ଭନସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟରେ ନଜର ଆସିବେ ଜୁହି

ଭନସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟରେ ନଜର ଆସିବେ ଜୁହି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡର ନାମୀଦାମୀ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ତାଙ୍କ କ୍ୟାରିୟର ୨୫ ବର୍ଷ ଅତିକ୍ରମ କରିସାରିଛନ୍ତି। କିଛି ଦିନ ପୂର୍ବରୁ ଏହି ଅବସରରେ ସେ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ‘ହିରାମଣ୍ଡି’ ବିଷୟରେ ଘୋଷଣା କରିଥିଲେ ଏବଂ ଏହାରି ଭିତରେ ସେ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ଉପରେ କାମ ମଧ୍ୟ ଆରମ୍ଭ କରିଛନ୍ତି। ସଞ୍ଜୟ ଏହାକୁ ଏକ ୱେବ୍ ସିରିଜ୍ ଭାବରେ ପ୍ରସ୍ତୁତ କରିବେ। ଏଥିପାଇଁ ସେ ନେଟଫ୍ଲିକ୍ସ ସହିତ ଯୋଡି ହୋଇଛନ୍ତି। ଏହି ଚଳଚ୍ଚିତ୍ରରେ ସୋନାକ୍ଷୀ ସିହ୍ନା, ନିମ୍ରତ କୌର ଏବଂ ମନୀଷା କୋଇରାଲାଙ୍କ ସମେତ ଅନେକ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ। ବର୍ତ୍ତମାନ ଜୁହି ଚାୱଲା ମଧ୍ୟ ଏହି ଫିଲ୍ମରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି।
ସୂତ୍ରରୁ ଜଣାପଡିଛି ଯେ ହିରାମାଣ୍ଡିରେ ମୋଟ ୧୮ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ। ବର୍ତ୍ତମାନ ଜୁହି ଚାୱଲା ମଧ୍ୟ ଏହି ଫିଲ୍ମରେ ଯୋଗଦେବେ। ସେ ଏହି ୮ଟି ଏପିସୋଡ୍ ଥିବା ୱେବ୍ ସିରିଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଜୁହି ସଞ୍ଜୟ ଲୀଲା ଭନସାଲୀଙ୍କୁ ଭେଟି ତୁରନ୍ତ ଏହି ଚରିତ୍ରରେ ଅଭିନୟ କରିବାକୁ ରାଜି ହୋଇଥିଲେ। ସେ ଖୁବ ଶୀଘ୍ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି। କୁହାଯାଉଛି ଯେ ଏହି ୱେବ୍ ସିରିଜ୍ ହେଉଛି ଭାରତର ବିଭାଜନ ପୂର୍ବର କାହାଣୀ ଏବଂ ଭନସାଲୀ ଏଥିରେ କିଛି ପରିବର୍ତ୍ତନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: