କୋଟିପତି କରିଦେବ ଏହି ଅଦରକାରୀ ୫୦୦ ଟଙ୍କିଆ ନୋଟ୍

କୋଟିପତି କରିଦେବ ଏହି ଅଦରକାରୀ ୫୦୦ ଟଙ୍କିଆ ନୋଟ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ଅର୍ଥନୀତିରେ ବିମୁଦ୍ରୀକରଣ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ୨୦୧୬ ମସିହା ନଭେମ୍ବର ୮ ତାରିଖରେ, ଭାରତରେ ବିମୁଦ୍ରୀକରଣ ହଠାତ୍ ଘୋଷଣା ହେବା ପରେ ଲୋକଙ୍କ ମୁଣ୍ଡରେ ଯେପରି ଚଡ଼କ ପଡ଼ି ଯାଇଥିଲା। ଏହି ବିମୁଦ୍ରୀକରଣରେ ଭାରତରେ ଚାଲୁଥିବା ପୁରୁଣା ପାଞ୍ଚ ଶହ ଏବଂ ଏକ ହଜାର ନୋଟ୍ ଅକାମୀ ହୋଇଯାଇଥିଲା। ମହାତ୍ମା ଗାନ୍ଧୀ ସିରିଜର ଏହି ନୋଟଗୁଡ଼ିକ ସେହି ଦିନ ପରେ ଅକାମୀ ହୋଇଯାଇଥିଲା, କିନ୍ତୁ ଆପଣ ଜାଣି ଚକିତ ହୋଇଯିବେ ଯେ ଘରେ ଅଦରକାରୀ ହୋଇ ପଡ଼ିରହିଥିବା ଏକ ବିଶେଷ ୫୦୦ ଟଙ୍କିଆ ପୁରୁଣା ନୋଟ୍ ଆପଣଙ୍କୁ ଧନୀ କରି ପାରିବ। ଯଦି ଆପଣଙ୍କର ମଧ୍ୟ ଏହି ବିଶେଷ ପାଞ୍ଚ ଶହର ପୁରୁଣା ନୋଟଗୁଡିକ ଅଛି, ତେବେ ତୁରନ୍ତ ସେଗୁଡିକୁ ବାହାର କରି ଯାଞ୍ଚ କରନ୍ତୁ, ଆଉ ଦେଖନ୍ତୁ ଯେ ଆପଣଙ୍କ ପାଖରେ ଥିବା ନୋଟ୍ ଗୁଡ଼ିକ ସେହି ବିଶେଷ ପାଞ୍ଚ ଶହର ନୋଟ୍ କି ନୁହେଁ?
ଆରବିଆଇ ଅତ୍ୟନ୍ତ ଯତ୍ନର ସହ ସମସ୍ତ ନୋଟ୍ ଗୁଡିକ ମୁଦ୍ରିତ କରିଥାଏ। ତାହାର ଏକ ସ୍ଥିର ପ୍ୟାର୍ଟନ ରହିଛି ଏବଂ ସେହି ଢାଞ୍ଚା ଅନୁଯାୟୀ ନୋଟ୍ ଗୁଡିକ ପ୍ରିଣ୍ଟ୍ ହୋଇଥାଏ। ଯଦି ଆରବିଆଇରୁ ମୁଦ୍ରଣ କରିବା ସମୟରେ ନୋଟରେ କିଛି ତ୍ରୁଟି ଥାଏ ଏବଂ ଏହା ବଜାରକୁ ଆସେ, ତେବେ ସେହି ନୋଟ୍ ସ୍ୱତନ୍ତ୍ର ହୋଇଯାଏ। ଆଜି ଆମେ ଯେଉଁ ନୋଟ୍ ବିଷୟରେ କହିବାକୁ ଯାଉଛୁ, ଏହାର ମୁଦ୍ରଣ ସମୟରେ ଏକ ବଡ ଭୁଲ୍ ହୋଇଥିଲା, ଯେଉଁ କାରଣରୁ ଲୋକମାନେ ବିମୁଦ୍ରୀକରଣ ପରେ ମଧ୍ୟ ଏହାକୁ କିଣିବା ପାଇଁ ହଜାରେ ହଜାରେ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି।
ବିମୁଦ୍ରୀକରଣ ପରେ, ଅକାମୀ ହୋଇଯାଇଥିବା ଅଳ୍ପ କିଛି ୫୦୦ ଟଙ୍କିଆ ନୋଟ୍ ଆପଣଙ୍କୁ ହଜାର ହଜାର ଟଙ୍କାର ରୋଜଗାର ଯୋଗାଇ ପାରିବ। ଅନଲାଇନରେ ଆପଣ ଏହି ନୋଟଗୁଡ଼ିକୁ ୫୦୦୦ ରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିପାରିବେ। ଏହି ନିର୍ଦ୍ଦିଷ୍ଟ ନୋଟର ମୁଦ୍ରଣ ସମୟରେ ଏକ ଭୁଲ ହୋଇଯାଇଥିଲା। ବାସ୍ତବରେ, ଏହି ନୋଟରେ କ୍ରମିକ ସଂଖ୍ୟା ଦୁଇଥର ମୁଦ୍ରିତ ହୋଇଛି। ଯଦି ଆପଣଙ୍କ ପାଖରେ ଏପରି ପାଞ୍ଚ ଶହର ନୋଟ୍ ଅଛି, ଯେଉଁଥିରେ କ୍ରମିକ ସଂଖ୍ୟା ଦୁଇଥର ମୁଦ୍ରିତ ହୋଇଛି, ତେବେ ଆପଣ ଏହାକୁ ପାଞ୍ଚ ହଜାର ଟଙ୍କାରେ ଅନଲାଇନରେ ବିକ୍ରି କରି ପାରିବେ।
ତେବେ ପ୍ରିଟିଂ ଭୁଲ୍ ବ୍ୟତୀତ, ଅନ୍ୟ ପାଞ୍ଚ ଶହ ନୋଟ୍ ମଧ୍ୟ ଆପଣଙ୍କୁ ଧନୀ କରିପାରିବ। ଏହି ନୋଟ୍ ଧାରାରେ ଅତିରିକ୍ତ କାଗଜ ଛାଡି ହୋଇଯାଇଛି। ଯଦି ଆପଣଙ୍କ ପାଖରେ ଏପରି ନୋଟ୍ ଅଛି, ଯାହାର ପାର୍ଶ୍ୱରେ ଅତିରିକ୍ତ କାଗଜ ଅଛି, ତେବେ ଏହା ଦଶ ହଜାର ଟଙ୍କାରେ ଅନଲାଇନରେ ବିକ୍ରି କରି ପାରିବେ।
ନୋଟରେ ଉପସ୍ଥିତ ଥିବା ଭୁଲ ଏହାକୁ ସ୍ୱତନ୍ତ୍ର କରିଥାଏ। ଅନେକ ଲୋକ ଏହିପରି ନୋଟ୍ ସଂଗ୍ରହ କରିବାକୁ ଭଲ ପାଆନ୍ତି। ଏହି ନୋଟ୍ ଗୁଡିକ oldindiancoins.com ରେ ଆପଣ ବିକ୍ରି କରି ପାରିବେ। ଯଦି ଆପଣ ମଧ୍ୟ ଏହିପରି ଅନନ୍ୟ ମୁଦ୍ରା ଜମା କରିବାକୁ ଭଲ ପାଆନ୍ତି, ତେବେ ଆପଣ ଏହି ସାଇଟ୍ ଭିଜିଟ କରି ଏହାକୁ କିଣି ପାରିବେ। ଏହାସହ ପ୍ରିଟିଂ ଭୁଲ ନୋଟ୍ ରଖିଛନ୍ତି, ତେବେ ଆପଣ ଇଣ୍ଡିଆମାର୍ଟ କିମ୍ବା ଇବେ ପରି ସାଇଟରେ ବିକ୍ରେତା ଭାବରେ ପଞ୍ଜୀକୃତ ହୋଇ ଏହାକୁ ବିକ୍ରି କରିପାରିବେ। ମୂଲ୍ୟହୀନ ନୋଟରୁ ଧନୀ ହେବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ କହିଲେ ଭୁଲ ହେବନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: