ବିଶ୍ଵଯୁଦ୍ଧ ଆଗରୁ ରହିଛି ଏହି ଅଙ୍ଗୁର ଗଛ

ବିଶ୍ଵଯୁଦ୍ଧ ଆଗରୁ ରହିଛି ଏହି ଅଙ୍ଗୁର ଗଛ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ନିଶ୍ଚୟ ଅଙ୍ଗୁର ଖାଇଥିବେ। କେହି କେହି ଅଙ୍ଗୁର ଗଛ ନିଜ ଆଖିରେ ଦେଖିଥିବେ। ଅଙ୍ଗୁର ଦୁନିଆରେ ବହୁଳ ଭାବରେ ଖିଆଯାଏ। ଏବଂ ଏଥିରୁ ଅନେକ ପ୍ରକାର ଖାଦ୍ୟ ପଦାର୍ଥ ଓ ପାନ୍ୟ ତିଆରି ହୋଇଥାଏ। କେବଳ ଫଳ ଭାବରେ ନୁହେଁ, ଏହା ମଦ ତିଆରିରେ ମଧ୍ୟ ବହୁଳ ଭାବେ ବ୍ୟବହୃତ ହୁଏ। ଭାରତରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ଅଙ୍ଗୁର ଚାଷରେ ଶୀର୍ଷରେ ଅଛନ୍ତି। ଆଜି ଆମେ ଆପଣଙ୍କୁ ଅଙ୍ଗୁର ଗଛ ସହିତ ଜଡିତ ଏକ ନିଆରା ଜିନିଷ କହିବାକୁ ଯାଉଛୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଜାଣନ୍ତି କି ଦୁନିଆର ସର୍ବ ପୁରାତନ ଅଙ୍ଗୁରୁ ଗଛ କେତେ ପୁରୁଣା?
ଆପଣ କହି ପାରନ୍ତି ୧୦, ୨୦, ୪୦ କିମ୍ବା ୫୦ ବର୍ଷ। ଏହାଠୁ ଅଧିକ ହୋଇ ନପାରେ। କିନ୍ତୁ ସତ୍ୟ ହେଉଛି ଦୁନିଆର ସର୍ବ ପୁରାତନ ଅଙ୍ଗୁର ଗଛ ୫୦୦ ବର୍ଷ ପୁରୁଣା। ହଁ, ଆପଣ ଠିକ୍ ପଢ଼ିଛନ୍ତି, ଏହି ବୃକ୍ଷ ବିଶ୍ୱଯୁଦ୍ଧ ସମେତ ଦୁନିଆର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଖିଛି। ସ୍ଲୋଭେନିଆ ମଧ୍ୟ ୟୁରୋପର ଏକ ଦେଶ । ଏଠାକା ମାରିବୋର ସହରରେ ଦୁନିଆର ସର୍ବ ପୁରାତନ ଅଙ୍ଗୁର ଗଛ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗଛ ୧୫୭୦ ମସିହାର। ଏବଂ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଜି ମଧ୍ୟ ଏହି ଗଛରେ ଅଙ୍ଗୁର ଆସିଥାଏ।
ଏହି ପୁରୁଣା ଗଛ ହେଉଛି ଦୁନିଆର ଏକମାତ୍ର ଉଦ୍ଭିଦ ଯାହାର ନିଜସ୍ୱ ସଂଗ୍ରହାଳୟ ରହିଛି।The Old Vine House ନାମକ ଐତିହାସିକ କୋଠା ଚାରିପଟେ ଏହି ଅଙ୍ଗୁର ଗଛର ଲତା ବ୍ୟାପିଛି। ଯାହାକି ଗୋଟିଏ ବର୍ଷରେ ପ୍ରାୟ ୩୫ ରୁ ୫୫ କିଲୋ ଅଙ୍ଗୁର ଦେଇଥାଏ। ସେହି ଅଙ୍ଗୁରରୁ ପ୍ରାୟ ୧୫ ରୁ ୩୫ ଲିଟର ମଦ ତିଆରି ହୋଇଥାଏ, ଯାହା ୨.୫ ଡିଶିଲିଟର ଅର୍ଥାତ୍ ୦.୨୫ ଲିଟର ବୋତଲରେ ଭର୍ତି କରାଯାଇ ବିକ୍ରି ହୁଏ। ଏହି ବୋତଲଗୁଡିକ ପ୍ରସିଦ୍ଧ କଳାକାର ଓସ୍କାର କୋଗୋଜଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଏହି ମଦରୁ କେବଳ ୧୦୦ ବୋତଲ ଉତ୍ପାଦିତ ହୁଏ ଯାହାକି ସ୍ୱତନ୍ତ୍ର ପ୍ରୋଟୋକଲ ଅନୁଯାୟୀ ଉପହାର ଭାବରେ ଦିଆଯାଏ। ଓଲ୍ଡ ୱାଇନ୍ ନାମରେ ଜଣାଶୁଣା, ଜାମେଟୋଭା ନାମକ ଏକ ଅଙ୍ଗୁର ପ୍ରଜାତି ଏହି ଗଛଟି। ସେହି ଅଙ୍ଗୁରରୁ ପ୍ରସ୍ତୁତ ମଦ ବିଭିନ୍ନ ନେତା ଅଭିନେତା ରାଜାଙ୍କୁ ଉପହାର ଭାବେ ଦିଆଯାଉଥିଲା ଏବେ ମଧ୍ୟ ଦିଆଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: