ମହାଭାରତର ଭୀମ ଚରିତ୍ରର ଅଭିନେତାଙ୍କ ପରଲୋକ

ମହାଭାରତର ଭୀମ ଚରିତ୍ରର ଅଭିନେତାଙ୍କ ପରଲୋକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚାଲିଗଲେ ଭୀମ। ଭୀମ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତା ପ୍ରବୀଣ କୁମାର ସୋବିତଙ୍କର ପରଲୋକ ଘଟିଛି। ବି. ଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଶୋ ‘ମହାଭାରତ’ରେ ଭୀମ ଭୂମିକାରେ ସେ ନଜର ଆସିଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୭୪ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପଞ୍ଜାବରେ ଜନ୍ମ ଗ୍ରହଣ କରିଥିବା ପ୍ରବୀଣ ୧୯୬୦ରୁ ୭୦ ମଧ୍ୟରେ ଜଣେ ଆଗଧା ଆଟଲେଟ ଥିବା ବେଳେ ଏସିଆନ ଗେମ୍ସରେ ୪ଟି ମେଡାଲ ଜିତିଥିଲେ । ସେଥି ମଧ୍ୟରୁ ୨ଟି ସ୍ବର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଓ ଏକ ସିଲିଭର ମେଡାଲ ଥିଲା।ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା । ଜଣେ ଆଗଧା ଖେଳାଳି ହୋଇଥିବାରୁ ଡେପୁଟି କମାଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଥିଲେ ସେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: