ବୈଠକରେ ଯୋଗ ଦେବେନି କେସିଆର

ବୈଠକରେ ଯୋଗ ଦେବେନି କେସିଆର

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରି ଆଜି ଦିଲ୍ଲୀରେ ମମତା ବାନାର୍ଜୀ ବୁଧବାର ଏକ ବୈଠକ ଡାକିଛନ୍ତି। ହେଲେ ସେହି ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ଆଜି ବୈଠକରେ ସାମିଲ ହେବନି। ବୈଠକରେ କଂଗ୍ରେସର ଉପସ୍ଥିତିକୁ ନେଇ କେସିଆର ପ୍ରଶ୍ନ ଉଠାଇଛନ୍ତି। ଯେକୌଣସସି ପ୍ଲାଟଫର୍ମରେ କଂଗ୍ରେସ ସହ ଟିଆରଏସ ଶେୟାର କରିବ ନାହିଁ ବୋଲି କହିଛନ୍ତି। ଟିଆରଏସ ଆପତ୍ତି ସତ୍ତ୍ୱେ ଏହି ବୈଠକକୁ କଂଗ୍ରେସକୁ ନିମନ୍ତ୍ରଣ କରାଯାଇଛି। ଏଥିସହ ଦଳ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରାଯାଇଛି ।

ଦଳ କହିବା ଅନୁଯାୟୀ, ନିକଟରେ କଂଗ୍ରେସ ପକ୍ଷରୁ ତେଲେଙ୍ଗାନାର ଏକ ସଭାରେ ରାହୁଲ ଗାନ୍ଧି ଉପସ୍ଥିତ ଥିଲେ। ହେଲେ ଭାଜପା ବିରୋଧରେ କିଛି ବି କହି ନ ଥିବା ବେଳେ ଟିଆରଏସ୍‌କୁ ବିରୋଧ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: