ଆରପାରିରେ କନ୍ନଡ ଅଭିନେତା ରାଜେଶ

ଆରପାରିରେ କନ୍ନଡ ଅଭିନେତା ରାଜେଶ

ପ୍ରିଜମ ନ୍ୟୁଜ ବ୍ୟୁରୋ : କନ୍ନଡ଼ ଚଳଚ୍ଚିତ୍ରର ଭେଟେରାନ ଅଭିନେତା ରାଜେଶଙ୍କ ଶନିବାର ମୃତ୍ଯୁ ହୋଇଛି। ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୯ବର୍ଷ ବୟସ ହୋଇଥିଲା। ଦୀର୍ଘଦିନରୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ଏଥିସହ ତାଙ୍କ କିଡନୀ ଖରାପ ହେବାରୁ ଫେବୃୟାରୀ ୯ରେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୧୦ ଦିନର ଡାକ୍ତରୀ ଚିକିତ୍ସା ପରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପ୍ରକୃତ ନାମ ଥିଲା ବିଦ୍ୟାସାଗର । ସେ ତାଙ୍କ ମାତାପିତାଙ୍କ ଇଚ୍ଛା ବିରୋଧରେ ଯାଇ ଅଳ୍ପ ବୟସରେ ଥିଏଟରରେ ଅଭିନୟ କରିବା ଅାରମ୍ଭ କରିଥିଲେ। ସେ ତାଙ୍କ ଅଞ୍ଚଳରେ କାଲା ତପସ୍ବୀ ଭାବେ ଜଣାଶୁଣା ଥିଲେ ।୧୫୦ରୁ ଊର୍ଦ୍ଧ୍ୱ ମୁଭିରେ ସେ ନିଜ ଅଭିନୟର ଛାପ ଛାଡିଯାଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: