ସୁନ୍ଦର ହେବାକୁ ଚିକିତ୍ସା କରୁ କରୁ ଦେଖା ଗଲେ ଏମିତି

ସୁନ୍ଦର ହେବାକୁ ଚିକିତ୍ସା କରୁ କରୁ ଦେଖା ଗଲେ ଏମିତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆରେ ଅନେକ ମହିଳା ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି। କେବଳ ସାଧାରଣ ମହିଳା ନୁହନ୍ତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀଠୁ ଆରମ୍ଭ କରି ବୋଟକ୍ସ ଦ୍ଵାରା ସେମାନଙ୍କର ଯୌବନକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତି। ଏହି ପଦ୍ଧତିଗୁଡିକ ପ୍ରଭାବଶାଳୀ ହୋଇଥାଏ କିନ୍ତୁ କିଛି ଦିନ ପରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଅନେକ ଥର ଏହି ବିୟୁଟି ଟ୍ରିଟମେଣ୍ଟ ଲୋକମାନଙ୍କ ପାଇଁ ବଡ଼ ବିପଦ ଡାକି ଆଣିଥାଏ। ଏହାର ଏକ ନିଛକ ଉଦାହରଣ ବ୍ରାଜିଲରେ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ୩୦ ବର୍ଷୀୟ ଜୁଜୁ ଅଲିଭାଇରା ଏମିତି ଏକ ବଡ ବିପଦରେ ପଡିଛନ୍ତି। ୨୦୧୭ ମସିହାରେ ନିଜର ସୁନ୍ଦରତା ବୃଦ୍ଧି ପାଇଁ ଟ୍ରାନ୍ସଜେଣ୍ଡର ଜୁଜୁ ନିଜ ମୁହଁର ଅସ୍ତ୍ରୋପଚାର କରାଇଥିଲେ। କିନ୍ତୁ ଏବେ ତାଙ୍କୁ ସେହି ଅସ୍ତ୍ରୋପଚାର ଭାରୀ ପଡ଼ିଛି। ଜୁଜୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ୩୭ ହଜାର ୭ ଶହ ଅନୁସରଣକାରୀ ଅଛନ୍ତି। ଜୁଜୁ ୨୦୧୭ ରେ ତାଙ୍କ ଗାଲ, ନାକ, ଚିନ୍ ଏବଂ ଜନ ଲାଇନରେ ଅସ୍ତ୍ରୋପଚାର କରିଥିଲେ। ସେଗୁଡ଼ିକରେ ସିଲିକନ୍ ଫିଲର୍ ଭର୍ତ୍ତି କରାଯାଇଥିଲା। ଯାହାଫଳରେ ମୁହଁ ଅଧିକ ସୁନ୍ଦର ଦେଖାଯାଏ। କିନ୍ତୁ ତାହା ସମ୍ପୂର୍ଣ୍ଣ ଓଲଟା ହୋଇଥିଲା।ଅସ୍ତ୍ରୋପଚାର ବ୍ୟାକଫାୟାର ହେଲା ଏବଂ ଜୁଜୁଙ୍କ ମୁହଁ ଅଜବ ଭାବେ ଫୁଲିବାକୁ ଲାଗିଥିଲା। ଏବେ ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଜୁଜୁଙ୍କ ଗାଲ ଭୟଙ୍କର ଭାବରେ ଫୁଲିଯାଇଛି। କେବଳ ସେତିକି ନୁହେଁ ତାଙ୍କ ମୁହଁ ଅତ୍ୟନ୍ତ ଭୟଙ୍କର ଦିଶୁଥିବା ବେଳେ ଲୋକମାନେ ତାଙ୍କୁ ପରିହାସ କରୁଛନ୍ତି। ତାଙ୍କର ଖରାପ ଚେହେରାକୁ ଠିକ୍ କରିବା ପାଇଁ ଜୁଜୁଙ୍କୁ ୬ ଲକ୍ଷ ୨୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ଜୁଜୁଙ୍କ ପାଖରେ ସେତେ ପରିମାଣର ଅର୍ଥ ନାହିଁ। ତେଣୁ ସେ ସୋସିଆଲ ମିଡିଆରେ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିବାର ଜଣାପଡିଛି। ଏଥିପାଇଁ ସେ ଏକ ପାଣ୍ଠି ସଂଗ୍ରହ ଗୋଷ୍ଠୀ ଗଠନ କରିଥିଲେ। ତାଙ୍କ ଅବସ୍ଥା ବିଷୟରେ ଦୁଃଖ ପ୍ରକାଶ କରିବା ସହ ଜୁଜୁ ଅସ୍ତ୍ରୋପଚାର ପାଇଁ ଟଙ୍କା ସଂଗ୍ରହ କରୁଥିଲେ। କିନ୍ତୁ ବହୁ ବର୍ଷ ପରେ ମଧ୍ୟ ସେ ଆବଶ୍ୟକ ମାତ୍ରର ଟଙ୍କା ଜମା କରି ପରି ନାହାନ୍ତି। ଏହି କାରଣରୁ, ବର୍ତ୍ତମାନ ଏହି ଟ୍ରାନ୍ସଜେଣ୍ଡର ମହିଳା ତାଙ୍କ ପେଜ ବନ୍ଦ କରି କହିଛନ୍ତି ଯେ ତାଙ୍କୁ ବର୍ତ୍ତମାନ ସାରା ଜୀବନ ସେହି କଦର୍ଯ୍ୟ ଚେହେରା ସହିତ ବଞ୍ଚିବାକୁ ପଡିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: