କଙ୍ଗନାଙ୍କୁ ମିଳିଗଲା ସିଂହ! ନୱାଜୁଦ୍ଦିନଙ୍କୁ ନେଇ କାହିଁକି ଏମିତି କହିଲେ କଙ୍ଗନା

କଙ୍ଗନାଙ୍କୁ ମିଳିଗଲା ସିଂହ! ନୱାଜୁଦ୍ଦିନଙ୍କୁ ନେଇ କାହିଁକି ଏମିତି କହିଲେ କଙ୍ଗନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗତ କିଛିଦିନ ବ୍ୟବଧାନ ପାରେ ସୋସିଆଲ ମିଡିଆରେ ପୁଣି ଅକ୍ଟିଭି ହୋଇଛନ୍ତି ବଲିଉଡ କୁଇନ କଙ୍ଗନା ରାନୱାତ। ତେବେ ଏଥର ସେ କୌଣସି ବିବାଦୀୟ ବୟାନ ବାଜି ପାଇଁ ନୁହେଁ ବରଂ ତାଙ୍କ ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାରେ ଅଛନ୍ତି। କଙ୍ଗନା ଏବେ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରଯୋଜକ ଭାବରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ହଁ, କଙ୍ଗନା ରଣାୱତ ତାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମ ବ୍ୟାନରରେ ‘ଟିକୁ ୱେଡସ୍ ଶେରୁ’ ଫିଲ୍ମ ତିଆରି ନେଇ ଘୋଷଣା କରିଛନ୍ତି। ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରରେ ବହୁମୁଖୀ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ନଜର ଆସିବେ। ଏହି ସୂଚନା ନିଜେ କଙ୍ଗନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଦ୍ଵାରା ଘୋଷଣା କରିଛନ୍ତି।
ଏ ବିଷୟରେ ସୂଚନା ଦେଇ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ଟିମକୁ ଆପଣଙ୍କୁ ସ୍ୱାଗତ ସାର’ । କଙ୍ଗନାଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହା ବ୍ୟତୀତ ମଣିକର୍ଣ୍ଣିକା ଫିଲ୍ମର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏହି ବିଷୟରେ ସୂଚନା ଦିଆଯାଇଛି। ଯେଉଁଥିରେ ଲେଖା ଅଛି, ‘ପିଢ଼ିର ଶ୍ରେଷ୍ଠ ଅଭିନେତା ଆମ ଦଳ ଟିକୁ ୱେଡ୍ସ ଶେରୁରେ ସାମିଲ ହୋଇଛନ୍ତି। ଆମେ ସିଂହ ପାଇଲୁ ଏବଂ ତୁମକୁ ପାଇ ଗର୍ବିତ ଅନୁଭବ କରୁଛୁ। ‘ ତେବେ କଙ୍ଗନା ଆଉ ନୱାଜୁଦ୍ଦିନଙ୍କୁ ଗୋଟିଏ ସିନେମାରେ ଦେଖିବା ପାଇଁ ଲୋକମାନେ ବେଶ ଉତ୍ସାହିତ ଅଛନ୍ତି। ନିଜର ଅଭିନୟ ପାଇଁ ଏହି ଦୁଇ କଳାକାର ବେଶ ଜଣାଶୁଣା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: