ବଚ୍ଚନ ପରିବାରର ପ୍ରଥମ ଘର ବିକ୍ରି

ବଚ୍ଚନ ପରିବାରର ପ୍ରଥମ ଘର ବିକ୍ରି

ପ୍ରିଜମ ନ୍ୟୁଜ ବ୍ୟୁରୋ: ନିଜର ପୈତୃକ ଘରକୁ ବିକ୍ରି କରିଛନ୍ତି ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ। ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ଗୁଲ୍ମୋହର୍‌ ପାର୍କରେ ଥିବା ପୈତୃକ ଘର ‘ସୋପାନ’କୁ ନିକଟରେ ଅମିତାଭ ବିକ୍ରି କରିଛନ୍ତି। ତେବେ ଏହାକୁ ‘ନେଜୋନ୍‌ ଗ୍ରୁପ୍‌ ଅଫ୍‌ କମ୍ପାନି’ର ‘ସିଇଓ’ ଅବନୀ ବଦେର୍‌ ୨୩ କୋଟି ଟଙ୍କାରେ କିଣିଥିବା ଏକ ରିପୋର୍ଟରୁ ଜଣାପଡିଛି। ବହୁ ବର୍ଷ ଧରି ବଚ୍ଚନଙ୍କ ପରିବାର ସହ ତାଙ୍କର ଭଲ ସମ୍ପର୍କ ରହିଛି। ଏ ବାବଦରେ ଅବନୀ କହିଛନ୍ତି, ଏହା ପୁରୁଣା ଘର, ଏହାକୁ ଭାଙ୍ଗି ତାଙ୍କ ଆବଶ୍ୟକତା ଅନୁସାରେ ସେ ତିଆରି କରିବେ। ଦେଖିବାକୁ ଗଲେ ଏହି ଘରଟି ବଚ୍ଚନ ପରିବାରର ପ୍ରଥମ ଘର ଥିଲା। ଏହି ବଙ୍ଗଳାରେ ଅମିତାଭଙ୍କ ମା’ ତେଜି ବଚ୍ଚନ ଏବଂ ବାପା ହରିବଂଶ ରାୟ ବଚ୍ଚନ ୧୯୮୦ ଯାଏ ରହୁଥିଲେ। ସେଠାରେ ହରିବଂଶ ତାଙ୍କ କବିତା ପାଠ ଆସର ଆୟୋଜନ କରୁଥିଲେ। ଡିସେମ୍ବର ୭ ତାରିଖରେ ୪୧୮.୦୫ ବର୍ଗ ମିଟର ବିଶିଷ୍ଟ ଏହି ଜମିର ରେଜିଷ୍ଟ୍ରି କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: