ଏହି ଗାଁରେ ଯୁବତୀ ଆପେ ଆପେ ହୋଇଯାଉଛନ୍ତି ଯୁବକ

ଏହି ଗାଁରେ ଯୁବତୀ ଆପେ ଆପେ ହୋଇଯାଉଛନ୍ତି ଯୁବକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ସମସ୍ତଙ୍କ ପାଇଁ ଯୌବନ ଏକ ଅଜବ ଓ ଖୁସିର ସମୟ ହୋଇଥାଏ । ଏହି ସମୟରେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ଯେପରି ପୁଅଙ୍କ ସ୍ୱର ଗମ୍ଭୀର ହେବାରେ ଲାଗିଥିବା ବେଳେ ଝିଅଙ୍କ ସ୍ୱର୍ କୋମଳ ହୋଇଥାଏ। ଏବଂ ବହୁମାତ୍ରାରେ ମୁଡ ସୁଙ୍ଗିଂ ହୋଇଥାଏ। ଖାଦ୍ୟଠୁ ଆରମ୍ଭ କରି ସାଙ୍ଗ ଚୟନରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଅନେକ ଏହି ଯୁବା ଅବସ୍ଥାକୁ ଅନେ ବସିଥାନ୍ତି। କିନ୍ତୁ ଭାବିଲେ ଯଦି ଜଣେ ଯୁବା ଅବସ୍ଥାରେ ପହଞ୍ଚୁ ପହଞ୍ଚୁ ଆପଣଙ୍କ ଲିଙ୍ଗ ବଦଳି ଯିବ, ତାହାଲେ କେମିତି ଅନୁଭବ ହେବ। ଆପଣ ଭାବୁଥିବେ ଏହା କେବଳ ଅସ୍ତ୍ରପଚାର ଦ୍ଵାରା ସମ୍ଭବ ହୋଇପାରେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ରହସ୍ୟମୟ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଏକ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିବା ପରେ ଆପେ ଆପେ ଝିଅମାନେ ପୁଅରେ ପରିଣତ ହୋଇଯାଉଛନ୍ତି। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ସତ। ହେଲେ ଏମିତି ଏକ ରହସ୍ୟମୟ ଗାଁ ଆମ ଭୂଖଣ୍ଡରେ ରହିଛି। ସୂଚନା ଅନୁଯାୟୀ, ଡୋମିନିକାନ୍ ରିପବ୍ଲିକ୍ ଦେଶରେ ରହିଛି ଏହି ଗାଁ ଯାହାର ନାମ ‘ଲା ସାଲିନାସ୍ ଭିଲେଜ’। ଏହି ଗାଁ ବିଷୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏଠାରେ କିଛି ଝିଅଙ୍କ ଲିଙ୍ଗ ବଦଳିଯାଉଛି। ଯାହା ଦ୍ଵାରା ସେମାନେ ଝିଆରୁ ପୁଅ ହୋଇ ଯାଉଛନ୍ତି। ବୈଜ୍ଞାନିକମାନେ ଅନେକ ଗବେଷଣା ପରେ ମଧ୍ୟ ଏହି ରହସ୍ୟ ଜାଣିପାରୁ ନାହାଁନ୍ତି।

୧୨ ବର୍ଷରେ ବଦଳି ଯାଉଛି ଲିଙ୍ଗ:

ଏହି ଗାଁର ଅନେକ ଝିଅ ୧୨ ବର୍ଷ ବୟସରେ ପହଞ୍ଚିବା ବେଳକୁ ପୁଅରେ ପରିଣତ ହେଇଯାଉଛନ୍ତି। ଝିଅମାନେ ପୁଅ ହୋଇଯିବା ଘଟଣାକୁ ନେଇ ଗାଁର ଲୋକମାନେ ଅତ୍ୟନ୍ତ ଚିନ୍ତିତ ରହୁଛନ୍ତି। ଗାଁଟି ସମୁଦ୍ର କୂଳରେ ଅବସ୍ଥିତ ହୋଇଥିବା ବେଳେ ଏହାର ଜନସଂଖ୍ୟା ୬୦୦୦ରୁ ଅଧିକ। ତେବେ ଏହି ରହସ୍ୟମୟ ଘଟଣା କାରଣରୁ ଗାଁଟି ବିଶ୍ଵର ବିଭିନ୍ନ ଗବେଷକଙ୍କ ପାଇଁ ଅନୁସନ୍ଧାନର କ୍ଷେତ୍ର ପାଲଟିଛି। ଏହି ରୋଗରେ ପୀଡିତ ପିଲାମାନଙ୍କୁ ସ୍ଥାନୀୟ ଭାଷାରେ ‘ସୁଡୋହର୍ମାଫ୍ରୋଡାଇଟ୍’ କୁହାଯାଏ। ରିପୋର୍ଟରୁ ଜଣା ପଡ଼ିଛି ଯେ, ଯେଉଁ ଝିଅମାନଙ୍କର ଏହି ରୋଗ ରହିଥାଏ, ଏକ ନିର୍ଦ୍ଦିଷ୍ଟ ବୟସ ପରେ, ସେମାନଙ୍କର ଶରୀରର ଅଙ୍ଗ ପୁରୁଷଙ୍କ ପରି ହେବାକୁ ଆରମ୍ଭ କରେ। ଯେତେବେଳେ କି ଅନ୍ୟ ଝିଅମାନଙ୍କର ସ୍ୱର ବୟସ ବଢିବା ସହ କୋମଳ ହୋଇଥାଏ, ସେତେବେଳେ ଏହି ରୋଗରେ ପୀଡିତ ଝିଅମାନଙ୍କ ସ୍ୱର ଗମ୍ଭୀର ବା କର୍କଶ ହେବାରେ ଲାଗିଥାଏ। ଗାଁର ପ୍ରାୟ ୯୦ ପିଲାଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଏହି ରହସ୍ୟମୟ ରୋଗ ଦେଖିବାକୁ ମିଳେ।

ରୋଗ ନା ଅଭିଶାପ:

ଏହା ଏକ ‘ଜେନେଟିକ୍ ଡିଜିଜ୍’ ବା ବଂଶଗତ ରୋଗ ବୋଲି ଡାକ୍ତରମାନେ କହୁଛନ୍ତି। ଏଭଳି ପରିସ୍ଥିତିରେ, ଯେତେବେଳେ ବି ଗାଁରେ କାହା ଘରେ ଝିଅଟିଏ ଜନ୍ମ ହୁଏ, ପରିବାରରେ ଖୁସି ହେବା ବଦଳରେ ଚିନ୍ତା ଓ ଶୋକ ପ୍ରକାଶ କରି ଥାଆନ୍ତି। ସେମାନଙ୍କ ମନରେ ଭୟ ରହିଥାଏ ଯେ ଯେତେବେଳେ ସେମାନଙ୍କର ଝିଅ ଯୌବନାବସ୍ଥାରେ ପ୍ରବେଶ କରିବ, ସେ ଯୁବତୀ ନୁହେଁ ବରଂ ଯୁବକ ହୋଇଯିବ। ଏହା ଏକ ଅଭିଶାପ ବୋଲି ସ୍ଥାନୀୟ ଲୋକ କୁହନ୍ତି। ଗାଁର ଏହି ଅଜବ ଏବଂ ରହସ୍ୟମୟ ଲିଙ୍ଗ ପରିବର୍ତ୍ତନ ଯୋଗୁଁ ସେଠାରେ ଝିଅମାନଙ୍କ ସଂଖ୍ୟା ବହୁତ କମ ହୋଇଯାଉଛି। ଅନ୍ୟ ଗାଁର ଲୋକମାନେ ଏହି ଗାଁ ଆଡକୁ ଚାହିଁବାକୁ ଭୟ କରୁଛନ୍ତି। ଏହି ଗାଁ ଅଭିଶାପିତ ବୋଲି ବିବେଚନା କରାଯାଏ। ଏହି ଗାଁରେ ଝିଅ ବିବାହ ଦେବାକୁ ବା ଏହି ଗାଁର ଝିଅକୁ ବିବାହ କରିବାକୁ ମଧ୍ୟ ଲୋକ ଡରୁଛନ୍ତି। ଏହିପରି ଲିଙ୍ଗ ପରିବର୍ତ୍ତନକାରୀ ପିଲାମାନଙ୍କୁ ‘ଗ୍ୱେଭେଦୋଚେ’ ଆଖ୍ୟା ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: