ମାଟି ତଳେ ପୋତି ହୋଇଥିଲା ମମିତା ଦିଦିଙ୍କ ଡେଡବଡି; ଗୁଣ୍ଡା ସାଜି ସବୁ ସାରିଦେଲା ଗୋବିନ୍ଦ ସାହୁ

ମାଟି ତଳେ ପୋତି ହୋଇଥିଲା ମମିତା ଦିଦିଙ୍କ ଡେଡବଡି; ଗୁଣ୍ଡା ସାଜି ସବୁ ସାରିଦେଲା ଗୋବିନ୍ଦ ସାହୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: କଳାହାଣ୍ଡି ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମରୁ ଯେଉଁ ମୃତଦେହ ମିଳିଛି ତାହା ନିଖୋଜ ମମିତା ଦିଦିଙ୍କର ବୋଲି ସ୍ପଷ୍ଟ ହୋଇଛି । ମାଟିତଳୁ ଯେଉଁ ସବୁ ସାମାନ ମିଳିଛି ତାହା ସହୁ ମମିତା ମେହେରଙ୍କ ବୋଲି ପ୍ରମାଣିତ ହୋଇଛି। ମିଳିଥିବା ଜିନିଷ ମମିତାଙ୍କର ବୋଲି ପରିବାର ଲୋକେ ଚିହ୍ନିଛନ୍ତି। ମୃତଦେହ ସହ ମାଟିତଳୁ ମିଳିଥିଲା ପାଉଁଜି, ସୁନାଚେନ୍ ଓ ବ୍ୟାଗ ସେପଟେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରିବାକୁ ପୋଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି ।

ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଫେରାର ଥିବା ଗୋବିନ୍ଦ ସାହୁଙ୍କୁ ଧରିବା ଲାଗି ପୁରସ୍କାର ରାଶି ବଢିଲା ୨୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବଢିଛି ପୁରସ୍କାର ଅର୍ଥ ପୁରସ୍କାର ଟଙ୍କା ପୁରସ୍କାର ଘୋଷଣା କରିଛି ବଲାଙ୍ଗିର ପୋଲିସ ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁକୁ ଧରିବାକୁ ତନାଘନା ଚାଲିଥିବା ବେଳେ ବିିଭିନ୍ନ ସ୍ଥାନରେ ଗୋବିନ୍ଦ ସାହୁଙ୍କୁ ଧରିବାକୁ ପୋଷ୍ଟର ମାରିଛି ପୋଲିସ ଗୋବିନ୍ଦଙ୍କ ବାବଦରେ ସୂଚନାକାରୀଙ୍କୁ ଏହି ପୁରସ୍କାର ଅର୍ଥ ପ୍ରଦାନ କରାଯିବ

ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା ମାଡ଼ ଭୁବନେଶ୍ୱରରେ ଥିବା ସରକାରୀ ବାସଭବନ ଉପରକୁ ଅଣ୍ଡାମାଡ଼ ହୋଇଛି ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ନେଇ ପ୍ରତିବାଦ କରି ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଧସେଇ ପଶିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ ଘଟଣାସ୍ଥଳରୁ କଂଗ୍ରେସ କର୍ମୀଙ୍କୁ ଉଠାଇନେଇଛି ପୋଲିସ୍

ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପୀଡ଼ିତାଙ୍କ ବାପାଙ୍କ ବୟାନ ଅାଧାରରେ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସେହିପରି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଏଥିରେ ଯିଏ ସାମିଲ ଅଛନ୍ତି ସେମାନଙ୍କୁ ଦଣ୍ଡବିଧାନ କରିବାକୁ ଦାବି କରିଛନ୍ତି ରାଜ୍ୟରେ ଅାଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା କହିଛନ୍ତି ସାଂସଦ ବସନ୍ତ ପଣ୍ଡା

ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ଅଭିଯୋଗ ଏଭଳି ଗୁରୁତର ଅଭିଯୋଗ ଅାଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମମିତା ମେହେରଙ୍କ ବାପାଙ୍କ ସୂଚନା ଅାଧାରରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରେସମିଟ୍ କରି ମାମଲାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଛି କଂଗ୍ରେସ ଦିବ୍ୟଶଙ୍କର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଅାସି ରାତି ବିତାଉଥିଲେ ପଦବୀରେ ରହିଲେ ମାମଲାକୁ ବାଟବଣା କରିପାରନ୍ତି ମନ୍ତ୍ରୀ ତେଣୁ ମୁ୍ଖ୍ୟମନ୍ତ୍ରୀ ତୁରନ୍ତ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ପଦବୀରୁ ବରଖାସ୍ତ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ଘଟଣାର CBI ତଦନ୍ତ ସହ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ଅନ୍ୟପଟେ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପ୍ରସଙ୍ଗ ଏହା ଉପରେ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ସେ କହିଛନ୍ତି ଯେ, ଏଥିପାଇଁ ଫ୍ୟା ଏଷ୍ଟାବ୍ଲିସ ହେବା ଦରକାର ଦେଶରେ ଗୋଟିଏ ଅାଇନ ବ୍ୟବସ୍ଥା ଅଛି ପ୍ରତ୍ୟେକ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅାଇନ ତା ବାଟରେ ଯିବ କେବଳ ଅଭିଯୋଗ କଲେ କିଛି ହେବନି ସେଥତ୍ପାଇଁ ଅାଇନ ବ୍ୟବସ୍ଥା ରହିଛି ଅାଇନ ତା ବାଟରେ ଯିବ ଯିଏ ଦୋଷୀ ନିଶ୍ଚିତ ଭାବେ ଦଣ୍ଡ ପାଇବ ବୋଲି ମିଡିଆ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: