କୋରୋନା ପାଇଁ ପ୍ରଥମ ଥର ଏହି ସ୍ଥାନରେ ଖୋଲିଲା କାଢ଼ା କାଫେ, ରହିଛି ଅନଲାଇନ ଅର୍ଡର ସୁବିଧା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୨୦ ମସିହାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଲୋକଙ୍କ ଜୀବନଜୀବିକା ବିପର୍ଯ୍ୟସ୍ତ କରି ରଖିଛି। ମଣିଷର ଜୀବନ ଶୈଳୀରେ ଏକ ବଡ ପରିବର୍ତ୍ତନ ଘଟିଛି। ମାସ୍କ ପିନ୍ଧିବା ବର୍ତ୍ତମାନ ‘ନ୍ୟୁ ନର୍ମାଲ’ ଘଟଣା ହୋଇଗଲାଣି। ତାଛଡା ସାନିଟାଇଜର ବିନା ଘରୁ ବାହାରିବା ମଧ୍ୟ ସମ୍ଭବ ନୁହେଁ। ତେବେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଘରୋଇ ଉପଚାର ମଧ୍ୟ ଆପଣାଉଛନ୍ତି। ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ନିୟମିତ କାଢ଼ା, ହଳଦୀ କ୍ଷୀର ପିଇଥାନ୍ତି। ତେବେ ଏଥିରୁ ଅନୁପ୍ରାଣିତ ହୋଇ ଉତ୍ତରପ୍ରଦେଶରେ ପ୍ରଥମ କରି ‘କଢ଼ା କାଫେ’ ଖୋଲାଯାଇଛି। କୋଭିଡ -୧୯ର ମୁକାବିଲା କରିବା ପାଇଁ ଏକ ନୂତନ ପଦକ୍ଷେପ ଭାବରେ ଉତ୍ତରପ୍ରଦେଶର ରାଇବରେଲି ଜିଲ୍ଲାର ଲୋଡା ଗ୍ରାମରେ ଏହି କାଢ଼ା କାଫେ ଖୋଲାଯାଇଛି। ଏହି କାଫେକୁ ଲକ୍ଷ୍ନୌ CDRI ବୈଷୟିକ ଅଧିକାରୀ ପଙ୍କଜ ପ୍ରସୁନ ଖୋଲିଛନ୍ତି । ଗ୍ରାମଗୁଡ଼ିକୁ କୋଭିଡ ମୁକ୍ତ କରିବା ପାଇଁ ଏହା ତାଙ୍କର ଏକ ନିଆରା ଅଭିଯାନ।
ପ୍ରସୁନ କହିଛନ୍ତି ଯେ, ‘ଗାଁର କୋଭିଡ କେୟାର ଆଣ୍ଡ ହେଲଥ ସେଣ୍ଟରରେ ଏହି କାଢ଼ା କାଫେ ଖୋଲାଯାଇଛି। ଜଡିବୁଟି ଔଷଧରେ ପ୍ରସ୍ତୁତ ଏହି କାଢ଼ା କାଫେ ଲୋକମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ଅଟେ। ଏହାସହ ଆଖପାଖର ଅନ୍ୟ ୧୦ ଟି ଗାଁରେ ମଧ୍ୟ ଏହିପରି ୧୦ ଟି କାଫେ ଖୋଲିବାକୁ ଯୋଜନା କରିଥିବାର ସେ କହିଛନ୍ତି। କାଫେ ଉନ୍ମୋଚନ ସମୟରେ ଗ୍ରାମବାସୀଙ୍କୁ ଷ୍ଟ୍ରିମ୍ ଇନହେଲର ମଧ୍ୟ ବଣ୍ଟନ କରାଯାଇଛି। ପଙ୍କଜ ପ୍ରସୁନ କହିଛନ୍ତି, ‘ପାଣିପାଗ ସ୍ଥିତି ଅନୁଯାୟୀ କାଢ଼ା ରେସିପି ବଦଳିଥାଏ, ବିଶେଷଜ୍ଞଙ୍କ ପରାମର୍ଶରେ ଏହା କରାଯାଉଛି। କାଢ଼ାର ବଢୁଥିବା ଆବଶ୍ୟକତା ଏବଂ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ମଧ୍ୟ ସେମାନଙ୍କ ଉତ୍ପାଦ ଲଞ୍ଚ କରିଛନ୍ତି। ଏହି ସମୟରେ, ସମସ୍ତ ଇ-କମର୍ସ ସାଇଟଗୁଡିକରେ ମଧ୍ୟ ବର୍ତ୍ତମାନ କାଢ଼ାର ହୋମ୍ ଡେଲିଭରି ହେଉଛି।ତେବେ ଏହି ନିଆରା କାଫେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *