ତପୁଙ୍କୁ ଝୁରୁଛନ୍ତି ପତି ଦୀପକ ପୂଜାହାରୀ; ମନ ମାନୁନି, ଲୁହ ଶୁଖୁନି

ତପୁଙ୍କୁ ଝୁରୁଛନ୍ତି ପତି ଦୀପକ ପୂଜାହାରୀ; ମନ ମାନୁନି, ଲୁହ ଶୁଖୁନି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଜୀବନ ସାଥୀକୁ ହରାଇ ଏବେ ଏକା ହୋଇଯାଇଛନ୍ତି ଭର୍ସାଟାଇଲ ସିଙ୍ଗର ତପୁ ମିଶ୍ରଙ୍କ ସ୍ୱାମୀ ଦୀପକ ପୁଜାହାରୀ । କିଛି ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା । ସଂଗୀତ ଜଗତରେ ତପୁ ଆଗଧାଡ଼ିର ନାଁ ହୋଇଥିବା ବେଳେ ଦୀପକ ଓଡ଼ିଆ ଟିଭି ଧାରାବାହିକର ଏକ ଚିହ୍ନା ଜଣା ଚେହେରା । 2018 ଡିସେମ୍ବରରେ ତପୁଙ୍କ ବିବାହ ହୋଇଥିଲା ।

ମାତ୍ର ୧୬ ବର୍ଷ ବୟସରେ ଫିଲ୍ମ କୁଳ ନନ୍ଦନରେ ତପୁ ପ୍ରଥମେ ଗୀତ ଗାଇଥିଲେ । ଏହା ପରେ ପ୍ରାୟ ୧୬୦ଟି ଓଡ଼ିଆ ଫିଲ୍ମ ଗୀତ, ୨୨ଟି ବଙ୍ଗଳା ଗୀତ ଏବଂ ଅନେକ ଭଜନ ଗାଇଛନ୍ତି । ରାଜ୍ୟରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଜଣେ ହସଖୁସିଆ ମଣିଷ, ଜଣେ ଭଲ କଣ୍ଠଶିଳ୍ପୀ ଥିଲେ ତପୁ ମିଶ୍ର । ସେଥିଲାଗି ସେ ଅସୁସ୍ଥ ହେଲା ଦିନରୁ ତାଙ୍କ ସୁସ୍ଥତା ପାଇଁ ସମସ୍ତେ କାମନା କରୁଥିଲେ । ହେଲେ ଠାକୁରେ ଶୁଣିଲେ ନାହିଁ । ତାଙ୍କ ପାଖକୁ ନେଇଗଲେ ତପୁଙ୍କୁ ।

ତପୁ ମିଶ୍ର  ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ଏହାଛଡ଼ା ତପୁ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାରେ ଜଣେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ, ଯେଉଁଥିରେ ତାଙ୍କ ସହ ଗୁଡ୍‌ଲି ରଥ ଏବଂ ପମି ଅନ୍ୟ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: