କୋରୋନା ଭାଇରସରୁ ନିଜ ଯକୃତକୁ ସୁରକ୍ଷିତ ରଖିବାର ଉପାୟ

କୋରୋନା ଭାଇରସରୁ ନିଜ ଯକୃତକୁ ସୁରକ୍ଷିତ ରଖିବାର ଉପାୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମଗ୍ର ବିଶ୍ୱ ଏବେ କରୋନା ଭାଇରସ୍ ବିପଦକୁ ସାମ୍ନା କରୁଛି। ତେବେ କରୋନା ଭାଇରସ୍ ମଣିଷ ଯକୃତ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଲୋକମାନେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଆଣ୍ଟିବାୟୋଟିକ୍ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ତେବେ ଏହି ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର ଯକୃତ ପାଇଁ କ୍ଷତିକାରକ ହୋଇଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି। କେବଳ ଆଣ୍ଟିବାୟୋଟିକ୍ ନୁହେଁ, ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରୁଥିବା କେତେକ ଖାଦ୍ୟ ମଧ୍ୟ ଆମା ଯକୃତକୁ ଶୀଘ୍ର ନଷ୍ଟ କରିଥାଏ ବୋଲି ଜଣା ପଡ଼ିଛି। ତେବେ ଏବେର କରୋନ ପରିସ୍ଥିତିରେ ସେହି ସବୁ ଜିନିଷଗୁଡ଼ିକ ବିଷୟରେ ଜାଣିବା ସହ ଯକୃତ କ୍ଷୟକୁ ରୋକିବା ପାଇଁ ସେଥିରୁ ଯେତେ ଦୂର ସମ୍ଭବ ନିବୃତ୍ତ ରହିବା ଦରକାର। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ପଦାର୍ଥ ବିଷୟରେ।

ବେକେରୀ ପ୍ରଡକ୍ଟ: କେକ୍, କୁକିଜ୍, ବ୍ରେଡ, ମଫିନ୍ ଆଦି କିଛି ଏଭଳି ଜିନିଷ ଯାହାକୁ ବେକ୍ ବା ପୋଡା ଯାଇ ପ୍ରସ୍ତୁତ କରାଯାଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ବେକେରୀ ଦ୍ରବ୍ୟ ପ୍ରତିଦିନ ଖାଆନ୍ତି, ତେବେ ଏହା ଯକୃତ ରୋଗର କାରଣ ହୋଇପାରେ। ସେଥିରେ ଥିବା ଅଧିକ ପରିମାଣର ଚିନି, ମଇଦା ଏବଂ ଫ୍ୟାଟ ଆମ ଯକୃତକୁ କ୍ଷତି ପହଞ୍ଚାଇଥାଏ। ଏହି ଖାଦ୍ୟଗୁଡ଼ିକ ନିୟମିତ ଖାଇବା ଉଚିତ୍ ନୁହେଁ। ଏହା ପ୍ରତିଦିନ ଖାଇବା କ୍ଷତିକାରକ ହୋଇଥାଏ।ଏହାକୁ କେବେ କେବେ ସଉକ ପାଇଁ ଖାଆନ୍ତୁ।

ସୋଢା-ଥଣ୍ଡା ପାନୀୟ: ଫ୍ରିଜିରେ ରହୁଥିବା କୋଲା, ପେପ୍ସି ଇତ୍ୟାଦି ଭଳି ଥଣ୍ଡା ପାନୀୟ ପିଇବା ଦ୍ୱାରା ଯକୃତ ସମ୍ବନ୍ଧୀୟ ରୋଗ ବୃଦ୍ଧି ହୋଇପାରେ। ଯକୃତ କ୍ଷତି ସହିତ ଏହି ଥଣ୍ଡା ପାନୀୟ ଓ ସୋଢ଼ା ଓଜନ ମଧ୍ୟ ବଢ଼ାଇଥାଏ। ଏହା ଯକୃତରେ ଚର୍ବି ସଂରକ୍ଷଣ କରିବାରୁ ଫ୍ୟାଟି ଲିଭର ରୋଗର ଆଶଙ୍କା ଅଧିକ ବଢ଼ିଥାଏ।

ଲାଲ ମାଂସ: ଲାଲ ମାଂସରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ରହିଥାଏ। ଆମର ଯକୃତ ଅଧିକ ପରିମାଣର ପ୍ରୋଟିନକୁ ସଠିକ୍ ଭାବରେ ହଜମ କରିବାରେ ସକ୍ଷମ ହୋଇନଥାଏ । ଏହି କ୍ଷେତ୍ରରେ, ପ୍ରୋଟିନଗୁଡ଼ିକ ଧୀରେ ଧୀରେ ଯକୃତରେ ଜମା ହେବା ଆରମ୍ଭ କରେ, ଯେଉଁ କାରଣରୁ ଫ୍ୟାଟି ଲିଭର ରୋଗ ହୋଇଥାଏ। ତେଣୁ, କମ ମାତ୍ରାରେ ନାଲି ମାଂସ ଖାଇବା ଉଚିତ୍।

ଫାଷ୍ଟଫୁଡ ଏବଂ ଲୁଣି ଖାଦ୍ୟ: ଆଜିର ଯୁବକମାନେ ଫ୍ରେଞ୍ଚ ଫ୍ରାଇ, ବରଗର, ପିଜା, ଲୁଣିଆ ଆଳୁ ଚିପ୍ସ, ଫ୍ରୋଜନ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ସେଥିରେ ବହୁ ମାତ୍ରାରେ ଚର୍ବି ଏବଂ ଲୁଣର ଅଧିକ ମାତ୍ରାରେ ହେତୁ ଶରୀରରେ ପ୍ରଦାହ ସୃଷ୍ଟି ହୋଇଥାଏ।ଏହା ଯକୃତ ସିରୋସିସ୍ ରୋଗର କାରଣ ହୋଇଥାଏ।

ମଦ୍ୟପାନ: ମଦ୍ୟପାନକୁ ହଜମ କରିବା ପାଇଁ ଯକୃତକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଏହା ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରେ ଯାହା ଯକୃତ କୋଷକୁ କ୍ଷତି ପହଞ୍ଚାଏ। ତେଣୁ ମଦ୍ୟପାନ ଯକୃତ ଜନିତ ସମସ୍ୟା ସୃଷ୍ଟି କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: