କାନ୍ଦିବା ଦ୍ଵାରା ମିଳେ ଏମିତି ଲାଭ

କାନ୍ଦିବା ଦ୍ଵାରା ମିଳେ ଏମିତି ଲାଭ

ପ୍ରିଜମ ନ୍ୟୁଜ ବ୍ୟୁରୋ:ସାଧାରଣ ଭାବେ ମଣିଷ ମନରେ କଷ୍ଟ ହେଲେ ବା କୌଣସି ଆଘାତ ଲାଗିଲେ ସେ କାନ୍ଦିଥାଏ । କାନ୍ଦିବାକୁ ଆମ ସମାଜରେ ଦୁର୍ବଳତାର ସଂକେତ ଭାବେ ଗ୍ରହଣ କରାଯାଇ ଥାଏ । କାନ୍ଦ ମନର ଭାବନାକୁ ପ୍ରକାଶ କରିଥାଏ । ଯେଉଁ ଲୋକମାନେ ଅଧିକ ଭାବୁକ ହୋଇ ଥାଆନ୍ତି ସେମାନେ କଥା କଥାରେ କାନ୍ଦି ପକାନ୍ତି । ବିଶେଷ କରି ପ୍ରତିକୂଳ ପରିସ୍ଥିିତିରେ କିମ୍ବା କୌଣସି ଆଘାତ ଲାଗିଲେ ମହିଳାମାନେ କାନ୍ଦି ପକାଇଥାଆନ୍ତି। ସାମାନ୍ୟ କଥାରେ ବି ଅନେକ ଲୋକ କାନ୍ଦି ଥାଆନ୍ତି। ତେବେ ଗବେଷକଙ୍କ କହିଛନ୍ତି ଯେ ବେଳେବେଳେ କାନ୍ଦିବା ଶରୀର ପାଇଁ ହିତକର ହୋଇଥାଏ।

କାନ୍ଦିଲେ ମାନସିକ ଚାପ ଦୂର ହୋଇଥାଏ:–

ଯେତେବେଳେ ବ୍ୟକ୍ତି ନିଜର ମନର ଭାବନା ଓ କଷ୍ଟକୁ କାହାରି ଆଗରେ ପ୍ରକାଶ କରି ପାରି ନଥାଏ ସେତେବେଳେ ସେ କାନ୍ଦିଥାଏ। ଗବେଷକଙ୍କ ମତରେ କାନ୍ଦିବା ଦ୍ଵାରା ମନ ହାଲୁକା ହେବା ସହିତ ମାନସିକ ଚାପଠାରୁ ବ୍ୟକ୍ତି ଦୂରେଇ ରହିଥାଏ ।

ମନ ହାଲୁକା ହୋଇଯାଏ: –

ପୁରୁଷ ମାନଙ୍କ କ୍ଷେତ୍ରରେ କାନ୍ଦିବା ଲଜ୍ଜା ଜନକ ଅଟେ ତେଣୁ ପୁରୁଷମାନେ ମହିଳା ମାନଙ୍କ ଅପେକ୍ଷା ଅଧିକ ମାନସିକ ଚାପରେ ରହି ଥାଆନ୍ତି । ଗବେଷକଙ୍କ ମତରେ କାନ୍ଦିବା ଦ୍ଵାରା ଭାବନାତ୍ମକ ବୋଝ ହାଲୁକା ହୋଇଥାଏ । ମନ ହାଲୁକା ହେବା ସହ ମସ୍ତିସ୍କ ଶାନ୍ତ ରହିଥାଏ।

ନୂତନ ଉର୍ଜାର ଜାଗ୍ରତ କରାଇଥାଏ:-

ବିଶେଷଜ୍ଞଙ୍କ ମତରେ କିଛି ସମୟ ପାଇଁ କାନ୍ଦିଲା ପରେ ଶୋଇ ପଡିବା ଦ୍ଵାରା ନୂତନ ଶକ୍ତି ଜାଗ୍ରତ ହୋଇଥାଏ । ମନ ହାଲୁକା ଲାଗି କାମ କରିବାରେ ଆଶା ଜାଗ୍ରତ ହୋଇଥାଏ । ମସ୍ତିଷ୍କ ଅଧିକ ଆକ୍ଟିଭ ରହିଥାଏ। ଏବଂ ମନ ଦୃଢ଼ ହୋଇଥାଏ।

ଆଖି ସଫା ରହିଥାଏ:-

ବିଶେଷଜ୍ଞଙ୍କ ମତରେ କାନ୍ଦିବା ଦ୍ଵାରା ମନ ହାଲୁକା ହେବା ସହିତ ଚକ୍ଷୁ ମଧ୍ୟ ସଫା ହୋଇଥାଏ । କାନ୍ଦିବା ଦ୍ଵାରା ଚକ୍ଷୁ ର ମସଲ୍ସ ଗୁଡ଼ିକ ଆକ୍ଟିଭ ହୋଇଥାଏ ଓ ଚକ୍ଷୁ ସଫା ରହିଥାଏ । ଆଖିରେ ପଡ଼ିଥିବା ଧୂଳି ଅଳିଆ ବାହାରି ଯାଇଥାଏ ଲୁହ ଦ୍ଵାରା। ତେଣୁ ସପ୍ତାହରେ ଥରେ ଦୁଇଥର କାନ୍ଦିବା ଭଲ। କାନ୍ଦିବା ଦ୍ଵାରା ମୁଡ୍ ଭଲ ହେବାରେ ଲାଗିଥାଏ। ଏହାସହ ଦୁଃଖ କମ୍ ହୋଇ ଥାଏ। ଭବନାତ୍ମକ ସନ୍ତୁଳତା ରକ୍ଷା କରିଥାଏ। ଶରୀରକୁ ଡିଟକ୍ସ କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: