ଭାରତର ପ୍ରଥମ ମଦ ସଂଗ୍ରହାଳୟ ଥରେ ବୁଲି ଆସନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ହୁଏତ ଅନେକ ପ୍ରକାର ସଂଗ୍ରହାଳୟ ଦେଖିଥିବେ, କିନ୍ତୁ ଆପଣ କେବେ ‘ମଦ ସଂଗ୍ରହାଳୟ’ ଦେଖିଛନ୍ତି ବା ଜଣାଇଛନ୍ତି କି? ଭାରତର ପ୍ରଥମ ମଦ୍ୟ ସଂଗ୍ରହାଳୟ ଗୋଆର ପାନାଜୀରେ ଖୋଲିଛି। ସ୍ଥାନୀୟ ବ୍ୟବସାୟୀ ନନ୍ଦନ କୁଡଚାଡକର ‘ଅଲ୍ ଏବାଉଟ୍ ଆଲକୋହଲ୍’ ନାମରେ ଏହି ନିଆରା ସାଂଗ୍ରହଳୟ ଖୋଲିଛନ୍ତି। ସଂଗ୍ରହାଳୟରେ ସ୍ଥାନୀୟ ପାନୀୟ ଫେନିର ବିଭିନ୍ନ ପ୍ରକାର ସ୍ଥାନ ପାଇଛି। ଫେନି ସହିତ ଜଡିତ ପାରମ୍ପାରିକ କାଚ ପାତ୍ରଗୁଡିକ ମଧ୍ୟ ଏଠାରେ ରଖାଯାଇଛି। ଏହାସହ ଦେଶର ବିଭିନ୍ନ ସ୍ଥାନରେ ମିଳୁଥିବା ପୁରୁଣା ମଦ ବୋତଲ ସହ ମଦ ପ୍ରସ୍ତୁତି ୟୁନିଟ ପ୍ରଦର୍ଶନ ହେଉଛି।

ଏହି ସଂଗ୍ରହାଳୟ ଉତ୍ତର ଗୋଆର କାଣ୍ଡୋଲିମର ଏକ ଛୋଟ ବେଳାଭୂମି ଗ୍ରାମରେ ଅବସ୍ଥିତ। ଏଠାରେ କାଜୁରୁ ନିର୍ମିତ ଫେନି ରଖାଯାଇଛି, ଯାହାକି ଶତାବ୍ଦୀ ପୁରୁଣା। ଏହାର ପ୍ରତିଷ୍ଠାତା କୁହନ୍ତି, ଏହି ମଦ୍ୟ ସଂଗ୍ରହାଳୟ କରିବା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି ଗୋଆର ସମ୍ପନ୍ନ ପରମ୍ପରା ବିଷୟରେ ଜଣାଇବା।

Leave a Reply

Your email address will not be published. Required fields are marked *