ହାତ ଧରିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେବାନୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କଂଗ୍ରେସରରେ ମିଶିଲେ ଜେଏନୟୁର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର। ତାଙ୍କ ସହ ଗୁଜରାଟ ବିଧାୟକ ଜିଗ୍ନେଶ ମେଓ୍ଵାଣୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହ୍ନେୟା ଓ ଜିଗ୍ନେଶ ପାର୍ଟି ସଦସ୍ୟତା ଗ୍ରହଣ କରିଛନ୍ତି।


ଉଭୟଙ୍କ କଂଗ୍ରେସରେ ସାମିଲ୍ ନେଇ ପାର୍ଟିର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଆମେ ଏହି ଦୁଇ ଯୁବ ନେତାଙ୍କ ସହ କାମ କରିବା ନେଇ ଉଚ୍ଚ ଆଶାବାଦୀ ଅଛୁ। ଯଦ୍ଵାରା ଦେଶରେ ଶାସନ କରୁଥିବା ଫାଶୀବାଦୀ ଶକ୍ତିକୁ ହରାଇ ପାରିବୁ।
କହ୍ନେୟା କୁମାରଙ୍କ ଦୀର୍ଘ ସମୟ ଧରି କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। ସୂଚନାଯୋଗ୍ୟ, କହ୍ନେୟା କୁମାର ସିପିଆଇ ପକ୍ଷରୁ ଲୋକସଭା ନିର୍ବାଚନ ଲଢି ପରାଜିତ ହୋଇ ଥିଲେ। ଅନ୍ୟପଟେ ଜିଗ୍ନେଶ ମେଓ୍ଵାଣୀ ଗୁଜରାଟର ସ୍ଵାଧୀନ ବିଧାୟକ ଅଛନ୍ତି।

Leave a Reply

Your email address will not be published. Required fields are marked *