ବିରଳ ବେବି ସାର୍କ କାର୍ଟିଲାଜିନସ୍‌

ବିରଳ ବେବି ସାର୍କ କାର୍ଟିଲାଜିନସ୍‌

’ପ୍ରିଜିମ ନ୍ୟୁଜ ବ୍ୟୁରୋ: ନ୍ୟୁଜିଲାଣ୍ଡର ସମୁଦ୍ର ତଟରେ ସାର୍କ ମାଛର ଏପରି ଏକ ଦୁର୍ଲଭ ପ୍ରଜାତି ଠାବ ହୋଇଛି, ଯାହା କି ଆଗରୁ କେବେ ଦେଖାଯାଇ ନ ଥିଲା। ଏହି ଘୋଷ୍ଟ ସାର୍କର ଶରୀର ଦେଖିବାକୁ ସମ୍ପୂର୍ଣ୍ଣ ପାରଦର୍ଶୀ। ଉକ୍ତ ସାର୍କ ମାଛକୁ ଚିମେରା ମଧ୍ୟ କୁହାଯାଏ। ବୈଜ୍ଞାନିକମାନେ ଯେତେବେଳେ ମାଛଙ୍କ ସଂଖ୍ୟା ଗଣନା କରୁଥିଲେ, ସେତେବେଳେ ଏହି ଛୁଆ ସାର୍କଟି ସେମାନଙ୍କ ନଜରକୁ ଆସିଥିଲା। ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ୱାଟର ଆଣ୍ଡ ଆଟ୍‌ମୋସ୍ଫିୟରିକ୍‌ ରିସର୍ଚ୍ଚ’ର ବୈଜ୍ଞାନିକମାନେ ନ୍ୟୁଜିଲାଣ୍ଡର ଦକ୍ଷିଣ ଦ୍ୱୀପର ପାଖାପାଖି କିଲୋମିଟରରୁ ଊର୍ଦ୍ଧ୍ୱ ଗଭୀରରୁ ଛୁଆ ସାର୍କଟିକୁ ପାଇଥିଲେ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ବାୟୋଲୋଜି ଏବଂ ଇକୋଲୋଜି ପାଇଁ ଏହି ପ୍ରଜାତିର ଜୀବ ମିଳିବା ବହୁତ ସାହାଯ୍ୟକାରୀ ହେବ। ବର୍ତ୍ତମାନ ଛୁଆ ସାର୍କର ରିସର୍ଚ୍ଚ କରାଯିବ। ଏହି ମାଛଟିର ପ୍ରକୃତ ନାମ କାର୍ଟିଲାଜିନସ୍‌। ଏହାର କଙ୍କାଳର ଅଧିକାଂଶ ଭାଗ କାର୍ଟିଲେଜ୍‌ରେ ତିଆରି। ବାହାରକୁ ଏହା ଅଜବ ଦୃଶ୍ୟମାନ ହେଉଥିବାରୁ ଏହାକୁ ଘୋଷ୍ଟ ସାର୍କ ବୋଲି କୁହାଯାଉଛି। ପୂର୍ବରୁ ୨୦୨୧ ଡିସେମ୍ବରରେ ପ୍ରଶାନ୍ତ ମହାସାଗରରେ ବରେଲି ନାମକ ଏକ ମାଛର ବୈଜ୍ଞାନିକମାନେ ସନ୍ଧାନ ପାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: