ଏଲିଜାବେଥ କୋରୋନା ପଜିଟିଭ

ଏଲିଜାବେଥ କୋରୋନା ପଜିଟିଭ

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନା ଆକ୍ରାନ୍ତ ହେଲେ ବ୍ରିଟେନ ରାଣୀ। ବ୍ରିଟେନର ରାଣୀ ଏଲିଜାବେଥ-୨ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ରବିବାର ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି ।
ଏଲିଜାବେଥଙ୍କ ବୟସ ବର୍ତ୍ତମାନ ୯୫ ରେ ପହଞ୍ଚିଛି। ତେଣୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ କାହାକୁ ବ୍ୟସ୍ତ ନହେବାକୁ ରାଜପ୍ରସାଦ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ରାଣୀ ଏଲିଜାବେଥ-୨ କରୋନାର ୩ଟି ଡୋଜ ନେଇ ସାରିଛନ୍ତି । ବ୍ରିଟେନ ନିୟମ ଅନୁସାରେ ସେ ପ୍ରଥମେ କରୋନା ଟିକାର ଦୁଇଟି ଡୋଜ ନେଇଥିଲେ । ଏହାପରେ ତାଙ୍କୁ ଟିକାର ବୁଷ୍ଟର ଡୋଜ ମଧ୍ୟ ଦିଆଯାଇଥିଲା ।
ରାଣୀ ଏଲିଜାବେଥ-୨ ଏବେ ବି ରାଜପ୍ରସାଦରେ ମଧ୍ୟ ରହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: