କାଚା ବାଦାମର ଭୁବନଙ୍କୁ ମିଳିଲା ୩ ଲକ୍ଷ

କାଚା ବାଦାମର ଭୁବନଙ୍କୁ ମିଳିଲା ୩ ଲକ୍ଷ

ପ୍ରିଜମ ନ୍ୟୁଜ ବ୍ୟୁରୋ : କିଛିଦିନ ଧରି ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବିଦ୍ୟାକରଙ୍କ ଗୀତ କାଚା ବାଦାମ ସୋସିଅାଲ ମିଡିଅାରେ ଧମାଲ ମଚଉଛି। ଏହି ଗୀତ ବାଜିଲା ମାତ୍ରକେ ପିଲାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଗୀତର ତାଳେ ତାଳ ଦେଇ ନାଚୁଥିବା ଦେଖିବାକୁ ମିଳୁଛି । ତେବେ ଗୀତ ଗାଇ ରାତାରାତି ପ୍ରସିଦ୍ଧ ହୋଇଥିଲେ ଭୁବନ । ପ୍ରଥମ ଥର ପାଇଁ ତାଙ୍କର ଏହି ଗୀତରେ ଗୋଧୂଳିବେଳା ମୁ୍ୟଜିକ୍ ହାଉସ୍ ରିମିକ୍ସ ଦେବା ସହ ତାଙ୍କର ଅଡିଓ-ଭିଡିଓ ମଧ୍ୟ ରେକର୍ଡ କରିଥିଲା। ନିକଟରେ ଭୁବନଙ୍କୁ ଉକ୍ତ ମୁ୍ୟଜିକ୍ କମ୍ପାନୀ ଭାଇରାଲ ଗୀତ କାଚା ବାଦାମ ପାଇଁ ୩ ଲକ୍ଷ ଟଙ୍କା ଦେଇଛି । କେବଳ ସେତିକି ନୁହେଁ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଏଥିପାଇଁ ସମ୍ମାନିତ ମଧ୍ୟ କରିଛି । ଗୀତ ପ୍ରତି ଲୋକଙ୍କ ଭଲପାଇବା ଦେଖି ଭୁବନଙ୍କ ଡିମାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି। ତାଙ୍କୁ ଦିଲ୍ଲୀ, ମୁମ୍ବାଇ ଏବଂ ବାଂଲାଦେଶରୁ ଏନେଇ ଅନେକ ଅଫର୍ ମିଳୁଥିବା ଖବର ମିଳିଛି । ଷ୍ଟେଜ୍ ଶୋ ପାଇଁ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରାଯାଉଛି । ନିକଟରେ ଏକ ଇଣ୍ଟରଭୁ୍ୟରେ ଭୁବନ କହିଥିଲେ, ସେ ଉକ୍ତ ମୁ୍ୟଜିକ ସହ ଗୀତ ସୁଟ କରିଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ପାରିଶ୍ରମିକ ମିଳିପାରିନାହିଁ। ଏହାପରେ ତାଙ୍କ ପ୍ରଶଂସକମାନଙ୍କ ଦାବି ଫଳରେ ଭୁବନଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: