ଏମିତି ଘରୋଇ ଉପାୟରେ ତ୍ଵଚାରୁ ସନ୍ ଟ୍ୟାନ ଦୂର କରନ୍ତୁ…

ଏମିତି ଘରୋଇ ଉପାୟରେ ତ୍ଵଚାରୁ ସନ୍ ଟ୍ୟାନ ଦୂର କରନ୍ତୁ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୂର୍ଯ୍ୟଙ୍କ କିରଣ ତ୍ୱଚାରେ ପଡ଼ିବା ଦ୍ୱାରା ଟ୍ୟାନ ସୃଷ୍ଟି ହେବା ସହ ତ୍ୱଚାର ଉଜ୍ୱଳତା କମ୍ ହୋଇ ରୁକ୍ଷ ହୋଇଥାଏ । ବିଶେଷ କରି ଖରାଦିନରେ ଅଧିକ ମାତ୍ରାରେ ଟ୍ୟାନର ସମସ୍ୟା ରହିଥାଏ । ଗରମ ଓ ସୂର୍ଯ୍ୟଙ୍କ ଅଧିକ ଉତ୍ତାପ କାରଣରୁ ଟ୍ୟାନ ସମସ୍ୟା ଦେଖା ଯାଇଥାଏ। ଏହି ଟ୍ୟାନ ସମସ୍ୟାରୁ କିପରି ମୁକୁଳି ପାରିବେ ସେ ବିଷୟରେ ଅମେ ଜଣାଉଛ କିଛି ଘରୋଇ ଉପାୟ ।

  • ଟ୍ୟାନ ପଡ଼ିଥିବା ତ୍ୱଚା ଉପରେ ଟମାଟୋ ପ୍ୟୁର ଲାଗାନ୍ତୁ ଏହା ତ୍ୱଚାରୁ ଟ୍ୟାନ ହଟେଇବା ସହ ଚମକ ଆଣିଥାଏ ।
    -ଅଳ୍ପ ହଳଦି ଖୁଣ୍ଡ, ଅଳ୍ପ କ୍ଷୀର ଓ ଅଳ୍ପ ପରିମାଣର ମହୁ ଓ ଅଧାକମଳା ରସ ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହି ମିଶ୍ରଣକୁ ଟ୍ୟାନ ହୋଇଥିବା ତ୍ୱଚାରେ ଲଗାଇ ଶୁଖିଲା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ପରେ ଥଣ୍ଡା ପାଣିରେ ଭଳଭାବରେ ତ୍ୱଚ଼ା ଧୋଇ ଦିଅନ୍ତୁ। ଦେଖିବେ ଆପଣଙ୍କ ତ୍ୱଚାରେ କେତେ ପରିବର୍ତ୍ତନ ଆସିଥିବ।
  • ସେହିପରି କିଛି ଓଟ୍‌ସ ଏବଂ ବଟରମିଲ୍‌କ ନେଇ ମିଶ୍ରଣ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ତ୍ୱଚା ଟ୍ୟାନ୍ ହୋଇଥିବା ସ୍ଥାନରେ ଘଷନ୍ତୁ । ଏହିଭଳି କିଛି ସମୟ କରିବା ପରେ ତାହାକୁ ଧୋଇ ଦିଅନ୍ତୁ।
    -ସେହିଭଳି ଧଳା ଓ କଳା ଜିରା ସମାନ ପରିମାଣର ନେଇ ତାହାକୁ କ୍ଷୀର ବା କ୍ରିମ୍ ସହିତ ମିଶାଇ ଏକ ମୋଟା ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫ରୁ୨୦ମିନିଟି ରଖିବା ପରେ ଧୋଇ ଦିଅନ୍ତୁ ।
    -ତାଜା ନଡ଼ିଆ ପାଣିକୁ ହାତ ଓ ମୁହଁରେ ଲଗାଇଲେ ତାହା ଟ୍ୟାନ୍ ଦୁର କରିବାରେ ସହାୟ ହେବା ସହ ତ୍ୱଚାକୁ ନରମ ଓ ଉଜ୍ୱଳ କରିଥାଏ ।
  • ସେହିପରି କିଛି ଏଲୋଭେରା ଜେଲକୁ ଲେମ୍ବୁ ରସରେ ମିଶାଇ ଟ୍ୟାନ ହୋଇଥିବା ତ୍ୱଚାରେ ଲଗାନ୍ତୁ । ଏହାକୁ ୧୫ରୁ୨୦ ମିନିଟ୍ ରଖି ଧୋଇ ଦିଅନ୍ତୁ ଏହିଭଳି କିଛି ଦିନ କରିବାପରେ ଆପଣଙ୍କ ତ୍ୱଚାରୁ ଟ୍ୟାନ ସମସ୍ୟା ଦୂର ହୋଇଯିବ ।
    କିଛି କାକୁଡ଼ି ରସରେ କ୍ଷୀର ମିଶାଇ ତ୍ୱଚାରେ ଲଗାନ୍ତୁ । ଏହାକୁ ପ୍ରାୟ ୨୦ ମିନିଟ ରଖି ଧୋଇ ଦିଅନ୍ତୁ । ଏହି ଭଳି ସପ୍ତାହରେ ଦୁଇରୁ ତିନିଥର କରିବା ପରେ ଆସ୍ତେ ଆସ୍ତେ ତ୍ୱଚାରୁ ଟ୍ୟାନ ଦୂର ହୋଇ ତ୍ୱଚାକୁ ଉଜ୍ୱଳ ହେବ ।
    -ଏହାସହ ବାହାରକୁ ଯିବା ପୂର୍ବରୁ ସନ୍‌ସ୍କ୍ରିନ ଲୋସନ ଲାଗାଇ ଯାଆନ୍ତୁ । ୨୦ରୁ ଅଧିକ ଏସପିଏଫ ବାଲା ଲୋସନ ଲାଗାନ୍ତୁ ।
  • ତ୍ଵଚାକୁ ସର୍ବଦା ସୂର୍ଯ୍ୟ କାରଣରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ଷ୍ଟଲ୍ ଭିଡ଼ିବା ସହ ବାହାରୁ ଯିବା ସମୟରେ ଛତା ନେଇ ଯାଆନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: