ମଲାଇକା ଆରୋରା-ଅର୍ଜୁନ କପୁରଙ୍କ ବ୍ରେକଅପ୍!

ମଲାଇକା ଆରୋରା-ଅର୍ଜୁନ କପୁରଙ୍କ ବ୍ରେକଅପ୍!

ପ୍ରିଜମ ନ୍ୟୁଜ ବ୍ୟୁରୋ:ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କ ବ୍ରେକଅପ୍ ନେଇ ବି ଟାଉନରେ ଜୋରଦାର ଚର୍ଚ୍ଚା। ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମଲାଇକା ଏବଂ ଅର୍ଜୁନ ପ୍ରାୟ ଚାରି ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ଅର୍ଜୁନଙ୍କ ସହ ବ୍ରେକଅପ୍ ପରେ ମଲାଇକା ୬ ଦିନ ହେବ ଘରେ ବନ୍ଦ ହୋଇ ରହିଛନ୍ତି।ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଅଭିନେତ୍ରୀ ମଲାଇକା ଆରୋରା ୬ ଦିନ ଧରି ତାଙ୍କ ଘରୁ ବାହାରକୁ ଆସିନାହାଁନ୍ତି। ସେ ସଂପୂର୍ଣ୍ଣ ଏକାନ୍ତ ହୋଇଯାଇଛନ୍ତି। କୁହାଯାଉଛି ଯେ ସେ ବହୁତ ଦୁଃଖୀ ଅଛନ୍ତି ଏବଂ କିଛି ସମୟ ପାଇଁ ଏକୁଟିଆ ରହିବାକୁ ନିଷ୍ପତ୍ତି ନେଇଛନ୍ତି।ଅନ୍ୟପକ୍ଷରେ ମଲାଇକାଙ୍କ ଘର ପାଖରେ ଥାଇ ମଧ୍ୟ ଅର୍ଜୁନ ତାଙ୍କୁ ଭେଟିବାକୁ ଯାଇ ନଥିବା ତାଙ୍କ ନିକଟ ତମ ସୂତ୍ରରୁ ଜଣା ପଡ଼ିଛି। ଏହି ୬ ଦିନ ମଧ୍ୟରେ ଅର୍ଜୁନ କପୁର ଥରେ ବି ତାଙ୍କୁ ଦେଖା କରିନାହାଁନ୍ତି ବୋଲି ଜଣାପଡିଛି। ତିନି ଦିନ ପୂର୍ବରୁ ରାତ୍ରୀ ଭୋଜନ ପାଇଁ ଭଉଣୀ ରିୟା କପୁରଙ୍କ ଘରେ ଅର୍ଜୁନଙ୍କୁ ଦେଖିବାକୁ ମିଳିଥିଲା। ରିୟାଙ୍କ ଘର ମଲାଇକାଙ୍କ ଘର ପାଖାପାଖି ରହିଥିଲେ ମଧ୍ୟ ସେ ରାତ୍ରୀ ଭୋଜନ ପରେ ତାଙ୍କୁ ଭେଟିବାକୁ ଯାଇ ନଥିଲେ ବୋଲି କୁହାଯାଉଛି। ଏହାସହ ମଲାଇକା ସାଧାରଣତଃ ଅର୍ଜୁନଙ୍କ ସହ ଏହିଭଳି ପାରିବାରିକ ଭୋଜିରେ ଅନେକ ଥର ଦେଖା ଯାଇଥାନ୍ତି, କିନ୍ତୁ ଏଥର ତାଙ୍କୁ ତାଙ୍କ ସହ ଦେଖିବାକୁ ମିଳି ନଥିଲା। “ଅର୍ଜୁନ ଏବଂ ମଲାଇକା ପ୍ରାୟତଃ କଫି ଏବଂ ଡିନର୍‌ ଡେଟ୍‌ରେ ଯାଆନ୍ତି। କିନ୍ତୁ ଉଭୟଙ୍କୁ କିଛି ଦିନ ହେଲେ ସ୍ପଟ୍‌ କରାଯାଉ ନାହିଁ। ସେମାନେ ପରସ୍ପରକୁ ଏବେ ଡେଟିଂ କରିବା ଠାରୁ ଦୂରେଇ ରହିଛନ୍ତି। ଏସବୁ ଜିନିଷ ଦର୍ଶାଏ ଯେ ଦୁହିଁଙ୍କ ମଧ୍ୟରେ କିଛି ଠିକ୍‌ ନାହିଁ। କେବଳ ସେତିକି ନୁହେଁ ମଲାଇକାଇଣ୍ଡିଆ ବେଷ୍ଟ ଡ୍ୟାନ୍ସର୍ ୨ ର ଗ୍ରାଣ୍ଡ ଫାଇନାଲରେ ଯୋଗ ଦେଇନଥିଲେ।ଗତ ସପ୍ତାହରେ, ମଲାଇକା ଆରୋରା ଅସୁସ୍ଥତା କାରଣ ଦେଖାଇ ଇଣ୍ଡିଆ ବେଷ୍ଟ ଡ୍ୟାନ୍ସର୍ ୨ ର ଗ୍ରାଣ୍ଡ୍ ଫାଇନାଲ୍ ସୁଟିଂରେ ଯୋଗଦେବାକୁ ମନା କରିଦେଇଥିଲେ । ଶୋ’ର ନିକଟ ସୂତ୍ରରୁ ଜଣାପଡିଛି ଯେ ଅଭିନେତ୍ରୀ “ଟିକେ ଦୃବଳ” ଅନୁଭବ କରୁଛନ୍ତି ତେଣୁ ନିର୍ମାତାମାନଙ୍କ ସହ କଥା ହେବା ପରେ ସେ ଗ୍ରାଣ୍ଡ ଫାଇନାଲରେ ଯୋଗନଦେବାକୁ ନିଷ୍ପତ୍ତି ନେଇଥିଲେ। ଅର୍ଜୁନ କପୁର ଏବେ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଖୁବ୍ ଶୀଘ୍ର ତାଙ୍କର ଫିଲ୍ମ ‘ଏକ ଭିଲେନ୍ ରିଟର୍ନସ୍’ ରିଲିଜ୍ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: