ଏହି ଦେଶରେ ୮ ବର୍ଷ ପଛୁଆ ଚାଲୁଛି ସମୟ, ବର୍ଷକ ୧୨ ମାସ ବଦଳରେ ଏଠି ୧୩ ମାସ ହୁଏ

ଏହି ଦେଶରେ ୮ ବର୍ଷ ପଛୁଆ ଚାଲୁଛି ସମୟ, ବର୍ଷକ ୧୨ ମାସ ବଦଳରେ ଏଠି ୧୩ ମାସ ହୁଏ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମେ ସମସ୍ତେ ଜନିଛେ ବର୍ଷକ ୧୨ ମାସ, କିନ୍ତୁ ଏମିତି ଗୋଟିଏ ଦେଶ ଅଛି ଆମବିଶ୍ବରେ ଯେଉଁଠି ବର୍ଷକ ୧୩ ମାସ ହୁଏ। ଏଠାରେ ଆଉ ଗୋଟିଏ ଆଶ୍ଚର୍ଯ୍ୟ ମଧ୍ୟ ଦେଖିବାକୁ ମିଳେ। ଏହି ଦେଶରେ ସମୟ ପଛୁଆ ଚାଲେ। ଏଠାରେ ସମୟ ବିଶ୍ଵର ଅନ୍ୟ ଦେଶ ଅପେକ୍ଷା ୮ ବର୍ଷ ପଛୁଆ ଚାଲିଥାଏ। ସାରା ବିଶ୍ବ ଜାନୁଆରୀ ପହିଲାରେ ୨୦୨୧ ମସିହାକୁ ଅତ୍ୟନ୍ତ ଧୁମଧାମରେ ସ୍ବାଗତ କରିଥିବା ବେଳେ ଏହି ଦେଶରେ ୨୦୨୧ ନୁହେଁ ବରଂ ୨୦୧୩ ମସିହା ସ୍ବାଗତ କରାଯାଇଥିଲା। ଏହାର ଅର୍ଥ ହେଉଛି ଯେ ଏହି ଦେଶ ବିଶ୍ଵର ସମସ୍ତ ଦେଶଠାରୁ ଆଠ ବର୍ଷ ପଛରେ ଅଛି।
ସମଗ୍ର ଦୁନିଆର ପ୍ରତ୍ୟେକ ଦେଶରେ ଗୋଟିଏ ବର୍ଷ ୧୨ ମାସ ହୋଇଥିବା ବେଳେ ଏହି ଦେଶରେ ଗୋଟିଏ ବର୍ଷ ୧୩ ମାସ ହୋଇଥାଏ। ଦେଶଟି ହେଉଛି ଆଫ୍ରିକାର ଇଥିଓପିଆ। ୨୦୧୩ ମସିହା ଏଠାରେ ଜାନୁଆରୀ ମାସରେ ପାଳନ କରାଯାଇଥିଲା। ଆଫ୍ରିକା ମହାଦେଶର ଦ୍ୱିତୀୟ ଜନସଂଖ୍ୟା ବହୁଳ ଦେଶ ହେଉଛି ଇଥିଓପିଆ। ଏହି ଦେଶର ଜନସଂଖ୍ୟା ପ୍ରାୟ ୧୦ କୋଟିରୁ ଅଧିକ। ପ୍ରତ୍ୟେକ କ୍ଷେତ୍ରରେ ଇଥିଓପିଆ ଦୁନିଆର ଅନ୍ୟ ଦେଶଠାରୁ ବହୁତ ଭିନ୍ନ। ଇଥିଓପିଆରେ ନୂତନ ବର୍ଷ ୧ ଜାନୁଆରୀରେ ନୁହେଁ ବରଂ ୧୧ ସେପ୍ଟେମ୍ବରରେ ପାଳନ କରାଯାଏ । କାପ୍ରିଟିକ୍ କ୍ୟାଲେଣ୍ଡର ଅନୁଯାୟୀ ଏହି ଦେଶରେ ସମୟ ଚାଲିଥାଏ। ଏହି କ୍ୟାଲେଣ୍ଡର ଅନୁଯାୟୀ, ଦିନ, ମାସ ଏବଂ ବର୍ଷ ଏଠାରେ ଗଣନା କରାଯାଏ। ଯେତେବେଳେ କି ବାକି ଦୁନିଆରେ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଚାଲିଥାଏ।
ଗ୍ରେଗୋରିଆନ୍ କ୍ୟାଲେଣ୍ଡର ୧୫୮୨ ଖ୍ରୀଷ୍ଟାବ୍ଦରେ ପୋପ୍ ଗ୍ରେଗୋରୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିଲା। ଏହା ଜୁଲିୟନ୍ କ୍ୟାଲେଣ୍ଡର ସ୍ଥାନରେ ବ୍ୟବହୃତ ହୋଇଥିଲା। ଯେତେବେଳେ କି ଇଥିଓପିଆ ବିଶ୍ୱାସ କରେ ଯେ ଖ୍ରୀଷ୍ଟ 7BC ରେ ଜନ୍ମ ହୋଇଥିଲେ। ତଦନୁସାରେ ଏଠାରେ ଦିନର ଗଣନା ଆରମ୍ଭ ହୋଇଥିଲା, ଯେଉଁଥିରୁ କାପ୍ରିଟିକ୍ କ୍ୟାଲେଣ୍ଡର ତିଆରି କରାଯାଇଥିଲା। ଅନ୍ୟ ପଟେ ବିଶ୍ଵର ଅନ୍ୟାନ୍ୟ ସ୍ଥାନରେ, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ AD1 ବୋଲି ବିବେଚନା କରାଯାଏ।
ଏହି କାରଣରୁ, ଇଥିଓପିଆର କ୍ୟାଲେଣ୍ଡର ବିଶ୍ଵର ବାକି କ୍ୟାଲେଣ୍ଡର ଅପେକ୍ଷା ୮ ବର୍ଷ ପଛରେ ଅଛି। କେବଳ ଇଥିଓପିଆରେ ନୂଆ ବର୍ଷ ନୁହେଁ, ଅନ୍ୟାନ୍ୟ ଉତ୍ସବ ମଧ୍ୟ ବିଶ୍ଵର ଅନ୍ୟ ଦେଶ ତୁଳନାରେ ଭିନ୍ନ ତାରିଖରେ ପାଳନ କରାଯାଏ। ଏଠାରେ ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ନୁହେଁ ବରଂ ୮ ଜାନୁଆରୀରେ ପାଳନ କରାଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: