ଦେବଭୂମିରେ ଜଳ ପ୍ରଳୟର ଭୟଙ୍କର ଚିତ୍ର; ୧୬ ଜଣଙ୍କ ମୃତ୍ୟୁ

ଦେବଭୂମିରେ ଜଳ ପ୍ରଳୟର ଭୟଙ୍କର ଚିତ୍ର; ୧୬ ଜଣଙ୍କ ମୃତ୍ୟୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ଉତ୍ତାଖଣ୍ଡର ଅଧିକାଂଶ ନଦୀ ଫୁଲିଛି, ବିପଦ ରେଖା ପାର୍ କରି ନଦୀ ଜଳ ପ୍ରବାହିତ ବି ହେଉଛି ଉପରମୁଣ୍ଡରେ ବନ୍ୟା ଆଶଙ୍କା ଥିବାରୁ ଉଦ୍ଧମସିଂ ନଗର ସ୍ଥିତ ନାନକସାଗର ଡ୍ୟାମର ସମସ୍ତ ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛନ୍ତି କତ୍ତୃପକ୍ଷ।

ବଦ୍ରିନାଥ ହାଇେଓ୍ୱର ଲାମ୍ବାଡ଼ରେ ଫସି ଯାଇଥିଲା ଏକ କାର୍d ଯୋଗୁଁ କାରଟି ରାସ୍ତା ତଳକୁ ଭାସି ଯାଇଥିଲା। ଏତେ ବଡ଼ ଦୁର୍ଘଟଣାରୁ କିନ୍ତୁ କାରରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଜେସିବି ସହାୟତାରେ ସମସ୍ତ ଯାତ୍ରୀଙ୍କୁ କାର୍ରୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ମୃତ୍ଯୁକୁ ଅତି ପାଖରୁ ଦେଖିଥିବା ଯାତ୍ରୀ ନୂଆ ଜୀବନ ପାଇଛନ୍ତି । ଚମୋଲୀ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ନନ୍ଦାକିନୀ ନଦୀର ଜଳର ବୃଦ୍ଧି ପାଇବାରେ ଲାଗିଛି ରାମନଗର-ରାନୀକ୍ଷେତ ରୁଟ୍ରେ ପଡୁଥିବା ଲେମନ୍ ଟ୍ରି ରେସର୍ଟରେ ଶହେରୁ ଉର୍ଦ୍ଧ ଯାତ୍ରୀ ଫସି ରହିଛନ୍ତି । ସମସ୍ତ ପର୍ଯ୍ୟଟକ ଏବଂ ଯାତ୍ରୀ ସୁରକ୍ଷିତ ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପେରସନ ଆରମ୍ଭ ହୋଇଯାଇଛି କୋଶି ନଦୀର ପାଣି ରେସର୍ଟକୁ ପଶି ଆସିଥିବାରୁ ଏହି ରୁଟ୍ ରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି ରାମଗଡ଼ ଅଞ୍ଚଳରେ ସ୍ଥିତି ସ୍ଥିତି ଉଦବେଗଜନକ ରହିଛି ଗତକାଲି SDRF ଏବଂ ରାଜ୍ୟ ପୋଲିସ ଜଙ୍ଗଲ ଛାତି ଅଞ୍ଚଳରୁ ୨୨ରୁ ଅଧିକ ଯତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ଏହି ସମସ୍ତ ଯାତ୍ରୀ କେଦାରନାଥଙ୍କ ଦର୍ଶନ ପାଇଁ ଯାତ୍ରା କରୁଥିଲେ।

୨ ଦିନରେ ୧୬ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା ହସ୍ତଗତ ହୋଇଛି ଉତ୍ତରାଖଣ୍ଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି। ସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ କାଯର୍ୟାଳୟ ନଜର ରଖିଥିବା ସେ କହିଛନ୍ତି । ସେପଟେ ଗତକାଲି ଚାରଧାମ୍ ଯାତ୍ରାକୁ ବାତିଲ କରାଯାଇଥିଲା । ଋଶିକେଶକୁ ସଂଯୋଗ କରୁଥିବା ଚନ୍ଦ୍ରଭାଗା ବ୍ରିଜ୍, ତପୋବନ, ଲକ୍ଷ୍ମଣ ଝୋଲା, ମୁନି-କି-ରେତି, ଭଦ୍ରାକାଲିରେ ଯାତ୍ରା ଉପରେ କଟକଣା ଲାଗୁ ହୋଇଛି । ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଡିଜାଷ୍ଟର କଣ୍ଟ୍ରୋଲ ରୁମ୍ ଯାଇ ସ୍ଥିତି ଉପରେ ନଜର ରଖିଛନ୍ତି । ୧୭ ତାରିଖରୁ ଆରମ୍ଭ ହୋଇଥିବା ବର୍ଷା ବିତ୍ପାତ ଯୋଗୁଁ ଆଜି ରେନ୍ ଆଲର୍ଟ ଲାଗୁ ରହିଛି।

କେବଳ ଦେବଭୂମି କାହିଁକି ଉତ୍ତର ଭାରତର ଅନେକ ରାଜ୍ୟ ଓ ସହରରେ ମୃଶଳଧାରରେ ଜାରି ରହିଛି ଭାରି ବର୍ଷା ଆସନ୍ତା କିଛି ଦିନ ପାଇଁ ମଧ୍ୟ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ହିମାଲୟନ ଷ୍ଟେଟ ହିମାଚଳ ପ୍ରଦେଶରେ ମଧ୍ୟ ଦାଉ ସାଧୁଛି ପ୍ରକୃତି ।ଏଠାରେ ବି ଲଗାଣ ବର୍ଷା କାରଣରୁ ପ୍ରଭାବିତ ହୋଇଛି ଜନ ଜୀବନ। ଗତକାଲି ଠାରୁ ଏଠାରେ ଝିପି ଝିପି ବର୍ଷା ଲାଗି ରହିଛି ଅନେକ ଅଞ୍ଚଳରେ ମଧ୍ୟମରୁ ବଡ଼ ଧରଣର ବର୍ଷା ମଧ୍ୟ ରେକର୍ଡ ହୋଇଛି କେବଳ ହିମାଚଳ ପ୍ରଦେଶ କି ଉତ୍ତରାଖଣ୍ଡ ନୁହେଁ ଉତ୍ତର ପ୍ରଦେଶରେ ମଧ୍ୟ ବର୍ଷା ବିତ୍ପାତ ଜାରି ରହିଛି ରାଜଧାନୀ ଦିଲ୍ଲୀରେ ବି ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ସ୍ଥାନେ ସ୍ଥାନେ ବର୍ଷା ହୋଇଛି।

ବିଭିନ୍ନ ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ ଏହାରି ମଧ୍ୟରେ ହିମାଚଳ ପ୍ରଦେଶ ପାଇଁ ଆଲର୍ଟ ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ।ଆସନ୍ତା ୨୨ ଏବଂ ୨୩ ତାରିଖରେ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି ପଞ୍ଜାବ, ହରିୟାଣା, ଉତ୍ତରପଶ୍ଚିମ ରାଜସ୍ଥାନରେ ଆସନ୍ତା ୨୩ ପାଇଁ ରେନ ଆଲର୍ଟ ଜାରି କରିଛି ଆଇଏମ୍ଡି(IMD) ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: