କରୋନା ସଂକ୍ରମିତଙ୍କ ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ହେଲେ ଏହି ଅଭିନେତା…

କରୋନା ସଂକ୍ରମିତଙ୍କ ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ହେଲେ ଏହି ଅଭିନେତା…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରୋଗୀଙ୍କୁ ହସ୍ପିଟାଲ ନେବାକୁ ହେଉ କି ମୃତଦେହକୁ ଶ୍ମଶାନ ଏସବୁରେ ଅମ୍ବୁଲାନ୍ସ ଅଭାବ ବଡ଼ ସମସ୍ୟା ପାଲଟିଛି । ଏଭଳି ଭୟାବହ ସ୍ଥିତିରେ ରୋଗୀଙ୍କୁ ସହଯୋଗ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଜଣେ ସାଉଥ୍ ଷ୍ଟାର୍ । ଖୋଦ୍ ଆମ୍ବୁଲାନ୍ସ ଚଲେଇ ସେ ନିଜେ ରୋଗୀଙ୍କୁ ଡାକ୍ତରଖାନା ନେଉଛନ୍ତି ।

https://www.instagram.com/p/CNzaBJ3rOcE/?utm_source=ig_embed

କନ୍ନଡ଼ ଅଭିନେତା ଅର୍ଜୁନ ଗୌଡ଼ା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ପାଲଟିଛନ୍ତି । ସାଉଥ୍ ଫିଲ୍ମ Yuvarathnaa ଏବଂ Rustumରେ କାମ କରିଥିବା ଅର୍ଜୁନ ଅସହାୟ ଲୋକଙ୍କୁ ପ୍ରୋଜେକ୍ଟ ସ୍ମାଇଲ ଟ୍ରଷ୍ଟ ସହାୟତାରେ ସହଯୋଗ ପ୍ରଦାନ କରୁଛନ୍ତି । ଅର୍ଜୁନ କହିଛନ୍ତି ଯେ, ସେ ଲୋକଙ୍କୁ ଡାକ୍ତରଖାନା ନେବା ସହ କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଶ୍ମଶାନଘାଟ ପହଞ୍ଚାଇ ଶବଦାହ କରିବାରେ ସାହାଯ୍ୟ କରୁଛନ୍ତି ।


ଅର୍ଜୁନ କହିଛନ୍ତି ଯେ, ଯେଉଁମାନଙ୍କୁ ଡାକ୍ତରଖାନା ଯିବାକୁ କିମ୍ବା ଅନ୍ତିମ ସଂସ୍କାର ପାଇଁ ଗାଡ଼ି ଦରକାର, ସେମାନଙ୍କୁ ଆମ୍ବୁଲାନ୍ସ ସେବା ଦେଇ ସେ ସାହାଯ୍ୟ କରୁଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଅର୍ଜୁନ କହିଛନ୍ତି ଯେ, ମୁଁ ଅନେକ ଦିନ ଧରି ସେବା କରୁଛି ଏବଂ ଅଧେ ଡଜନ ଲୋକଙ୍କ ଅନ୍ତିମ ସଂସ୍କାର କରିସାରିଲିଣି । ଆମେ ପ୍ରତ୍ୟେକ ଅଭାବୀ ଲୋକ ଯେ କୌଣସି ସ୍ଥାନରୁ କିମ୍ବା କୌଣସି ଧର୍ମରୁ ହେଉ ସାହାଯ୍ୟ କରିବାକୁ ଚାହୁଁଛୁ । ଏଥିପାଇଁ ମୁଁ ସହରର ଯେ କୌଣସି ସ୍ଥାନକୁ ଯିବାକୁ ମଧ୍ୟ ପ୍ରସ୍ତୁତ |


ଅର୍ଜୁନ କହିଛନ୍ତି, ‘ନିକଟରେ ମୁଁ ଜଣେ ଅସହାୟ ଲୋକଙ୍କୁ କେଙ୍ଗେରୀ ଠାରୁ ବହୁ ଦୂରରେ ଥିବା ହ୍ବାଇଟଫିଲ୍ଡ ହସ୍ପିଟାଲକୁ ନେଇଥିଲେ । ଆଗାମୀ ଦିନରେ ମଧ୍ୟ ମୁଁ ଅସହାୟ ଲୋକଙ୍କୁ ସାହାଯ୍ୟ ଜାରି ରଖିବି, କାରଣ ପରିସ୍ଥିତି ବହୁତ ଖରାପ ଅଟେ | ସେ ଏହା ମଧ୍ୟ କହିଛନ୍ତି, ଯାହାର ଅମ୍ଳଜାନ ଆବଶ୍ୟକ ସେମାନଙ୍କୁ ସେ ଅମ୍ଳଜାନ ବିତରଣ କରୁଛନ୍ତି ।


ଆପଣଙ୍କୁ କହି ରଖୁଛୁ, କେବଳ ଅର୍ଜୁନ ନୁହଁନ୍ତି, ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀରେ ଏପରି ଅନେକ ସେଲିବ୍ରିଟ ଅଛନ୍ତି ଯେଉଁମାନେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସୋନୁ ସୁଦ ପୀଡ଼ିତଙ୍କ ପାଇଁ ମସିହା ଠାରୁ କମ୍ ନୁହନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: