ଚର୍ଚ୍ଚାରେ ଧୋନିଙ୍କ ସୁଆଦିଆ ଷ୍ଟ୍ରବେରୀ, କେତେ ଟଙ୍କା ରୋଜଗାର କଲେଣି?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଜିକାଲି ଚାଷ କାମରେ ବ୍ୟସ୍ତ । ନିଜ ଜନ୍ମମାଟି ରାଞ୍ଚିରେ ସେ ଜୈବିକ ପନିପରିବା ଏବଂ ଫଳ ଚାଷ କରୁଛନ୍ତି । କ୍ରିକେଟ୍ ପଡ଼ିଆରେ ନିଜର ଦମଦାର ବ୍ୟାଟିଂ ଏବଂ ଚତୁର ଅଧିନାୟକତ୍ୱ ଦ୍ଵାରା ଲୋକଙ୍କ ହୃଦୟ ଜିତିଥିବା ଧୋନି ଏବେ ତାଙ୍କ ଚାଷ କାର୍ଯ୍ୟକୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ ଫାର୍ମହାଉସରୁ ବାହାରୁଥିବା ଜୈବିକ ଫଳ ଏବଂ ପନିପରିବାର ଭଲ ଚାହିଦା ମଧ୍ୟ ରହିଛି। ତେବେ ଏବେ ଧୋନିଙ୍କ ଫାର୍ମହାଉସରୁ ଉତ୍ପାଦିତ ହେଉଥିବା ଷ୍ଟ୍ରବେରୀକୁ ନେଇ ସେ ବେଶ ଚର୍ଚ୍ଚାରେ । ପ୍ରାୟ ୧୦ ଟନ୍ ଷ୍ଟ୍ରବେରୀ ଉତ୍ପାଦନ କରିଛନ୍ତି, ଯେଉଁଥିରୁ ଧୋନି ପ୍ରାୟ ୩୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଷ୍ଟ୍ରବେରୀ ସହିତ ଖରଭୁଜ ଏବଂ ତରଭୁଜ ମଧ୍ୟ ଉତ୍ପାଦିତ ହୋଇଛି । ଫାର୍ମହାଉସ୍ ରୁ ପ୍ରତିଦିନ ୩୦୦ କିଲୋଗ୍ରାମ ଖରଭୁଜ ଏବଂ ୨୦୦ କିଲୋଗ୍ରାମ ତରଭୁଜ ଉତ୍ପାଦନ କରାଯାଉଛି । ୪୩ ଏକର ଜମିରେ ହୋଇଥିବା ଧୋନିଙ୍କ ଏହି ଫାର୍ମହାଉସରେ ଫସଲରେ କୌଣସି ରାସାୟନିକ ସାର ବ୍ୟବହାର କରାନଯାଇ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରାଯାଉଛି। ଏହି କାରଣରୁ, ତାଙ୍କ ଫାର୍ମହାଉସର ଫଳ ଏବଂ ପନିପରିବା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ବଜାରରେ ମଧ୍ୟ ଏହାର ଚାହିଦା ଭଲ ରହିଛି।

କେବଳ ସେତିକି ନୁହେଁ, ମହେନ୍ଦ୍ର ସିଂ ଧୋନି ମଧ୍ୟ ଏକ ଏକର ଜମିରେ କ୍ୟାପସିକମ୍ ଚାଷ କରିଛନ୍ତି। ଫଳ ଏବଂ ପନିପରିବା ବ୍ୟତୀତ ଧୋନି ବର୍ତ୍ତମାନ ରାଞ୍ଚି ବଜାରରେ କଡକନାଥ କୁକୁଡ଼ା ବିକ୍ରୟ କରିବାକୁ ପ୍ରସ୍ତୁତି କରୁଛନ୍ତି । ବଜାରରେ କଡକନାଥ ଚିକେନ୍‌ର ମୂଲ୍ୟ ୬୦୦ କିଲୋଗ୍ରାମରୁ ୧୦୦୦ ଟଙ୍କା ରହିଥାଏ। କୌତୂହଳର ବିଷୟ ହେଉଛି, ଧୋନି ଜଣେ ମହାନ କ୍ରିକେଟର ହେବା ସହିତ ଝାଡ଼ଖଣ୍ଡର ଟପ୍ ପଶୁପାଳକ ଭାବେ ମଧ୍ୟ ପରିଚିତ ହୋଇଛନ୍ତି । ଏହା ସହିତ ତାଙ୍କର ଜୈବିକ ଚାଷକୁ ଦୃଷ୍ଟିରେ ରଖି ଆଶା କରାଯାଇପାରେ ଯେ, ଆଗାମୀ ଦିନରେ ତାଙ୍କୁ ଶ୍ରେଷ୍ଠ କୃଷକ ଭାବରେ ମଧ୍ୟ ପୁରସ୍କୃତ କରାଯାଇପାରେ।

Leave a Reply

Your email address will not be published. Required fields are marked *