ନୂଆ ବେଶରେ ମହେନ୍ଦ୍ର ସିଂ ଧୋନୀ

ନୂଆ ବେଶରେ ମହେନ୍ଦ୍ର ସିଂ ଧୋନୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଖିବାକୁ ମିଳିଛି କ୍ରିକେଟର ମହେନ୍ଦ୍ର ସିଂଙ୍କ ଏକ ନୂଆ ରୂପ। କ୍ରିକେଟର୍‌ରୁ ସେ ପାଲଟିଛନ୍ତି କ୍ଷୋଦ୍ଧା। ଏବେ ମଇଦାନରେ ଶତ୍ରୁକୁ ମାତ୍‌ ଦେବେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ତାଙ୍କ ଆଗାମୀ ଆନିମେଟେଡ୍‌ ଗ୍ରାଫିକ୍‌ ଉପନ୍ୟାସ ‘ଅଥର୍ବ: ଦି ଅରିଜିନ୍‌’ର ଫାଷ୍ଟ ଲୁକକୁ ସୋସିଆଲ ମିଡିଆରେ ସେ ବୁଧବାର ଜାରି କରିଛନ୍ତି। ଏଥିରେ ସେ ଅଘୋରୀ ‘ଅର୍ଥବ’ର ଭୂମିକାରେ ନଜର ଆସିବେ। ଏହି ଆନିମେଟେଡ୍‌ ଗ୍ରାଫିକ୍‌ ଉପନ୍ୟାସର ଟିଜର ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଉପନ୍ୟାସର ଲେଖକ ରମେଶ ଥାମିଲାନୀ ଏହି ସିରିଜ୍‌ ଜରିଆରେ ଦର୍ଶକଙ୍କୁ ଏକ ଭିନ୍ନ ଅନୁଭବ ଦେବାକୁ ଚେଷ୍ଟା କରିଛନ୍ତି। ‘ଧୋନି ଏଣ୍ଟରଟେନମେଣ୍ଟ’ ଦ୍ୱାରା ଉପନ୍ୟାସଟି ପ୍ରାୟୋଜିତ ଅଟେ। ଏହି ମିଡିଆ କମ୍ପାନୀ ୨୦୧୯ରେ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ସିଂ ଧୋନିଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଏହି ଗ୍ରାଫିକ୍‌ ଉପନ୍ୟାସ ବିର୍ଜୁ ଷ୍ଟୁଡିଓ ଏବଂ ମିଡାସ୍‌ ଡିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ନିର୍ମିତ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: