ଦର୍ପଣ ଦେଖି ଘୋଡ଼ା ଛାନିଆ, କରିଲା କିଛି ଏମିତି…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ଅନେକ ସମୟରେ ପଶୁମାନଙ୍କର ଭିଡିଓ ଭାଇରାଲ୍ ହୋଇଥାଏ । ତାହା ମଧ୍ୟରୁ ଆମକୁ କିଛି ହସେଇଥାଏ ଆଉ କିଛି କନ୍ଦାଇ ଥାଏ। ଏବେ ସେମିତି ଏକ ଘୋଡାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଅପଣ ହସକୁ ଅଟକାଇ ପାରିବେ ନାହିଁ। ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓଟି ପ୍ରଥମେ ଦର୍ପଣରୁ ଆରମ୍ଭ ହୋଇଛି । ଘଟଣା ଥିଲା କିଛି ଏମିତି… ଦର୍ପଣରେ ନିଜର ପ୍ରତିଛବି ଦେଖି ଘୋଡ଼ା ଭୟଭୀତ ହେବା ସହ ପଛକୁ ଫେରି ଯାଏ । ପୁଣିଥରେ ଫେରି ଆସି ଦର୍ପଣ ଦେଖିବା ସହ ବିଭିନ୍ନ ହରକତ କରିବାକୁ ଲାଗେ । ଦର୍ପଣରେ ନିଜକୁ ଦେଖି ଘୋଡାଟି ଏକ ମଜାଳିଆ ଶବ୍ଦ କରିବା ଆରମ୍ଭ କରିଦିଏ । କିଛି ସେକେଣ୍ଡ ପରେ ସେ ପୁଣି ଦର୍ପଣକୁ ଚାହିଁ ନିଜ ମୁହଁ ଦେଖିବା ପରେ ପୁଣିଥରେ ଭୟଭୀତ ହୋଇଯାଏ। ଏହାପରେ ଘୋଡାଟି ଭୟଭୀତ ହୋଇ ନିଜ ନାକକୁ ଗ୍ଲାସକୁ ସ୍ପର୍ଶ କରିବାକୁ ଆରମ୍ଭ କରିଦିଏ । ସେ ସମସ୍ତ ଆଙ୍ଗେଲରୁ ଦର୍ପଣରେ ନିଜ ଚେହେରା କିଛି ସମୟ ଦେଖିବା ପରେ ଭୟଭୀତ ହୋଇ ଦୌଡିବାକୁ ଲାଗେ। ଏହି ମଜାଦାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । ୫୦ ହଜାରରୁ ଅଧିକ ଲୋକ ଏହି ଭିଡିଓଟି ଦେଖିଥିବା ବେଳେ ଦୁଇ ହଜାରରୁ ଅଧିକ ଲାଇକ୍ ଏବଂ ୪୦୦ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି। ତେବେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓରେ ଅନେକ ମଜାଳିଆ କମେଣ୍ଟ ଦେବା ସହ ଘୋଡାଟି ଦର୍ପଣ ଦେଖି କ’ଣ ଚିନ୍ତା କରୁଛନ୍ତି କିମ୍ବା ବାସ୍ତବ ଜୀବନରେ ସେ ସମ୍ମୁଖୀନ ହୋଇଥିବା ପରିସ୍ଥିତି ସହିତ ତୁଳନା କରିବାକୁ ଚେଷ୍ଟା କରିଛନ୍ତି।

https://twitter.com/buitengebieden_/status/1378700015867195395?s=19


ଜଣେ ୟୁଜର୍ସ ଘୋଡା ଆଚରଣକୁ “କ୍ୱାଣ୍ଟମ୍ ମେକାନିକ୍ସ” ସହିତ ତୁଳନା କରିଥିବା ବେଳେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ମୁଁ ପଛକୁ ଫେରି ଦେଖୁଛି ଯେ, ସେ ବି ପଛକୁ ଯାଉଛି । ଯଦି ମୁଁ ଅନ୍ୟ ପାର୍ଶ୍ୱକୁ ଯାଉଛି, ସେ ବି ସେହି ପର୍ଶ୍ୱକୁ ଯାଉଛି। ମୁଁ ଆଗକୁ ବଢ଼ିଲେ ସେ ବି ଆଗକୁ ବଢୁଛି। ସେହିଭଳି ଆଉ ଜଣେ ୟୁଜର୍ସ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି, ‘ବୋଧହୁଏ ଘୋଡାକୁ ମସ୍କାରା ପିନ୍ଧିବାକୁ ପଡିବ । ସେଥିପାଇଁ ସେ ଦର୍ପଣକୁ ଚାହିଁ ରହିଛି।…..

Leave a Reply

Your email address will not be published. Required fields are marked *