ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି, ଦର୍ଶନ ଦେବେ ଅଲାରନାଥ

ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି, ଦର୍ଶନ ଦେବେ ଅଲାରନାଥ

ପ୍ରିଜମ ନ୍ୟୁଜ ବ୍ୟୁରୋ:ମଙ୍ଗଳବାର ସ୍ନାନପୂର୍ଣ୍ଣମା ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ୧୦୮ଗରା ସୁବାସିତ ଜଳରେ ସ୍ନାନ ସାରିଥିବା ବେଳେ ଜ୍ଵରରେ ପଡିଛନ୍ତି ଶ୍ରୀଜିଉ। ଶ୍ରୀଜିଉଙ୍କୁ ୧୪ଦିନ ଧରି ଅଣସର ପିଣ୍ଡିରେ ଗୁପ୍ତ ସେବା କରାଯିବ । ଏହି ୧୪ଦିନ ବ୍ରହ୍ମଗିରିରେ ଥିବା ଅଲାରନାଥ ପୀଠ ଦ୍ବିତୀୟ ଶ୍ରୀକ୍ଷେତ୍ର ପଲଟିବ, ଜଗନ୍ନାଥଙ୍କ ବଦଳରେ ଏହି ଦିନରେ ଭକ୍ତ ଅଲାରନାଥଙ୍କ ଦର୍ଶନ କରିବେ । ଆଜି ଅନବସରର ପ୍ରଥମ ଦିନ ହୋଇଥିବା ବେଳେ ମହାପ୍ରଭୁ ଅଲାରନାଥଙ୍କ ପ୍ରଥମ ଦର୍ଶନ କରି ବା ପାଇଁ ଲାଗିଛି ଭକ୍ତଙ୍କ ଭିଡ।

ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବା ଦ୍ବାରା ଜଗନ୍ନାଥ ଦର୍ଶନର ସମଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଜଗନ୍ନାଥ ପ୍ରେମୀ ଭକ୍ତମାନେ ଏହି ସମୟରେ ଆସିଥାନ୍ତି ଅଲାରନାଥ ପୀଠକୁ ।ଗତ ଦୁଇ ବର୍ଷ କରୋନା ମହାମାରୀ ପାଇଁ ଭକ୍ତମାନେ ଅନବସର ଦର୍ଶନରୁ ବଞ୍ଚିତ ଥିଲେ । ତେଣୁ ଚଳିତ ବର୍ଷ ଭକ୍ତ ଏବଂ ଭଗବାନଙ୍କର ମିଳନ ହୋଇଛି । ଆଜି ଭୋର ୪ଟାରେ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ତଡପଲାଗି, ଅବକାଶ, ବେଶ ପରେ ଗୋପାଳ ବଲ୍ଲଭ ୫ଟା ୩୦ମିନିଟ୍ ରୁ ୬ଟା ମଧ୍ୟରେ ସରିବା ପରେ ୬ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଅନ୍ୟପଟରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: