ଜଳକଷ୍ଟ ବାଧିଲା ବୋଲି, ୨୨ ଦିନରେ ଖୋଲିଲେ ୨୦ ଫୁଟ୍ କୂଅ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗୋଟିଏ ପଟେ କରୋନା ଅନ୍ୟ ପଟେ ଜଳ ସମସ୍ୟା। କେମିତି ମୁକୁଳିବେ ଚିନ୍ତା କରି କରି ବ୍ୟକ୍ତି ଜଣକ ଯେଉଁ ତରିକା ବାହାର କଲେ ତାହା ସମସ୍ତଙ୍କୁ ଚକିତ କରିଦେଲା। ମହାରାଷ୍ଟ୍ରର ଜାମଖେଡ ଗାଁର ରାମଦାସ ଫୋଫଲେ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ୧୨ ବର୍ଷର ପୁଅ ସହିତ ମିଶି ୨୨ ଦିନ ମଧ୍ୟରେ ଗୋଟିଏ କୂଅ ଖୋଳି ପ୍ରଶଂସାର ପାତ୍ର ପାଲଟିଛନ୍ତି । ରାମଦାସ କହିଛନ୍ତି, “ଗାଁରେ ଜଳ ସମସ୍ୟା ବହୁତ ଥିଲା, ମୁଁ ପରିବାର ସହ ଏ ବିଷୟରେ ଆଲୋଚନା କରିଥିଲି। ଏବଂ କହିଥିଲି ଯେ ଲକ୍ ଡାଉନ୍ ପାଇଁ ସମୟ ନଷ୍ଟ ହେଉଛି କିଛି ଗୋଟେ କରିଲେ ଭଲହେବ ଏବଂ ଆମେ କୂଅ ଖୋଳିବାକୁ ଚିନ୍ତା କଲୁ।”
ଏହାପରେ ସେମାନେ ପ୍ରାୟ ୨୨ ଦିନ ଭିତରେ ୨୦ ଫୁଟର କୂଅ ଖୋଳି ପାଣି ପାଇଥିଲେ। କିନ୍ତୁ ଯେଉଁ ମାତ୍ରାରେ ପାଣି ପାଇଲେ ସେଥିରେ କେବଳ ତାଙ୍କ ଘର ସାରିବା ହେବ। ତେଣୁ ସେମାନେ ଆଉ ୫-୧୦ ଫୁଟ ଅଧିକ ଭଲ ଖୋଳିବାକୁ ଚିନ୍ତା କରିଛନ୍ତି ବୋଲି କହିଛନ୍ତି। ଯାହା ଦ୍ଵାରା ଅଧିକ ପାଣି ବାହାରିବାର ସମ୍ଭାବନା ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଜଳ ସମସ୍ୟା ମଧ୍ୟ ଦୂର ହୋଇଯିବ। ତେବେ ଏହି ଖବରଟି ପ୍ରକାଶ ପାଇବା ପରେ ତାଙ୍କୁ ବେଶ ପ୍ରଶଂସା କରୁଛନ୍ତି ଲୋକମାନେ। ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ତାଙ୍କ ଫଟୋ ଆଉ କୂଅ।

Leave a Reply

Your email address will not be published. Required fields are marked *