ମା’ ହେଲେ କାଜଲ

ମା’ ହେଲେ କାଜଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ ତଥା ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ନାୟିକା କାଜଲ ଅଗ୍ରଓ୍ବାଲ ମା’ ହୋଇଛନ୍ତି। ମଙ୍ଗଳବାର ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି। ସେ ଗର୍ଭବତୀ ଥିବା ନେଇ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଫ୍ୟାନ୍ସମାନଙ୍କୁ ଜଣାଇଥିଲେ।

ଗର୍ଭବତୀ ଥିବା ସମୟରେ ଫିଟନେସ୍ ଉପରେ କାଜଲ ବେଶୀ ଗୁରୁତ୍ୱ ଦେଉଥିଲେ । ନିତିଦିନ ସେ ବ୍ୟାୟାମ କରୁଥିବାର ଓ ହେଲ୍ଦି ଫୁଡ୍ ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଥିଲେ । ଖାଲି ସେତିକି ନୁହେଁ, ଏ ସମୟରେ କାଜଲ ସ୍ବାମୀ ଗୌତମଙ୍କ ସହ କ୍ୱାଲିଟି ଟାଇମ୍ ବିତାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

କାଜଲ ଅଗ୍ରଓ୍ବାଲ ଉଭୟ ହିନ୍ଦୀ ଓ ଦକ୍ଷିଣ ଭାରତ ଫିଲ୍ମରେ କରୁଛନ୍ତି । ନିଜ ଅଭିନୟ ଜରିଆରେ ଫିଲ୍ମ ଜଗତରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: