ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍ନାନପୂର୍ଣ୍ଣିମା ନେଇ ଛତିଶା ନିଯୋଗ ବୈଠକରେ ନିତୀକାନ୍ତି ଚୂଡ଼ାନ୍ତ। ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା। ୨୦୨୦ ନୀତିକାନ୍ତିର ହେବ ପୁନରାବୃତ୍ତି। ରାତି ୧ ଟାରୁ ପହଣ୍ତି ଆରମ୍ଭ ହେବ। ଏହାପରେ ସକାଳ ୯ରେ ଜଳଲାଗି, ଦିନ ୧୧ ଟାରେ ଗଜାନନ ବେଶ ଓ ସନ୍ଧ୍ୟା ୫ ଟାରେ ବାହୁଡ଼ା ପହଣ୍ତି କରାଯିବ। ଚଳିତ ଥର ୧୫ ଦିନ ହେବ ଅନବସର ନୀତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯିବ। ପାଳିଆ ସେବାୟତଙ୍କୁ ଦିଆଯିବ ସ୍ବତନ୍ତ୍ର ପାସ୍। ସେପଟେ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ବୈଠକରେ ଅନୁମୋଦନ ମିଳିଛି।

ସେହିପରି ଶୃଙ୍ଖଳିତ ରଥଯାତ୍ରା ନେଇ ମଧ୍ୟ ଛତିଶା ନିଯୋଗ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୧୨ରେ ହେବ ପ୍ରସିଦ୍ଧ ଘୋଷଯାତ୍ରା। ବିନାଭକ୍ତରେ ରଥଯାତ୍ରା ପାଳନ କରାଯିବ। ସକାଳ ୮ଟାରେ ରଥ ପ୍ରତିଷ୍ଠା କରାଯିବା ପରେ ୮.୩୦ରେ ପହଣ୍ଡି ଆରମ୍ଭ ହେବ। ସେହିପରି ଅପରାହ୍ଣ ୨ଟାରେ ଛେରାପହଁରା ହେବା ସହ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: