ସେକେଣ୍ଡ ହ୍ୟାଣ୍ଡ କାର୍ ପାଇଁ ୩ ମାସର ପୁଅକୁ ବିକି ଦେଲେ ମା’ବାପା !

ସେକେଣ୍ଡ ହ୍ୟାଣ୍ଡ କାର୍ ପାଇଁ ୩ ମାସର ପୁଅକୁ ବିକି ଦେଲେ ମା’ବାପା !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଅର୍ଥ ସର୍ବସ୍ବ ଦୁନିଆରେ ମଣିଷ ଏତେ ତଳକୁ ଖସି ଯାଇଛି ଯେ, ମାତ୍ର କିଛିଟା ଟଙ୍କା ପାଇଁ ରକ୍ତର ସଂପର୍କକୁ ବି ତୁଚ୍ଛ କରିଦେଉଛି । ଟଙ୍କା ପାଇଁ ବାପା ପିଲାକୁ ସ୍ବାମୀ ସ୍ତ୍ରୀକୁ ବିକ୍ରି କରି ଦେଉଛି। ସେହିଭଳି ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ସମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ନବଜାତ ଶିଶୁକୁ ସେକେଣ୍ଡ ହ୍ୟାଣ୍ଡ କାର୍ କିଣିବା ପାଇଁ ବିକ୍ରି କରିଥିବାର ଅଭିଯୋଗ ହୋଇଛି

ଖବର ଅନୁଯାୟୀ, ଶିଶୁର ଅଜା ଆଇ ୧୩ ମଇକୁ ତିରୱା କୋଟୱାଲୀ ପୋଲିସ ଷ୍ଟେସନରେ ଶିଶୁର ମାବାପା ବିରୋଧରେ ଅଭିଯୋଗ କରିଛନ୍ତି ଯେ, ସେମାନେ ତାଙ୍କର ନବଜାତ ପୁଅକୁ ୧.୫ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଛନ୍ତି । ପିଲାଟିକୁ ଜଣେ ବ୍ୟବସାୟୀକୁ ବିକ୍ରି କରିଥିବାର ସେମାନେ ଅଭିଯୋଗ କରିଛନ୍ତି। ତେବେ ପିଲାଟି ଏବେ ବି ବ୍ୟବସାୟୀଙ୍କ ପାଖରେ ଅଛି ବୋଲି ପୋଲିସ କହିଛି। ପୁଲିସ କହିଛି ଯେ, ଅଜା-ଆଇଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ତିନି ମାସର ଶିଶୁକୁ ତାର ମାବାପା ଗୁରୁସାହାନଗଞ୍ଜରେ ଥିବା ଜଣେ ବ୍ୟବସାୟୀଙ୍କୁ ମାତ୍ର ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି।  ଏବଂ ସେହି ଟଙ୍କାରେ ଗୋଟେ ଚାରି ଚକିଆ ଯାନ କିଣିବାକୁ ଯୋଜନା କରିଛନ୍ତି। ସ୍ଥାନୀୟ ପୋଲିସ ଅଧିକାରୀ ଶୈଳେନ୍ଦ୍ର କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ‘ପିଲାଟି ବ୍ୟବସାୟୀଙ୍କ ପାଖରେ ଏବେ ବି ଅଛି, ଆମେ ଅଭିଯୋଗ ଦାଖଲ କରିବା ସହ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଛୁ।ପୋଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି, ଖୁବ୍ ଶୀଘ୍ର ଘଟଣାର ସାତ୍ୟସତ ଜଣାପଡ଼ିବ । ତେବେ କିଛି ଦିନ ତଳେ ଚାଇନାରୁ ଏଭଳି ଘଟଣା ସମ୍ନାକୁ ଆସିଥିଲା। ଏଠାରେ ଜଣେ ପିତା ତାଙ୍କର ୨ ବର୍ଷର ପୁଅକୁ ବିକ୍ରି କରି ଗାର୍ଲଫ୍ରେଣ୍ଡ ସହିତ ସାର ଦେଶ ଭ୍ରମଣ କରୁଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: