କପିଲ ସାଜିବେ ଡେଲିଭରି ବୟ

କପିଲ ସାଜିବେ ଡେଲିଭରି ବୟ

ପ୍ରିଜମ ନ୍ୟୁଜ ବ୍ୟୁରୋ : ପ୍ରସିଦ୍ଧ କମେଡିଆନ କପିଲ ଶର୍ମା ଓଟିଟିରେ ଡେବ୍ୟୁ କରିବା ପରେ ସେ ଏବେ ଫ୍ୟାନ୍ସଙ୍କୁ ଏକ ନୂଆ ଫିଲ୍ମ ଭେଟି ଦେଉଛନ୍ତି। ସେ ଏ ବିଷୟରେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ କି ତାଙ୍କ ସ୍ତ୍ରୀ ଗିନି ଚତରଥ, ଚଳଚ୍ଚିତ୍ର ନିର୍ଦ୍ଦେଶକ ନନ୍ଦିତା ଦାସ ଏବଂ ବଲିଉଡ୍‌ ଅଭିନେତ୍ରୀ ଶାହାନା ଗୋସ୍ବାମୀ ନଜରକୁ ଆସିଛନ୍ତି।

ସିନେମାରେ କପିଲ ଜଣେ ଫୁଡ୍‌ ଡେଲିଭରି ବୟର ଚରିତ୍ରରେ ଅଭିନୟ କରିବେ। ଶାହାନା ଏଥିରେ କପିଲଙ୍କ ସ୍ତ୍ରୀଙ୍କ ଭୂମିକାରେ ନଜରକୁ ଆସିବେ। କପିଲ ପ୍ରଥମ ଥର ପାଇଁ ଏପରି ଭୂମିକାରେ ଦର୍ଶକଙ୍କୁ ଦେଖାଦେବେ। ମୁଭିରେ ନନ୍ଦିତାଙ୍କ ସହ କପିଲ କାମ କରିବାକୁ ନେଇ ବହୁତ ଉତ୍ସାହିତ ଥିବା ସେ କହିଛନ୍ତି। ଚଳିତ ମାସ ଶେଷ ବେଳକୁ ଭୁବନେଶ୍ୱର ଏବଂ ଓଡିଶାରେ ଫିଲ୍ମର ଶୁଟିଂ ଆରମ୍ଭ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: