ଓୱେସୀଙ୍କୁ ଗୁଳିମାଡ଼

ଓୱେସୀଙ୍କୁ ଗୁଳିମାଡ଼

ପ୍ରିଜିମ ନ୍ୟୁଜ ବ୍ୟୁରୋ : ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ ନିର୍ବାଚନ ପ୍ରସାର ପାଇଁ ଉତ୍ତରପ୍ରଦେଶର ମୀରଟ ଆସିଥିଲେ। ସେଠାରେ ତାଙ୍କ କାର ଉପରକୁ ଆଜି ଗୁଳିମାଡ ହୋଇଛି । ଏ ସମ୍ପର୍କରେ ଓୱେସୀ ଟୁଇଟ କରି ସୂଚନା ଦେଇଛନ୍ତି । ଛିଜାରସୀ ଟୋଲ ଗେଟ ନିକଟରେ ୩/୪ଜଣ ଦୁର୍ବୁତ କାର ଉପରକୁ ଗୁଳିମାଡ କରି ଫେରାର ହୋଇ ଯାଇଥିଲେ । ଗାଡି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଠିକ ଥିବା ନେଇ ଲେଖିଛନ୍ତି । ଅନ୍ୟ ଏକ ଗାଡ଼ିରେ ସେ ଘରକୁ ଫେରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ପ୍ରାରମ୍ଭିକ ତଦନ୍ତରେ ସେଠାରେ କିଛି ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିବା ଜଣାପଡିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: