ଚୀନ୍‌ରେ ମିଳୁନି ବିଜୁଳି, ବନ୍ଦ ହେବାକୁ ବସିଲାଣି ବଡ଼ ବଡ଼ କାରଖାନା

ଚୀନ୍‌ରେ ମିଳୁନି ବିଜୁଳି, ବନ୍ଦ ହେବାକୁ ବସିଲାଣି ବଡ଼ ବଡ଼ କାରଖାନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚୀନ୍‌ରେ ଦେଖାଦେଇଛି ଭୟଙ୍କର ବିଦ୍ୟୁତ ସଙ୍କଟ। ଚୀନ୍‌ର ଉତ୍ତର-ପୂର୍ବ ଅଞ୍ଚଳରେ ଆରମ୍ଭ ହୋଇଥିବା ବିଜୁଳି ସଙ୍କଟ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଡ଼ ବଡ଼ ସହରରେ ବିଜୁଳି ଅପଚୟ ରୋକିବା ପାଇଁ ପାୱାର କଟ୍ କରାଯାଉଛି । ଯାହାଦ୍ଵାରା କାରଖାନା, ମଲ୍, ଦୋକାନ ସବୁ ବନ୍ଦ ହେଉଛି। ବିଦ୍ୟୁତ୍ ସଙ୍କଟ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଲୋକଙ୍କୁ ପାଣି ଗରମ କରିବାକୁ ମଧ୍ୟ ବାରଣ କରା ଯାଇଛି।
କୋଇଲା ଯୋଗାଣରେ ସମସ୍ୟା ହେତୁ ଚୀନ୍‌ର ଉତ୍ତର-ପୂର୍ବ ଅଞ୍ଚଳରେ କିଛି ଦିନ ହେବ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଚୀନରେ ଉତ୍ପାଦନକାରୀଙ୍କ ଚାହିଦା ବୃଦ୍ଧି କାରଣରୁ କୋଇଲା ଯୋଗାଣ ପ୍ରଭାବିତ ହେଉଛି । ଫଳରେ କୋଇଲା ମୂଲ୍ୟ ମଧ୍ୟ ଆକାଶ ଛୁଆଁ ରହିଛି , ଏପରି ପରିସ୍ଥିତିରେ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି। ଏହି କାରଣରୁ ଆପଲ୍, ଟେସଲ ଭଳି ବଡ ବଡ କମ୍ପାନୀର କାରଖାନା ମଧ୍ୟ ବନ୍ଦ ହେବାକୁ ବସିଲାଣି।
ଅଳ୍ପ ସମୟ ବ୍ୟବଧାନରେ ଏଠାରେ ପାୱାର କଟ୍ ହେଉଛି ବୋଲି ସେମାନେ କହିଛନ୍ତି। ବିଜୁଳି ସଙ୍କଟ ପାଇଁ ଚୀନର ଉତ୍ପାଦନ କ୍ଷେତ୍ର ଅଧିକ ପ୍ରଭାବିତ ହେଉଥିବାର ଜଣାପଡିଛି। କାରଖାନାଗୁଡ଼ିକ ଆବଶ୍ୟକ ବିଦ୍ୟୁତ୍ ପାଇପାରୁ ନାହାଁନ୍ତି। ସେପଟେ ଶୀତଦିନେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ଅଯଥା ବିଜୁଳି ଖର୍ଚ୍ଚ ନକରି ବିଜୁଳି ବଞ୍ଚାଇବା ପାଇଁ ଲୋକଙ୍କ ସହଯୋଗ ଲୋଡିଛନ୍ତି ଚୀନ୍ ସରକାର। ଅଯଥା ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର ନକରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: