ବର୍ଷେରୁ ଅଧିକ ଦିନ ହେଲା କରୋନା ରୋଗରେ ଆକ୍ରାନ୍ତ ହୋଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

ବର୍ଷେରୁ ଅଧିକ ଦିନ ହେଲା କରୋନା ରୋଗରେ ଆକ୍ରାନ୍ତ ହୋଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

ପ୍ରିଜମ ନ୍ୟୁଜ୍ୟୁ ବ୍ୟୁରୋ: କରୋନା ଭାଇରସରେ ପୀଡିତ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ କମିଯାଏ ଏବଂ ରୋଗୀ ବହୁତ ଦୁର୍ବଳ ହୋଇଯାଏ । ମାତ୍ର କିଛି ଦିନ ମଧ୍ୟରେ ଏହି ଭାଇରସ୍ ଲୋକଙ୍କୁ ମୃତ୍ୟୁ ମୁଖକୁ ନେଇଯାଏ। ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଗତ ଏକ ବର୍ଷ ହେବ କରୋନା ରୋଗରେ ଆକ୍ରାନ୍ତ ହୋଇ ସଙ୍ଘର୍ଷ କରୁଛନ୍ତି କୁହାଯାଏ, ତେବେ ତାଙ୍କ ଅବସ୍ଥା କିପରି ହୋଇଥିବ ଭାବି ପାରୁଛନ୍ତି ? ଆପଣ ଏହାକୁ ମିଛ ଭାବି ପାରନ୍ତି। କିନ୍ତୁ ବ୍ରିଟେନର ଲିଡ୍ସରେ ରହୁଥିବା ୪୯ ବର୍ଷିୟ ଜୋସନ କେଲକ ଗତ ଏକ ବର୍ଷ ଧରି କରୋନା ପାଜେଟିଭି ହୋଇ ଚିକିତ୍ସିତ ହେଉଛନ୍ତି । ଗତ ବର୍ଷ ଏପ୍ରିଲରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ଔଷଧ ଏବଂ ଉପଯୁକ୍ତ ଯତ୍ନ ସତ୍ତ୍ଵେ ଜୋସନ କରୋନା ସଂକ୍ରମିତରୁ ଭଲ ହେଉ ନାହାନ୍ତି। ତେବେ ଏବେ ତାଙ୍କ ପତ୍ନୀ ବର୍ଷ ହେଲା ତାଙ୍କ ସ୍ଵାମୀ କରୋନ ସହ କିପରି ସଂଘର୍ଷ କରୁଛନ୍ତି ତାହାର ଫଟୋ ସେୟାର କରି ଦୁନିଆକୁ ତାଙ୍କ ଅବସ୍ଥା ବିଷୟରେ ଜଣାଇଛନ୍ତି।


ପ୍ରାଥମିକ ବିଦ୍ୟାଳୟରେ ଆଇଟି ଶିକ୍ଷକ ଥିବା ଜୋସନଙ୍କୁ ଗତ ବର୍ଷ ଏପ୍ରିଲ ମାସରେ ଲିଡ୍ସର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଛାତିରେ ସଂକ୍ରମଣ ହୋଇଥିଲା। ଆଡମିଶନ ହେବାର ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଭେଣ୍ଟିଲେଟରରେ ରଖାଗଲା। ସେବେ ଠାରୁ ଆଜି ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ଆଡମିଟ ହୋଇ ରହିଛନ୍ତି। ହସ୍ପିଟାଲରେ ଆଡମିଶନ ହେବା ପରେ ଜୋସନ କୋଭିଡ ପଜେଟିଭ ବୋଲି ପ୍ରକାଶ କରାଯାଇଥିଲା । ଗତ ଏକ ବର୍ଷ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜୋସନଙ୍କୁ ଲିଡ୍ସ ହସ୍ପିଟାଲରେ ବ୍ରିଟେନର ଦୀର୍ଘତମ କରୋନା ରୋଗୀ ଭାବେ ଘୋଷିତ କରାଯାଇଛି। ଗୋଟିଏ ବର୍ଷ ମଧ୍ୟରେ ଜୋସନଙ୍କ ଅବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଜୋସନ ଯେତେବେଳେ କିଛି ଖାଆନ୍ତି ତାହା ସଙ୍ଗେ ସଙ୍ଗେ ବାନ୍ତି ହୋଇ ଯାଇଥାଏ। ଏହି ଭାଇରସ ଗୋଟିଏ ବର୍ଷ ଭିତରେ ତାଙ୍କ ପେଟକୁ ସଢ଼ାଇ ଦେଇଥିବାର ଡାକ୍ତର ମାନେ ସୂଚନା ଦେଇଛନ୍ତି।

ତେବେ ବ୍ରିଟେନରେ ଏହିଭଳି ଆହୁରି ଅନେକ ରୋଗୀ ଅଛନ୍ତି ଯେଉଁମାନେ ଗତ ବହୁ ମାସ ଧରି ଏହି ଭାଇରସ୍ ସହିତ ଲଢ଼ୁଥିଲେ। ଜୋସନଙ୍କ ଅବସ୍ଥା ସମ୍ପର୍କରେ ଡାକ୍ତରମାନେ କହିଛନ୍ତି ଯେ, ତାଙ୍କ କିଡନୀ, ଲଙ୍ଗ ସଂପୂର୍ଣ୍ଣ ଖରାପ ହୋଇଯାଇଛି। ଖାଦ୍ୟ ଖାଇବା ସମୟରେ ମଧ୍ୟ ସେ ବାନ୍ତି କରୁଛନ୍ତି । ଜୋସନ ବହୁତ ଦୁର୍ବଳ ହୋଇ ଯାଇଛନ୍ତି । ଭିଡିଓ କଲ୍ ମାଧ୍ୟମରେ ଜୋସନଙ୍କ ପରିବାର ସଦସ୍ୟ ତାଙ୍କ ସହ ଯୋଗାଯୋଗ କରନ୍ତି। ଏହି ଖବର ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଗୋଟିଏ ବର୍ଷ ହେଲା ଭୟଙ୍କର କରୋନା ଭାଇରସ୍ ସଂକ୍ରମିତ ହୋଇ ଜୋସନ ଜୀବିତ ଅଛନ୍ତି କିପରି। ଅନ୍ୟପକ୍ଷରେ ଜୋସନଙ୍କ ପରିବାର ଲୋକ ଆଶା କରୁଛନ୍ତି ଯେ, ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: