ଏ ଗ୍ରାଜୁଏଟ୍ ଚାଏୱାଲି କିଏ ?

ଏ ଗ୍ରାଜୁଏଟ୍ ଚାଏୱାଲି କିଏ ?

ପ୍ରିଜମ ନ୍ୟୁଜ ବ୍ୟୁରୋ:ବହୁ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ଚାକିରି ନ ପାଇବାରୁ ଏବେ ବ୍ୟବସାୟକୁ ଅାପଣାଇବାରେ ଲାଗିଛନ୍ତି। ସେମିତି ଜଣେ ଉଚ୍ଚଶିକ୍ଷିତା ହେଲେ ବିହାର ରାଜଧାନୀ ପାଟନାର ପ୍ରିୟଙ୍କା ଗୁପ୍ତା। ପ୍ରିୟଙ୍କାଙ୍କ ଭେରାଇଟି ଚା ଏବେ ଲୋକଙ୍କ ମନପସନ୍ଦ ଚା ପାଲଟିଛି। ୨୦୧୯ରେ ଇକୋନୋମିକ୍ସରେ ଯୁକ୍ତ ୩ ଡିଗ୍ରୀ ହାସଲ କରିବା ପରେ ଦୁଇବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ସରକାରୀ ଚାକିରି ନ ମିଳିବାରୁ ପ୍ରିୟଙ୍କା ଏକ ଚା ଦୋକାନ ଖୋଲିଛନ୍ତି । ଯେଉଁଠାରେ ସେ ବିଭିନ୍ନ ଭେରାଇଟିର ଚା ବିକୁଛନ୍ତି। ତେବେ ପ୍ରିୟଙ୍କାଙ୍କ ଭେରାଇଟି ଚା ଲୋକଙ୍କୁ ଅାକୃଷ୍ଠ କରିବା ସହ ପ୍ରିୟଙ୍କା ଏଥିରୁ ଭଲ ରୋଜଗାର କରୁଥିବା କହିଛନ୍ତି।

ସେ ନିଜକୁ ଚାଏୱାଲି କହିବାରେ କୌଣସି ସଙ୍କୋଚ ପ୍ରକାଶ କରୁ ନାହାନ୍ତି। ତନ୍ଦୁରତି ଚା, ପାନ ଅାଦି ଫ୍ଲେଭରର ଚା ବିକ୍ରି କରୁଛନ୍ତି। ପ୍ରିୟଙ୍କା ଭେରାଇଟି ଚାର ମୂଲ୍ୟ ୧୫ରୁ ୨୦ ଟଙ୍କା ଭିତରେ ରହିଛି ପାଟନାର ମହିଳା କଲେଜ ସମ୍ନାରେ ପ୍ରିୟଙ୍କା ନିଜର ଏହି ଚା ଦୋକାନଟି ଖୋଲିଛନ୍ତି। ସରକାରୀ ଚାକିରି ନ ମିଳିବାରୁ ପ୍ରିୟଙ୍କା ଛୋଟ ବ୍ୟବସାୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ କେଉଁ ବ୍ୟକସାୟ ଅାରମ୍ଭ କରିବେ ତାହା ତାଙ୍କୁ ଜଣା ନ ଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଅହମଦାବାଦର ଏମ୍ବିଏ ଚା ବାଲାଙ୍କଠାରୁ ପ୍ରେରଣା ପାଇ ସେ ଚା ଦୋକାନ କରିବାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଗ୍ରାହକଙ୍କୁ ଅାକୃଷ୍ଟ କରିବା ପାଇଁ ପିଇବାକୁ ପଡ଼ିବ, ଭାବ ନାହିଁ…ଅାରମ୍ଭ ହେଇଯାଅ ବାସ୍, ଭଳି ପଞ୍ଚ ଲାଇନ୍ ପ୍ରିୟଙ୍କା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେବେ ଚା ବ୍ୟବସାୟରୁ ଭଲ ରୋଜଗାର ହେଉଥିବା ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: