ରାଗରେ ସ୍ତ୍ରୀର ପ୍ରାଇଭେଟ୍ ପାର୍ଟ ସିଲେଇ କରିଦେଲା ସ୍ବାମୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମଧ୍ୟପ୍ରଦେଶର ସିଙ୍ଗରୋଲ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ନିର୍ଦ୍ଦୟ ସ୍ୱାମୀ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବା ସନ୍ଦେହରେ ନିଜ ପତ୍ନୀଙ୍କ ପ୍ରାଇଭେଟ୍ ପାର୍ଟକୁ ସିଲାଇ ଦେଇଛନ୍ତି। ଖବର ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତିଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ସେ ସବୁ ବେଳେ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରହିଛି। ତାଙ୍କର ଏହି ସନ୍ଦେହ କାରଣରୁ, କ୍ରୋଧରେ ସେ ଏଭଳି ଘଟଣା ଘଟାଇ ଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି। ଅତିରିକ୍ତ ପୋଲିସ ଅଧୀକ୍ଷକ ଅନିଲ ସୋନକର କହିଛନ୍ତି ଯେ ମହିଳା ଜଣକ ପୋଲିସକୁ ଅନୁରୋଧ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ କେବଳ ଗାଳିକରି ବା ଦରେ ଛାଡ଼ି ଦିଆଯାଉ, ଯେପରି ସେ ଏପରି କାର୍ଯ୍ୟ ଆଉ କେବେ ନକରନ୍ତି। ସେ କହିଛନ୍ତି ଯେ ଏହି ଘଟଣାତୁ ଅଗଷ୍ଟ ୨୪ ତାରିଖରେ ରୋଲା ଗ୍ରାମରେ ଘଟିଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ମହିଳାଙ୍କ ସ୍ୱାମୀ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କର ପର ପୁରୁଷଙ୍କ ସହ ସମ୍ପର୍କ ରହିଛି। ଯାହାକୁ ନେଇ ସେ ଆଗରୁ ମଧ୍ୟ କଳି କରିବା ସହ ଘଟଣା ଦିନ କ୍ରୋଧରେ ଏଭଳି କାଣ୍ଡ ଘଟେଇ ଥିଲେ।
ଏଠାରେ ସୂଚନା ଠାଉକି କିଛି ଦିନ ତଳେ ୟୁପିର ରାମପୁରର ସାମ୍ନାକୁ ଆସିଥିଲା ​​ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ ୨୪ ବର୍ଷିୟା ପତ୍ନୀଙ୍କ ଚରିତ୍ର ସନ୍ଦେହ କରି ତାଙ୍କ ବ୍ୟକ୍ତିଗତ ଅଂଶକୁ ସିଲେଇ କରିଦେଇଥିଲେ।

Leave a Reply

Your email address will not be published. Required fields are marked *