ସାବଧାନ! ଟିକାକରଣ ନୁହେଁ, କୋରୋନା ପୁରୁଷଙ୍କୁ କରିପାରେ ନପୁଂସକ

ସାବଧାନ! ଟିକାକରଣ ନୁହେଁ, କୋରୋନା ପୁରୁଷଙ୍କୁ କରିପାରେ ନପୁଂସକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରାୟ ଦେଢ଼ ବର୍ଷ ହେବ କୋରୋନା ଭାଇରସ ପାଇଁ ସାରା ବିଶ୍ବ ଛଟପଟ ହେଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ଟିକାକରଣକୁ ଏକମାତ୍ର ଅସ୍ତ୍ର ଭାବେ ଧରା ଯାଇଛି। ତେବେ ଏନେଇ କେତେକ ଗୁଜବ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ଯେପରି କି ଟିକା ନେଲେ ପୁରୁଷମାନେ ନପୁଂସକ ହେଉଛନ୍ତି ବୋଲି ଏକ ମିଛ ଖବର କିଛିଦିନ ତଳେ ଭାଇରାଲ ହେଉଥିଲା। ତେବେ ଏହା ସମୂର୍ଣ୍ଣ ମିଛ ବ୍ୟତୀତ ଆଉ କିଛି ନୁହେଁ ବୋଲି ଚିକିତ୍ସକମାନେ ସ୍ପଷ୍ଟ କରିଛନ୍ତି। ହେଲେ ଆଉ ଏକ ଭୟଙ୍କର ସତ ପାଦକୁ ଆସିଛି। ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଟିକାନେଲେ ନୁହେଁ ବରଂ କରୋନା ସଂକ୍ରମିତ ହେବା ଦ୍ଵାରା ପୁରୁଷମାନେ ନପୁଂସକ ହୋଇପାରନ୍ତି।
‘ୱାର୍ଲ୍ଡ ଜର୍ନାଲ୍ ଅଫ୍ ମେନସ୍ ହେଲଥ’ରେ ପ୍ରକାଶିତ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ କରୋନାରେ ସଂକ୍ରମିତ ହୋଇଥିବା ଏବଂ ସଂକ୍ରମିତ ହୋଇନଥିବା କିଛି ପୁରୁଷଙ୍କ ଟିସୁକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଯାହାଦ୍ଵାରା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ କରୋନା ଭାଇରସ ଶରୀରରେ ରକ୍ତବାହୀକୁ କ୍ଷତି ପହଞ୍ଚାଇପାରେ, ଫଳସ୍ୱରୂପ ଶରୀରର ଅନେକ ଅଂଶ ପ୍ରଭାବିତ ହୋଇପାରେ ଏବଂ ପୁରୁଷମାନଙ୍କର ବ୍ୟକ୍ତିଗତ ଅଂଶ ମଧ୍ୟ ଏଥିରେ ଜଡିତ ହୋଇଥାଏ।
ମିଆମି ମିଲର ସ୍କୁଲ ଅଫ୍ ମେଡିସିନ୍ ବିଶ୍ୱବିଦ୍ୟାଳୟର ପ୍ରଜନନ ୟୁରୋଲୋଜି ପ୍ରୋଗ୍ରାମର ଜଣେ ସହଯୋଗୀ ପ୍ରଫେସର ତଥା ନିର୍ଦ୍ଦେଶକ ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲେ। ସେ କହିଛନ୍ତି ଯେ ଏହି ଭାଇରସର ପ୍ରତିକୂଳ ପ୍ରଭାବ ମଧ୍ୟରୁ ଗୋଟିଏ ନପୁଂସକତା ମଧ୍ୟ ହୋଇପାରେ। ଏହି ଅଧ୍ୟୟନ ୬ ରୁ ୮ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ଉପରେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କାହାରି ପୂର୍ବରୁ ଏପରି ସମସ୍ୟା ନଥିଲା। ଦୁଇ କରୋନା ସଂକ୍ରମିତ ପୁରୁଷଙ୍କ ବ୍ୟକ୍ତିଗତ ଅଂଶର ଟିସୁରେ ମଧ୍ୟ ଭାଇରସର ଅବଶିଷ୍ଟାଂଶ ଦେଖାଯାଇଥିଲା। ଏହି ଅଧ୍ୟୟନରେ ଜଡିତ ଥିବା ଡାକ୍ତର ରଣଜିତ୍ ରାମାସାମୀ କୁହନ୍ତି, ‘ଆମର ପାଇଲଟ୍ ଅଧ୍ୟୟନରେ ଆମେ ଜାଣିବାକୁ ପାଇଲୁ ଯେ ଯେଉଁ ପୁରୁଷମାନେ କେବେ ଇରେକ୍ଟାଇଲ୍ ଡିସଫଙ୍କସନ ସମସ୍ୟା ନଥିଲା, ସେମାନେ କରୋନା ସଂକ୍ରମିତ ହେବା ପରେ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆମର ଅଧ୍ୟୟନରୁ ଜଣାପଡିଛି ଯେ କରୋନା ଭାଇରସ କେବଳ ଫୁସଫୁସ ଏବଂ କିଡନୀ ନୁହେଁ, ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ମଧ୍ୟ ନିଷ୍କ୍ରିୟ କରିପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ କରୋନା ଭାଇରସର ଯୌନ କାର୍ଯ୍ୟ ଉପରେ ବାସ୍ତବ ପ୍ରଭାବ ଜାଣିବା ପାଇଁ ଅଧିକ ଗବେଷଣା କରିବାକୁ ପଡ଼ିବ। ତେବେ ଏହି ଅଧ୍ୟୟନ ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: