୪୦୦୦ ମହିଳାଙ୍କ ସହ ରଖିଥିଲେ ସମ୍ପର୍କ, ଆରବପତି ବ୍ୟବସାୟୀଙ୍କୁ ବିଷ ଦେଇ ମାରିଲା ସୁନ୍ଦରୀ ସ୍ତ୍ରୀ

୪୦୦୦ ମହିଳାଙ୍କ ସହ ରଖିଥିଲେ ସମ୍ପର୍କ, ଆରବପତି ବ୍ୟବସାୟୀଙ୍କୁ ବିଷ ଦେଇ ମାରିଲା ସୁନ୍ଦରୀ ସ୍ତ୍ରୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜିକା ଦୁନିଆରେ ପଇସା ଆଗରେ ବାପାମାଆ, ଭାଇଭଉଣୀ, ସ୍ବାମୀ-ସ୍ତ୍ରୀ, ପୁଅଝିଅ ସମସ୍ତେ ତୁଚ୍ଛ । ମାତ୍ର କେଇଟା ଟଙ୍କା ପାଇଁ ବାପା ପୁଅକୁ ମାରୁଛି, ସ୍ବାମୀ- ସ୍ତ୍ରୀର ଆଉ ପୁଅ ଜନ୍ମଦାତାଙ୍କ ଜୀବନ ନେବାକୁ ପଛାଉନି । ସେମିତି ଏକ ଲମୋଟାଙ୍କୁରା ହତ୍ୟାକାଣ୍ଡ ଜାପାନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଆରବପତି ବ୍ୟବସାୟୀଙ୍କ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ୨୫ ବର୍ଷିୟ ସାକି ସୁଡୋଙ୍କ ଉପରେ ଆରୋପ ଲାଗିଛି ଯେ, ସେ ତାଙ୍କ ୭୭ ବର୍ଷିୟ ସ୍ୱାମୀ ଡୋନ୍ ଜୁଆନଙ୍କୁ ହତ୍ୟା କରିଛନ୍ତି ।


ଖବର ଅନୁଯାୟୀ, ମହିଳା ଜଣଙ୍କ ଡୋନ୍ ଜୁଆନଙ୍କୁ ବିବାହ କରିବାର ମାତ୍ର ୩ ମାସ ଭିତରେ ବିଷ ଦେଇ ମାରି ଦେଇଛନ୍ତି। ଡନ୍ ଜୁଆନ୍ ଓରଫ କୌସିକ ନୋଜକି ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ନୋଜକିଙ୍କ ରିଏଲ୍ ଇଷ୍ଟେଟ୍ ଏବଂ ମଦ ବ୍ୟବସାୟ ଥିଲା । ଦି ସନ୍ ରିପୋର୍ଟ ଅନୁଯାୟୀ, ତିନି ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ ମେ ମାସରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶରୀରରୁ ପ୍ରବଳ ମାତ୍ରାରେ ବିଷାକ୍ତ ଡ୍ରଗ୍ସ ମିଳିଥିଲା। ଏହାସହ ସେ ମରିବା ପୂର୍ବରୁ ତାଙ୍କ ପତ୍ନୀଙ୍କ ସହ ରହିଥିବାର ଜଣାପଡିଛି । ନୋଜକି୨୦୧୬ ମସିହାରେ ନିଜର ଆତ୍ମଜୀବନୀ ଲେଖି ଚର୍ଚ୍ଚାକୁ ଆସିଥିଲେ । ସେଥିରେ ସେ ଲେଖିଥିଲେ ଯେ, ତାଙ୍କ ଜୀବନ କାଳ ଭିତରେ ୪୦୦ ରୁ ଅଧିକ ମହିଳାଙ୍କ ସହିତ ସମ୍ବନ୍ଧ ରଖି ସାରିଛନ୍ତି ଓ ସେଥି ପାଇଁ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଦେଇଛନ୍ତି। ସେ ନିଜକୁ ସ୍ପାନିସ୍ ଖେଳାଳୀ ବୋଲି ଭାବୁ ଥିଲେ।


ୱାକାୟାମାରେ ଥିବା ତାଙ୍କ ନିଜ ଘରୁ ନୋଜକିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ପୋଲିସ ଏହି ଘଟଣାର ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଥିଲା ଯେ, ଏହା ଆତ୍ମହତ୍ୟା ମାମଲା ନୁହେଁ, ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଛି । ପୋଲିସ କହିଛି ଯେ, ନୋଜକି ମୃତ୍ୟୁ ପୂର୍ବରୁ ତାଙ୍କ ପତ୍ନୀଙ୍କ ସହ ରାତ୍ରୀ ଭୋଜନ କରୁଥିଲେ। ପୋଲିସର ସୂଚନାନୁସାରେ, ସୁଡୋ ନୋଜକିଙ୍କ ଶରୀରରୁ ମିଳିଥିବା ବିଷାକ୍ତ ଡ୍ରଗ୍ସ ଇଣ୍ଟରନେଟରେ ଅନୁସନ୍ଧାନ କରି ତାଙ୍କୁ ଦେଇଥିଲେ। ତେବେ ସେ କଣ ପାଇଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ତାହାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଅନ୍ୟ ମହିଳାଙ୍କ ସହ ତାଙ୍କ ସ୍ଵାମୀଙ୍କର ଅନୈତିକ ସମ୍ପର୍କ ଏହାର କାରଣ ହୋଇପାରେ ବୋଲି କୁହାଯାଇଛି।


ନୋଜକି ତାଙ୍କ ଆତ୍ମଜୀବନୀରେ ଏହା ମଧ୍ୟ ଲେଖିଥିଲେ ଯେ ତାଙ୍କ ଟଙ୍କା ରୋଜଗାରର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ସେ ଆକର୍ଷଣୀୟ ମହିଳାମାନଙ୍କୁ ଡେଟ୍ କରିବାକୁ ଚାହାନ୍ତି। ସେ ଟଙ୍କା ରୋଜଗାର କରିବା ପାଇଁ ଏହା ଏକ ବଡ଼ ପ୍ରେରଣା ଥିଲା। ଖବର ଅନୁଯାୟୀ, ନୋଜକି ସାପୋରୋ ନିବାସୀ ସୁଡୋଙ୍କୁ ବିବାହ କରିବା ପୂର୍ବରୁ ପଚାରିଥିଲେ ଯେ, ସେ ତାଙ୍କ ଜୀବନର ଶେଷ ମହିଳା ହେବାକୁ ଚାହୁଁଛନ୍ତି କି? ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ସୁଡୋ ଏହି ସମ୍ପର୍କରେ ରାଜି ହୋଇଥିଲେ ମଧ୍ୟ ସେ ତାଙ୍କ ଘରେ ଏହା କହି ନଥିଲେ । ସେ ନୋଜକିଙ୍କ ସହ ଥିବା ସମ୍ପର୍କକୁ ତାଙ୍କ ପରିବାର ସଦସ୍ୟଙ୍କଠାରୁ ଲୁଚାଇ ରଖିଥିଲେ ଏବଂ ସେ ତାଙ୍କ ପରିବାରକୁ କହିଥିଲେ ଯେ, ସେ ଷ୍ଟକ୍ କାରବାର ଦ୍ଵାରା ସେ ଭଲ ଟଙ୍କା ରୋଜଗାର କରୁଛନ୍ତି। ତେବେ ଏହି ମାମଲାର ବିଚାର ଏବେ ମଧ୍ୟ ଜାର ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: