ଭୋକ ହେବାରୁ ୧୫ ହଜାର ଟଙ୍କାର ନୁଡୁଲ୍ସ ମଗେଇ ଦେଲା କୁନି ଝିଅ

ଭୋକ ହେବାରୁ ୧୫ ହଜାର ଟଙ୍କାର ନୁଡୁଲ୍ସ ମଗେଇ ଦେଲା କୁନି ଝିଅ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯଦି ଘରେ ପିଲା ଅଛନ୍ତି, ତେବେ ସବୁବେଳେ ତାଙ୍କର ଅତିରିକ୍ତ ଧ୍ୟାନ ରଖିବା ଆବଶ୍ୟକ ପଡିଥାଏ। ବେଳେବେଳେ ପିଲାମାନଙ୍କର ଗୋଟିଏ ଛୋଟ ଭୁଲ ମଧ୍ୟ ବହୁତ ଭାରୀ ପଡିଥାଏ। ଆଜିକାଲି, ଟେକ୍ନୋଲୋଜି ଯୁଗରେ, ପ୍ରତ୍ୟେକ ମୁହୂର୍ତ୍ତରେ ପିଲାମାନଙ୍କ ଉପରେ ନଜର ରଖିବା ସମ୍ଭବ ନୁହେଁ, ଏବଂ ଏପରି ପରିସ୍ଥିତିରେ, ବେଳେବେଳେ ପରିବାରର ଲୋକଙ୍କୁ ପିଲାମାନଙ୍କ ଭୁଲ ପାଇଁ ଏକ ବଡ ରକମ ଦେବାକୁ ପଡିଥାଏ। ବିଶେଷକରି ଯେତେବେଳେ ପିଲାମାନେ ଛୋଟ ଥାଆନ୍ତି ଏବଂ ନିଜକୁ ଆତ୍ମନିର୍ଭରଶୀଳ ଭାବିବାର ଭୁଲ୍ କରନ୍ତି । ଚାଇନାରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଗୋଟିଏ ଚାରି ବର୍ଷର ଝିଅ ସବୁକିଛି ସେ ନିଜେ ସହଜରେ କରିପାରିବ ଭାବି ଯେଉଁ ଭୁଲ କରିଛି ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ବାପାଙ୍କ ସହିତ ଘରେ ବସିଥିବା ଝିଅଟି ଯେତେବେଳେ ଭୋକିଲା ଅନୁଭବ କରିଥିଲା, ସେତେବେଳେ ସେ ତାଙ୍କ ପିତାଙ୍କ ଫୋନରୁ ନିଜ ପାଇଁ ଅନଲାଇନ ଖାଦ୍ୟ ଅର୍ଡ଼ର କରିଥିଲା। କୌତୁହଳର ବିଷୟ ହେଉଛି ଯେତେବେଳେ ଘରେ ଖାଦ୍ୟ ପହଞ୍ଚିବା ପ୍ରକ୍ରିୟା ଆରମ୍ଭ ହେଲା, ଏହା ଘଣ୍ଟା ଘଣ୍ଟା ଧରି ଚାଲିଥିଲା।
Sohu.com ଅନୁଯାୟୀ, ଝିଅଟି ନିଜ ପ୍ରିୟ ନୁଡୁଲ୍ସକୁ ତାଙ୍କ ପିତାଙ୍କ ମୋବାଇଲ୍ ଫୋନରୁ ଅର୍ଡର କରିଥିଲା। ତେବେ ଝିଅଟି ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୦୦ ବାଉଲ୍ ନୁଡୁଲ୍ସ ଅର୍ଡର କରିଥିଲା। ୪ ବର୍ଷର ଶିଶୁଟି ଗଣିତରେ ସେତେ ଶକ୍ତିଶାଳୀ ନଥିଲା, ତେଣୁ ଏପରି ଭୁଲ କରି ବସିଥିଲା । ଝିଅଟି ଏତେ ଖାଦ୍ୟ ମଗାଇଥିଲା ଦେଖି ​​ପ୍ରଥମେ ତାର ପିତା ବହୁତ ଖୁସି ହୋଇଥିଲେ, କିନ୍ତୁ ପରେ ଯେତେବେଳେ ସେ ପୁରା ଘଟଣା ବୁଝିଥିଲେ ତାଙ୍କ ହୋସ ଉଡ଼ି ଯାଇଥିଲା। କାରଣ ଏହି ଢେର ସାରା ନୁଡ଼ଲ୍ସ ପାଇଁ ତାଙ୍କୁ, ହଜାର ହଜାର ଟଙ୍କା ଦେବାକୁ ପଡ଼ିଥିଲା। ଝିଅଟି ଜିଲିନ୍ ର ବାସିନ୍ଦା ବୋଲି ଜଣାପଡିଛି। ସେ ତାଙ୍କ ପିତାଙ୍କ ଫୋନ୍ ପାଇ ସେଥିରୁ ନିଜ ପାଇଁ ସୋୟାବିନ୍ ପେଷ୍ଟ ସହିତ ନୁଡୁଲ୍ସ୍ ଅର୍ଡର କରିଥିଲେ। ପିତା ଏ ବିଷୟରେ ତିଳେ ମାତ୍ର ଜାଣି ପାରିନଥିଲେ। ଯେତେବେଳେ ତାଙ୍କ ଘରେ ନୁଡୁଲ୍ସ ଡେଲିଭରି କରାଗଲା, ସେ ପ୍ରଥମେ ଭାବିଲେ ଯେ ସେ ଏହି ନୁଡୁଲ୍ସକୁ ପୁରସ୍କାର ଭାବେ ଜିତିଛନ୍ତି ଏବଂ ସେ ବହୁତ ଖୁସି ହୋଇଥିଲେ। ତେବେ ପରେ ସେ ଜାଣିବାକୁ ପାଇଲେ ଯେ ନୁଡୁଲ୍ସ ମାଗଣା ନୁହେଁ, ଏଥିପାଇଁ ତାଙ୍କୁ ୧୫,୦୦୦ ଟଙ୍କା ବିଲ୍ ଦେବାକୁ ପଡ଼ିଛି। ତାଙ୍କ ମୋବାଇଲ୍ ଚେକ୍ କରିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଛୋଟ ଝିଅ ଏହି ସବୁ କାରନାମା କରିଛି।
ବାସ୍ତବରେ, ଝିଅଟି ଗୋଟିଏ ବାଉଲ୍ସ ନୁଡୁଲ୍ସ ଅର୍ଡର କରିବା ସମୟରେ, ଭୁଲରେ, ୧ରେ ଦୁଇଟି ଶୂନ୍ୟ ଦବାଇ ଦେଇଥିଲା, ଯାହାକି ୧୦୦ବାଉଲ୍ସ ନୁଡୁଲ୍ସର ଅର୍ଡର ହୋଇଯାଇଥିଲା। ଝିଅଟିର ଘର ୧୩ ମହଲା ଉପରେ ହୋଇଥିବା ବେଳେ ଡେଲିଭରି ବାଳକଙ୍କୁ ସବୁଯାକ ନୁଡୁଲ୍ସ ଡେଲିଭରି କରିବା ପାଇଁ ପ୍ରାୟ ୭ ରାଉଣ୍ଡ ତଳ ଉପର ହେବାକୁ ପଡିଥିଲା। ଏତେଗୁଡ଼ିଏ ନୁଡୁଲ୍ସ ପହଞ୍ଚିବା ପରେ ଝିଅଟିର ପୁରା ଘର ଭରି ହୋଇଯାଇଥିଲା। ତାଙ୍କ ପିତା ଥଟ୍ଟା କରି କହିଥିଲେ ଯେ ଏହା ଭଲ ହୋଇଛି ଝିଅଟି ୪ଶୂନ ଲଗେଇ ନାହିଁ, ନଚେତ୍ ସେଗୁଡ଼ିକ ରଖିବା ପାଇଁ ଜାଗାବି ମିଳି ନଥାନ୍ତା।
ତେବେ ୪ ବର୍ଷର କୁନି ଝିଅ ନିଜର ଭୁଲ ବୁଝିବା ପରେ, ଯେତେବେଳେ ତାଙ୍କ ବାପା ପଚାରିଥିଲେ ତୁମେ ଏତେ ଖାଦ୍ୟ କାହିଁକି ଅର୍ଡର କଲ? ଝିଅଟି ନିରୀହ ଚାହାଣୀରେ ଉତ୍ତର ଦେଇ କହିଥିଲା ଯେ ସେ ଭୋକିଲା ଥିଲେ। ତାଙ୍କ ପିତା ପୁରା ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଏହା ଦେଖି ଲୋକମାନେ ଶିଶୁର ନିରିହତା ଦେଖି ଆନନ୍ଦିତ ହୋଇଛନ୍ତି। ତେବେ ତାଙ୍କ ପରିବାର ସେମାନଙ୍କ ପାଇଁ ମାତ୍ର ୮ ଟି ପାତ୍ର ରଖି ବାକି ପରିମଳ କର୍ମଚାରୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: