ରାଜ୍ୟରେ ପୁଣି ଚିହ୍ନଟ ହେଲେ ୬୭ ଓମିକ୍ରନ୍‌ ଆକ୍ରାନ୍ତ

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୬୭ ଓମିକ୍ରନ୍‌ ଆକ୍ରାନ୍ତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଶାରୁ ଆଜି ପୁଣି ଆଉ ୬୭ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଛି ILS ।ସୂଚନାଯୋଗ୍ୟ, ଗତକାଲି ଓଡିଶାରେ ୨୮ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସାରା ଦେଶରେ ଓମିକ୍ରନ୍‌ ଭୟାବହତା ଜାରି ରହିଥିବା ବେଳେ ଦିନକୁ ଦିନ ଏହା ବେକାବୁ ହେବାରେ ଲାଗିଛି । ଓଡିଶାରେ ମଧ୍ୟ ସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି । ସବୁଠୁ ଚିନ୍ତାର ବିଷୟ ହେଉଛି ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ରାଜ୍ୟରୁ ୮୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ମୋଟ ପଜେଟିଭି ହାର ୧୧.୭୬ ପ୍ରତିଶତ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: