ମଜାଦାର ଭିଡିଓ ଆଜିକାଲି ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ଏବଂ ୟୁଜର୍ସ ମାନେ ଏହାକୁ ନେଇ ବହୁତ ଚର୍ଚ୍ଚା କରୁଛନ୍ତି । ଏହି ଭିଡ଼ିଓରେ ମାଙ୍କଡ଼ଟିଏ କିଛି ପୋଷାକ ସଫା କରୁଥିବାର ଦେଖିବାକୁ ମିଳିଛି । ଯାହାକୁ ବେଶ ପସନ୍ଦ କରିଛନ୍ତି ଲୋକେ ।

ସାଧାରଣତଃ ଆପଣ ମାଙ୍କଡ଼ମାନେ ଘୁରି ବୁଲୁଥିବାର ଦେଖିଥିବେ। ଅନେକ ସମୟରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କରିଥାନ୍ତି । ଏହି ଭିଡିଓରେ ମାଙ୍କଡ଼ର ବୁଦ୍ଧି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ମାଙ୍କଡ଼ଟି ଯେପରି ପୋଷାକ ସଫା କରୁଛି, ସେଭଳି ପ୍ରଫେସନାଲ ଲୋକମାନେ ମଧ୍ୟ କରିବା କଷ୍ଟ । ମାଙ୍କଡ଼ର ଏହି କାମ ପ୍ରଶଂସା ଯୋଗ୍ୟ । ଆପଣ ଭିଡିଓରେ ଦେଖିବାକୁ ପାଇବେ ଯେ, ମାଙ୍କଡ଼ ପୋଷାକ ଧୋଇବାରେ ବ୍ୟସ୍ତ ରହିଛି । ପ୍ରଥମେ ସେ ଏପଟ ସେପଟ କରି ପୋଷାକ ସଫା କରୁଛି ଏହାପରେ ସେଥିରେ ବ୍ରସ୍ ମାରି ସଫା କରୁଛି । ଯାହା ଦ୍ୱାରା ଭଲ ଭାବରେ ଉକ୍ତ କପଡ଼ାଟା ସଫା ହେଇଯାଉଛି । ସତରେ ମାଙ୍କଡ଼ର ସରଳତା ପସନ୍ଦ ଯୋଗ୍ୟ ।

https://www.instagram.com/rhmsuwaidi/?utm_source=ig_embed&ig_rid=e9ceabcd-bd92-4c38-91c1-6b2a1fcb9b04

ସୋସିଆଲ ମିଡିଆରେ ଭିଡିଓଟି ତୀବ୍ର ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ଇନଷ୍ଟାଗ୍ରାମରେ ‘rhmsuwaidi’ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ବର୍ତ୍ତମାନ ଏହି ଭିଡିଓ ଦିନକୁ ଦିନ ଅଧିକ ଭାଇରାଲ୍ ହେବାରେ ଲାଗିଛି। ୟୁଜର୍ସମାନେ ଭିଡିଓକୁ ସେୟାର କରିବା ସହ ଏଥିରେ ଅତ୍ୟନ୍ତ ମଜାଳିଆ କମେଣ୍ଟ ଦେଉଛନ୍ତି । ଏହା ପୂର୍ବରୁ ମାଙ୍କଡ ସ୍ପା ନେଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: